ହେଡଲାଇନସ୍:

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମେଳାକୁ ଜିଲ୍ଲାର ଚାଷୀ ଓ ଜନସାଧାରଣଙ୍କ ପାଇଁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଆସନ୍ତା ନଭେମ୍ବର ତା.୦୮.୧୧.୨୦୨୪ ଓ ତା ୦୯.୧୧.୨୦୨୪ ରିଖ ଦୁଇ ଦିନ ଧରି ଗଜପତି ଷ୍ଟାଡିୟମ ଠାରେ ମେଳା ଆୟୋଜନ ହେବ I
ଏଥିରେ ୨୦ ଗୋଟି ଷ୍ଟଲ ସହିତ ଜୀବନ୍ତ ମତ୍ସ୍ୟ ଓ ବିଭିନ୍ନ ପ୍ରଜାତିର ଗୃହପାଳିତ ପ୍ରାଣୀ ସମ୍ପଦର ପ୍ରଦର୍ଶନୀ ଆୟୋଜିତ ହେବ। ପ୍ରତ୍ୟେକ ଦିନ ସଭାକାର୍ଯ୍ୟ ସହ ଚାଷୀ-ବୈଜ୍ଞାନିକଙ୍କ ସହିତ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ପାଳନରେ କୃତୀ ଅର୍ଜନ କରିଥିବା ୮ ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା। ଏତଦବ୍ୟତୀତ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଇଁ ଗୋ-ପୁଜନ ସହ ଏକ ଗୋ-ପ୍ରଦର୍ଶନୀ ଅନୁଷ୍ଠିତ ହେବ।
ପ୍ରତ୍ୟେକ ଦିନ ଜିଲ୍ଲାର ସମସ୍ତ ବ୍ଲକ ରୁ ୫୦୦ ରୁ ଅଧିକ ମତ୍ସ୍ୟ ଓ ପ୍ରାଣୀ ପାଳକ ଏହି ମେଳାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନାକୁ ଲୋକକଳା ଓ ଲୋକନୃତ୍ୟ ମାଧ୍ୟମରେ ଚାଷୀଙ୍କ ଅବଗତି ପାଇଁ ପ୍ରତିଦିନ ଲୋକନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ।
ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ତୁଷାର କାନ୍ତ ସାହୁ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସୁରେନ୍ଦ୍ରନାଥ ସ୍ଵାଇ , ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଲିଶା ବେହେରା , ଉପନିର୍ଦ୍ଦେଶକ ଉଦ୍ୟାନ ଶ୍ରୀ ସୁଶାନ୍ତ କୁମାର ଦାଶଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault