ହେଡଲାଇନସ୍:

ବିଜେପୁର ଅଂଚଳରେ ମରୁଡି ପରିସ୍ଥିତି :OLIC ବୋରୱେଲ ଅପେକ୍ଷାରେ ଚାଷୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଜେପୁର ସୁଶାନ୍ତ ସାହୁ : ବରଗଡ ଜ଼ିଲ୍ଲା ବିଜେପୁର ଅନ୍ତର୍ଗତ ତାଳପଦର ଗ୍ରାମରେ ବର୍ଷ 2021-2022 ଆବେଦନ କରାଯାଇଥିବା OLIC ବୋରୱେଲ ର ସମସ୍ତ କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ପରେ ମଧ୍ୟ ଦୁଇମାସ ହେବ କେବଳ ବିଦ୍ୟୁତ ଚାର୍ଜ କୁ ଟାକି ବସିଛନ୍ତି ଚାଷୀ l ତାଳପଦର ଗ୍ରାମରେ 90 ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ପାଣିର ଅଭାବରେ ଧାନ ଚାଷ ନଷ୍ଟହେବା ଉପରେ ଥିବାରୁ ଚାଷୀ ଉପରେ ଏକ ମହାସଙ୍କଟ ହେବାର ସୂଚନା ଦେଖାଦେଲାଣି l ଏଣୁ ଚାଷୀ ବୃନ୍ଦ ଜ଼ିଲ୍ଲାପାଳ ବରଗଡ ଙ୍କ ଦ୍ଵାରସ୍ଥ ମଧ୍ୟ ହୋଇସାରିଛନ୍ତି l ଏ ସମ୍ପର୍କ ରେ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ମଧ୍ୟ ତାଳପଦର ଗ୍ରାମର ଜଣେ ଚାଷୀ ମୁକେଶ କୁମାର ସାହୁ ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି l ଆଗାମୀ ସପ୍ତାହ ମଧ୍ୟରେ ଯଦି ସମସ୍ତ OLIC ବୋରୱେଲ ଚାର୍ଜ କରାନଗଲେ ଏକ ବଡଧରଣ ର ଆନ୍ଦୋଳନ କରିବାକୁ ଚାଷୀ ମହଲରେ ଆଲୋଚନା ହୋଉଛି l

0
0
0
s2sdefault