ହେଡଲାଇନସ୍:

ଉତ୍ତଳଗଡ଼ ନାଟ୍ୟ ସଂସଦର ସାମ୍ବିଧାନିକ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :ସୁଶାନ୍ତ ସାହୁ ବିଜେପୁର ବ୍ଲକ ତାଳପଦର ସ୍ଥିତି ଉତ୍ତାଳଗଡ଼ ନାଟ୍ୟ ସଂସଦ ସମ୍ଭିଧାନିକା ବୈଠକ ଖଗେଶ୍ୱର ମଣ୍ଡପରେ ଅନୁଷ୍ଠିତ ହୋଇଛି l ଅନୁଷ୍ଠାନ ର ସଂଯୋଜନକ ସୁଶାନ୍ତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଚଳିତ ବର୍ଷପାଇଁ ପରିଚାଳନା କମିଟିକୁ ପୁର୍ନଗଠିତ କରାଯାଇଛି l ଏଥିରେ ହୃଦମଣୀ ସାହୁ ସଭାପତି ବିବେକାନନ୍ଦ ପଧାନ ଉପସଭାପତି ସୁଶାନ୍ତରଞ୍ଜନ ପଧାନ ସମ୍ପାଦକ ଦୀପକ କୁମାର ସାହୁ ସହସମ୍ପାଦକ ନେତ୍ରାନନ୍ଦ ପଧାନ କୋଷାଧକ୍ଷ ଭାବେ ମନୋତିତ ହୋଇଛି l ଚୈତନ୍ୟ ବିଶ୍ୱାଳ, ଉମେଶ ଭୋଇ, ଗଣନାଥ ସାହୁ, ରମେଶ ପଧାନ, ଆଲୋକ ସାହୁ, ମିକୁ ସାହୁ କାର୍ଯ୍ୟକାରୀ କମିଟିରେ ରହିଛନ୍ତି l ସର୍ବଶ୍ରୀ ସୋମନାଥ ପଧାନ, ପପଟଲାଲ ଭୋଇ, ନବୀନ ପଧାନ, ସର୍ଜନ ପଧାନ, ଗଜାନନ ସାହୁ, କ୍ଷିତିପତି ରଣା, ବାସୁଦେବ ପଧାନ ପ୍ରମୁଖ ଉପଦେଷ୍ଟା ମଣ୍ଡଳୀରେ ରହିଛନ୍ତି l ବୈଠକ ରେ ନାଟ୍ୟସଂସଦ ସଦସ୍ୟ ଯୋଗଦାନ କରିଥିଲେ l ଆଗାମୀ ଜାନୁଆରୀ ପନ୍ଦରତମ ସମ୍ବଲପୁରୀକୋଶଳୀ ଭାଷାର ରାଜ୍ୟସ୍ତରୀୟ ନାଟକ ଉତ୍ସବ 'ଉତ୍ତାଳଗଡ଼ ଉଚ୍ଛବ 'ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି l ଶେଷରେ ଉମେଶ ଚନ୍ଦ୍ର ଭୋଇ ଧନ୍ୟବାଦ ଦେଇଥିଲେ l

0
0
0
s2sdefault