ହେଡଲାଇନସ୍:

ଏୟାରଟେଲ୍ ର ଏଆଇ କ୍ଷମତାଯୁକ୍ତ ନେଟୱାର୍କ ସମାଧାନ ବ୍ୟବସ୍ଥା ଓଡ଼ିଶାର ଗ୍ରାହକଙ୍କୁ ସ୍କାମକଲ ଏବଂ ଏସଏମଏସ ବନ୍ଦ କରିବାରେ ସାହାଯ୍ୟ କରିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମସ୍ତ ଏୟାରଟେଲ ଗ୍ରାହକଗଣ ମାଗଣାରେ ଏକ ସ୍ୱୟଂଚାଳିତ କାର୍ଯ୍ୟକ୍ଷମ ସମାଧାନର ସୁବିଧା ପାଇପାରିବେ


ଭୁବନେଶ୍ୱର, ଅକ୍ଟୋବର ୧୭, ୨୦୨୪: ଭାରତୀ ଏୟାରଟେଲ୍ ର ନୂତନ ଏଆଇ କ୍ଷମତାଯୁକ୍ତ ସ୍କାମ ସନ୍ଧାନକାରୀ ବ୍ୟବସ୍ଥା ଓଡ଼ିଶାର ଗ୍ରାହକମାନଙ୍କୁ ବହୁ ପ୍ରତୀକ୍ଷିତ ଆରାମ ପ୍ରଦାନ କରିବାରେ ସମର୍ଥ ହୋଇପାରିବ । ଶୁଭାରମ୍ଭର ୨୦ଦିନ ମଧ୍ୟରେ, ଏହି ଅଗ୍ରଣୀ ଟେଲିକମ୍ ସମାଧାନକାରୀ ସମଗ୍ର ଓଡ଼ିଶା ରାଜ୍ୟରେ ୫୪ମିଲିୟନ ସମ୍ଭାବ୍ୟ ସ୍କାମକଲ ତଥା ୨ ମିଲିୟନ ସ୍କାମ ଏସଏମଏସ ମେସେଜକୁ ଚିହ୍ନଟ କରିବାରେ ସକ୍ଷମ ହୋଇପାରିଛି ।
ସେବା ପ୍ରଦାନକାରୀଙ୍କୁ ଅନୁରୋଧ କରିବା କିମ୍ବା ଆପ୍କୁ ଡ଼ାଉନଲୋଡ଼ର ଆବଶ୍ୟକତାକୁ ଛାଡ଼ିଦେଇ ରାଜ୍ୟର ସମସ୍ତ ଏୟାରଟେଲ୍ ମୋବାଇଲ ଉପଭୋକ୍ତା ଏବେ ଏହି ସ୍ୱୟଂକ୍ରିୟ କାର୍ଯ୍ୟକ୍ଷମ ସମାଧାନର ସୁବିଧା ପାଇପାରିବେ ।
ଶୁଭାରମ୍ଭ ଉପରେ ମତବ୍ୟକ୍ତ କରି, ବାଲାଜୀ ସିଂ, ଚିପ୍ ଅପରେଟିଙ୍ଗ ଅଫିସର, ଓଡ଼ିଶା ଭାରତୀ ଏୟାରଟେଲ୍ କହିଛନ୍ତି, “ଯୋଗାଯୋଗ ପ୍ରକ୍ରିୟା ଯେହେତୁ ଅଧିକ ମାତ୍ରାରେ ବିସ୍ତାରିତ ହେଉଅଛି, ଗ୍ରାହକମାନେ ପ୍ରତାରଣା, ପ୍ରବଞ୍ଚନା ତଥା ମନ୍ଦ ଉଦେ୍ଧଶ୍ୟ ନିହିତ ଯୋଗାଯୋଗ ବୃଦ୍ଧିର ସମ୍ମୁଖୀନ ହେଉଛନ୍ତି, ଯାହାକି ସେମାନଙ୍କୁ ଅତ୍ୟନ୍ତ ଅସୁବିଧାର ଅନୁଭବ ସହିତ ଏଥିରୁ ନିବୃତ ରହିବାକୁ ପଡୁଛି । ଏଭଳି ଡ଼ିଜିଟାଲ ଧମକର ପ୍ରତିହତ କରିବା ପାଇଁ, ଏୟାରଟେଲ ଅତି ଗର୍ବର ସହିତ ଏଆଇ କ୍ଷମତାଯୁକ୍ତ ସମାଧାନକାରୀତାର ଏକ କୌଶଳ ଉପସ୍ଥାପନ କରିଛି ଯାହା ପୂର୍ବରୁ ସଜ୍ଜିତ ଭାବରେ ଏଭଳି ସନେ୍ଦହକାରୀ ସ୍କାମକଲ ଏବଂ ମେସେଜ ଗୁଡ଼ିକୁ ସନ୍ଧାନ କରିବାରେ ସମର୍ଥ ହୋଇପାରିଛି । ଏହି ଆଧୁନିକତମ କୌଶଳକୁ କାର୍ଯ୍ୟକ୍ଷମ କରିବା ଦ୍ୱାରା ଏୟାରଟେଲ ଏହାର ୧୯.୨ ମିଲିୟନରୁ ଅଧିକ ଏକ ଶକ୍ତିଶାଳୀ ଗ୍ରାହକ ଗୋଷ୍ଠୀଙ୍କ ସୁରକ୍ଷା ବୃଦ୍ଧି କରିବା ସହିତ ଏକ ଅତି ସୁରକ୍ଷାକାରୀ ଯୋଗାଯୋଗର ଦୃଶ୍ୟପଟ୍ଟ ସୃଷ୍ଟି କରିବାରେ ସହାୟକ ହୋଇପାରିଛି ।”
ଏୟାରଟେଲର ତଥ୍ୟ ବୈଜ୍ଞାନୀକ ମାନଙ୍କର ନିଜସ୍ୱ ବିକଶିତ ଜ୍ଞାନକୌଶଳ ଦ୍ୱାରା ଏହି ଏଆଇ କ୍ଷମତାଯୁକ୍ତ ସମାଧାନକାରୀତା ନିଜସ୍ୱ ସାଂଖିକକୁ ବ୍ୟବହାରପୂର୍ବକ “ସନେ୍ଦହକାରୀ ସ୍କାମ” ଭାବରେ କଲ ଗୁଡ଼ିକୁ ଚିହ୍ନଟ ତଥା ଏହାକୁ ଶ୍ରେଣୀଭୁକ୍ତ କରିପାରିଛି । ନିଜସ୍ୱ ଜ୍ଞାନକୌଶଳ ଦ୍ୱାରା କ୍ଷମତାପ୍ରାପ୍ତ ଏହି ଏଆଇ ସାଂଖିକ ପଦ୍ଧତି ଅନେକଗୁଡ଼ିଏ ପାରାମିଟରକୁ ବିଶ୍ଲେଷଣ କରିପାରିଛି ଯାହା ମଧ୍ୟରେ ରହିଛି, କଲର ବା ପ୍ରେରଣକାରୀଙ୍କ ବ୍ୟବହୃତ ପଦ୍ଧତି, କଲ / ଏସଏମଏସର ବ୍ୟାପକତା ଏବଂ କଲର ଅବଧି ଯାହାକି ବାସ୍ତବ ସମୟ ଉପରେ ଆଧାରିତ ଅଟେ । ଜଣାଶୁଣା ସ୍କାମ ପ୍ରଣାଳୀ ଉପରେ ଆସୁଥିବା ଏହି ସୂଚନା ଗୁଡ଼ିକୁ ବିଚାରକୁ ନିଆଯାଇ ଅନୁସୃତ ପଦ୍ଧତି, ଆସୁଥିବା ସଠିକ୍ ସ୍କାମ କଲ ଏବଂ ଏସଏମଏସ ଗୁଡ଼ିକୁ ଚିହ୍ନଟ କରିଥାଏ ।
ଏହି ଦୁଇସ୍ତରୀୟ ସୁରକ୍ଷା ସମାଧାନକାରୀତାର ଦୁଇଟି ଫିଲଟର ଥାଏ – ଗୋଟିଏ ନେଟୱାର୍କ ସ୍ତରରେ ଏବଂ ଅନ୍ୟଟି ଆଇଟି ପ୍ରଣାଳୀ ସ୍ତରରେ ଉପଯୋଗ ହୋଇଥାଏ । ଏହି ଦୁଇସ୍ତରୀୟ ପ୍ରଣାଳୀ ଏଆଇ ସିଲଡ଼ ଜରିଆରେ ପ୍ରତ୍ୟେକଟି କଲ ଏବଂ ଏସଏମଏସ ଗତି କରିଥାଏ । ମାତ୍ର ଦୁଇ ମିଲିୟନ ସେକେଣ୍ଡରେ ଏହି ସମାଧାନ ପ୍ରଣାଳୀ ୧.୫ ବିଲିୟନ ମେସେଜ ତଥା ୨.୫ ବିଲିୟନ କଲ ରେକଡର଼୍ର୍ କରିଥାଏ । ଏହା ଏଆଇ କ୍ଷମତାଯୁକ୍ତ ବ୍ୟବହାରପୂର୍ବକ ଏକ ଟ୍ରିଲିୟନ ରେକଡର଼୍ କରିବା ସହିତ ସମାନ ହୋଇଥାଏ ଯାହାକି ବାସ୍ତବ ସମୟ ଉପରେ ଆଧାରିତ ।
ଅତିରିକ୍ତ ଭାବରେ, ଏସଏମଏସ ମାଧ୍ୟମରେ ଏହି ସମାଧାନକାରୀତା ଗ୍ରାହକମାନଙ୍କ ପାଖକୁ ଆସୁଥିବା ସନେ୍ଦହଜନକ ଲିଙ୍କ ପାଇଁ ସେମାନଙ୍କୁ ସତର୍କ କରାଇଥାଏ । ସେଥିପାଇଁ, ଆକସ୍ମିକ ଭାବରେ ଏହି ସନେ୍ଦହଜନକ ଲିଙ୍କକୁ କ୍ଲିକ୍ କରିବାର ଭୁଲ ଠାରୁ ସତର୍କ ରହିବା ପାଇଁ ଏୟାରଟେଲ ଏହାର ନିଜସ୍ୱ ଜ୍ଞାନକୌଶଳ ପ୍ରୟୋଗ କରି ଏକ କେନ୍ଦ୍ରିୟ ଡ଼ାଟାବେସ୍ ବ୍ଲାକଲିଷ୍ଟେଡ଼ ୟୁଆରଏଲ ଏବଂ ପ୍ରତ୍ୟେକ ଏସଏମଏସ ଗୁଡ଼ିକୁ ପରୀକ୍ଷା କରିବାର ଏକ ପଦ୍ଧତି ପ୍ରସ୍ତୁତ କରିଅଛି । ଏହି ସମାଧାନକାରୀତା ମଧ୍ୟ ଅନେକଗୁଡ଼ିଏ ଅସଙ୍ଗତିକାରୀତାର ସନ୍ଧାନ ଯେପରିକି ବାରମ୍ବାର ଆସୁଥିବା ଆଇଏମଇଆଇ ପରିବର୍ତ୍ତନକାରୀତା - ଯେପରିକି ଏକ ପ୍ରକାରର ପ୍ରବଞ୍ଚନାକାରୀ ଆଚରଣକୁ ମଧ୍ୟ ପ୍ରତିହତ କରିଥାଏ । ଏହିପରି ସୂଚନାକାରୀ ପଦକ୍ଷେପ ଗୁଡ଼ିକୁ ସୂଚିତ କରିବା ସହିତ କମ୍ପାନୀ ବୃଦ୍ଧି ପାଉଥିବା ଏଭଳି ସ୍କାମ ଏବଂ ପ୍ରବଞ୍ଚନାକାରୀ ଧମକପୂର୍ଣ୍ଣ ଦୃଶ୍ୟପଟ୍ଟରେ ଗ୍ରାହକମାନଙ୍କୁ ଏସବୁଠାରୁ ଦୂରେଇ ରଖିବା ପାଇଁ ଅନେକ ଗୁଡ଼ିଏ ସୁରକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବା ସହିତ ଏହାକୁ ସର୍ବାଧିକ ସ୍ତରରୁ ଦୂରେଇ ଦେବାରେ ସମର୍ଥ ହୋଇପାରିଛି ।
ଭାରତରେ ରହିଥିବା ଏଆଇ କ୍ଷମତାକାରୀ ସ୍କାମମୁକ୍ତ ନେଟୱାର୍କ କିଭଳି କାର୍ଯ୍ୟ କରିଥାଏ?

Image

0
0
0
s2sdefault