ହେଡଲାଇନସ୍:

ଗୀତିନାଟ୍ୟ ମାଧ୍ୟମରେ ସମାଜର ନିଚ୍ଛକ ଛବିକୁ ଆଙ୍କି ପାରିଥିଲେ ଗଣକବି ବୈଷ୍ଣବ ପାଣି-ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଣକବି ବୈଷ୍ଣବ ପାଣିଙ୍କ ୧୪୨ତମ ଜୟନ୍ତୀ ସମାରୋହରେ ଅନୁଷ୍ଠିତ 

 (ମାହାଙ୍ଗା -ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ସାହାପୁର ପଞ୍ଚାୟତ ଅରିଲୋ ମେଳଣ ପଡ଼ିଆ ପରିସରରେ ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣିଙ୍କ ୧୪୨ତମ ଜୟନ୍ତୀ ସମାରୋହ ‘ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ, ମାହାଙ୍ଗା’ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି l ସାହାପୁର ପଞ୍ଚାୟତ ସରପଞ୍ଚ ସାରଦା ପ୍ରସାଦ ମହାନ୍ତି ଙ୍କ ସଭାପତିତ୍ବ ରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍‌ଘାଟକ ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଶୁଭ ଉଦଘାଟନ କରିବା ସହିତ ଗଣ ସାହିତ୍ୟର ଅନନ୍ୟ କାଳଜୟୀ ସ୍ରଷ୍ଟା ବୈଷ୍ଣବ ପାଣି ଥିଲେ ଗଣ ଜୀବନର ଭାଷ୍ୟାକାର, ବାଲ୍ୟ ଜୀବନରେ ଉତ୍କଟ ଦାରିଦ୍ର୍ୟର ତାଡନାରେ ଜୀବନ ସଂଘର୍ଷ ଭିତରେ ପ୍ରତିଭାଦୀପ୍ତ ହୋଇ ଉଠି ନିଜର ଗଳ୍ପ, କବିତା, ଗୀତିନାଟ୍ୟ ମାଧ୍ୟମରେ ସମାଜର ନିଚ୍ଛକ ଛବିକୁ ଆଙ୍କି ପାରିଥିଲେ ଗଣକବି ବୈଷ୍ଣବ ପାଣି, ସେ ଏକାଧାରାରେ ସଙ୍ଗୀତଜ୍ଞ, ଗାୟକ, ନାୟକ, ବାୟକ, ନର୍ଭକ, ନଟ ଓ ନିର୍ଦ୍ଦେଶକ। ବସ୍ତୁତଃ, କାବ୍ୟ, ପୁରାଣ, ମାଳିକା, ଭଜନ, ଜଣାଣ, କୀର୍ତନ, ସର୍ବୋପରି ଓଡ଼ିଶୀ ସଙ୍ଗୀତ ଆଦି ଓଡିଆ ଗୀତି କବିତାର ରସୋତୀର୍ଥ ସ୍ରଷ୍ଟା । ବୈଷ୍ଣବ ପାଣି ନାମ ‘ଗଣକବି’ ରୂପେ ଓଡିଆ ସାହିତ୍ୟ ଇତିହାସରେ ଅବିସ୍ମରଣୀୟ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଯୋଗଦାନ କରି ବୈଷ୍ଣବଙ୍କ ସୃଜନ ଜୀବନର ଆଦ୍ୟ ଓଁକାର। ମାତ୍ର ଏକୋଇଶ ବର୍ଷ ବୟସରେ ସାହିତ୍ୟ-ଜଗତକୁ ଡେଇଁଥିବା ଏହି ପ୍ରଞ୍ଚଯଶା ନାଟ୍ୟକାଣ୍ଡାରୀ ଦୁଇଶତରୁ ଉର୍ଦୁ ସୁଆଙ୍ଗ, ଗୀତିନାଟ୍ୟ ଗୀତାଭିନୟ, ଭଜନ, ଜଣାଣ, ଫାର୍ଶ, କଥା-ସାହିତ୍ୟ, ଗଦ୍ୟ-ପ୍ରବନ୍ଧ ତଥା ଆତ୍ମଜୀବନୀ ଆଦି ରଚନା କରି ଓଡ଼ିଆ ସାହିତ୍ୟର ସବୁ ବିଭାଗରେ ହାତ ଦେଇ ବହୁମୁଖୀ ପ୍ରତିଭାର ନିଦର୍ଶନ ଦେଇଛନ୍ତି କବି ସ୍ବର୍ଗତ ପାଣି । ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡଃ ଭାଗବତ ଶୁକ୍ଳା, ସମ୍ମାନିତ ଅତିଥି ଭାବେ ଚଳଚିତ୍ର ଅଭିନେତ୍ରୀ ଅର୍ଚିତା ସାହୁ ଯୋଗଦାନ କରି ଦର୍ଶକ ମାନଙ୍କୁ ଅଭିନୟ ମାଧ୍ୟମରେ ଝୁମେଇ ଥିଲେ , ଅତିଥି ଭାବେ ବ୍ଲକ ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲା ପରିଷଦ ସେକ ମୁର୍ସିଦ ରିଆଜୁଲ ହୋଦା, ପୂର୍ବତନ ଅଧକ୍ଷ ରାଜକିଶୋର ଜେନା, ସମାଜସେବୀ ରୁଷି କୁମାର ରାଉତ, ସରପଞ୍ଚ ଲଳିତମୋହନ ମହାପାତ୍ର, କାହ୍ନୁଚରଣ ସାହୁ, ପ୍ରଶାନ୍ତ ପଟ୍ଟନାୟକ, ଯୁବ ସଂଗଠକ ସ୍ୱାଧୀନ ମହାନ୍ତି ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ l ଶେଷରେ ପଲ୍ଲୀମଙ୍ଗଳ ସାଂସ୍କୃତିକ ସଂସଦ, ଅରିଲୋ ପକ୍ଷରୁ “ ଜୟନ୍ତ ଜୟପାଳ କର୍ଣ୍ଣଦାନ ପରୀକ୍ଷା" ଗୀତିନାଟ୍ୟ ପରିବେଷଣ କରଯାଇଥିଲା, ଯାହାକୁ ଦେଖିବା ନିମନ୍ତେ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା l

0
0
0
s2sdefault