ହେଡଲାଇନସ୍:

ପବିତ୍ର ତ୍ରିବେଣୀ ଘାଟ ରେ ସ୍ବର୍ଗତ ବିଜୟ ବାବୁଙ୍କର ଅସ୍ଥି ବିସର୍ଜନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ହିନ୍ଦୁ ଧର୍ମର ମାନ୍ୟତା ଓ ନିୟମ ମୁତାବକ ଗତ ୧୬ ତାରିଖ ଦିନ ପବିତ୍ର ତ୍ରିବେଣୀ ସଙ୍ଗମ ଘାଟ ରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କ ଅସ୍ଥି କଳସ କୁ ତାଙ୍କର ସୁପୁତ୍ର ଶ୍ରୀ ଭୋଜରାଜ ସିଂ ବାରିହ ବିସର୍ଜନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ , ପଦ୍ମପୁର ଭଳି ଏକ ଅଣ ସଂରଖିତ ଆସନରୁ ୫ ଥର ବିଧାୟକ ଭାବରେ ନିର୍ବାଚିତ ହେବା ସ୍ବର୍ଗତ ବାରିହା ଙ୍କ ଲୋକପ୍ରିୟତା କୁ ପ୍ରମାଣିତ କରୁଛି । ପଞ୍ଚମ ଥର ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିବା ପରେ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଗତ ଅକ୍ଟୋବର ମାସ ୩ ତାରିଖ ୨୦୨୨ ରେ ନିଜର ଜୀବନ ଯୁଦ୍ଧ ରେ ପରାଜିତ ହୋଇ ଚିରନିଦ୍ରା ରେ ବିଲୀନ ହୋଇ ଯାଇଥିଲେ । ଆଦିବାସୀ ସମାଜ କୁ ସଫଳ ନେତୃତ୍ୱ ପ୍ରଦାନ କରି ତାଙ୍କର ସାମାଜିକ ବିକାଶ ହେଉ କି ପଦ୍ମପୁର ଅଂଚଳରେ ଶିକ୍ଷା ପାଇଁ ଭିତ୍ତିଭୂମି ର ବିକାଶ , ଗମନାଗମନ ପାଇଁ ପୋଲ ହେଉ କି ଗାଁ କୁ ଗାଁ ରାସ୍ତାର ନିର୍ମାଣ , ଯୁବ ସମାଜ ର ସୁନ୍ଦର ସ୍ଵସ୍ଥ ପାଇଁ ଖେଳ କୁ ପ୍ରୋତ୍ସାହିତ କରିବା ହେଉ ବା ପଦ୍ମପୁର ଅଂଚଳର ଉନ୍ନତି ପାଇଁ ଭିତ୍ତିଭୂମି ର ବିକାଶ , ନୃସିଂହନାଥ ମନ୍ଦିର ହେଉ କି ଦେବଦର୍ହା ଶୈବ ପୀଠ ର ବିକାଶ ସବୁ କ୍ଷେତ୍ର ରେ ତାଙ୍କର ଅବଦାନ ଆଜି ବି ତାଙ୍କୁ ଅଞ୍ଚଳ ବାସୀ ଙ୍କ ହୃଦୟ ରେ ଜୀବିତ ରଖିଛି । ଆଦିବାସୀ ସମାଜ ରେ ଜନ୍ମିତ ଶ୍ରୀ ବରିହା ଭାରତ ବର୍ଷ ର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ର ଛାତ୍ର ଥିଲେ । ଜଣେ ଉଚ୍ଚ ଶିକ୍ଷିତ ହୋଇଥିବା କାରଣରୁ ସେ ଚାହୁଁଥିଲେ ଯେ ଅଂଚଳ ର ସମସ୍ତ ଛୁଆ ପାଠ ପଢି ଉଛ ଶିକ୍ଷିତ ହୁଅନ୍ତୁ । ଏଥିପାଇଁ ତାଙ୍କ ସମୟରେ ଅଂଚଳରେ ଅନେକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ସ୍ଥାପନ ତାଙ୍କରି ପ୍ରୟାସ ରେ ହୋଇ ପାରିଥିଲା । ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ କୁ ପରିବେଶ ରକ୍ଷା ପାଇଁ ବଲକୋ ଆନ୍ଦୋଳନ ସମୟରେ ତାଙ୍କର ନେତୃତ୍ୱ ଓ ଯୋଗଦାନ ଉଲ୍ଲେଖନୀୟ ।
ଆଜି ସ୍ବର୍ଗତ ବାରିହା ଙ୍କର ସୁପୁତ୍ର ଭୋଜରାଜ ସିଂ ବରିହା ଓ ଜ୍ୱାଇଁ (ବିଧାୟିକା ଶ୍ରୀମତୀ ବର୍ଷା ସିଂ ବାରିହା ଙ୍କର ସ୍ୱାମୀ ) ପବିତ୍ର ତ୍ରିବେଣୀ ସଙ୍ଗମ ରେ ଅସ୍ଥି ବିସର୍ଜନ କରି ଫେରିବା ପରେ ସ୍ଥାନୀୟ ପରମ୍ପରା ଅନୁସାରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପୀଠ କୁ ଯାଇ ଆମର ଆତ୍ମା ର ଶାନ୍ତି ଓ ସଦ୍ଗତି ନିମନ୍ତେ ପୂଜାର୍ଚନା କରିବା ସହିତ ଦର୍ଶନ କରିଥିଲେ । ଏହାପରେ ପଦ୍ମପୁର ସ୍ଥିତ ଘରକୁ ଫେରିବା ପରେ ଅଂଚଳର ଶହ ଶହ ଲୋକଙ୍କ ଉପସ୍ଥିତି ରେ ଅନ୍ୟାନ୍ୟ ସମସ୍ତ ନିୟମ ଓ ସାମାଜିକ ନୀତିର ପାଳନ କରାଯାଇଥିଲା ।

0
0
0
s2sdefault