ହେଡଲାଇନସ୍:

ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ( ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ସମ୍ବନ୍ଧୀୟ ଅଭିଯୋଗଗୁଡିକୁ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦ୍ଵାରା ତର୍ଜମା କରୁଛନ୍ତି ସରକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଓଡ଼ିଶାଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ (Computer Based Recruitment Examination) (CRE-IIIof ୨୦୨୪ ପଦବୀ ଯଥା LI/Forester/ Forest Guard ଏବଂ CRE-IV of 2024 ପଦବୀ ଯଥା RI/ARI/Amin/ICDS Supervisors/SFSs, )ସମ୍ବନ୍ଧୀୟପରୀକ୍ଷାର ପବିତ୍ରତା ସହ ସାଲିସ ହୋଇଥିବା କିଛି ପରୀକ୍ଷାର୍ଥୀଙ୍କ ଠାରୁ ଅଭିଯୋଗ ପ୍ରାପ୍ତି ହୋଇଛି, ଯାହା ଏହି ପଦବୀ ପାଇଁ ନିରପେକ୍ଷ ଏବଂ ମେଧାଭିତ୍ତିକ ଚୟନକୁ ପ୍ରଭାବିତ କରୁଛି ।ରାଜ୍ୟ ସରକାର ଏହି ବିଷୟକୁ ଅତି ଗୁରୁତ୍ଵର ସହ ବିଚାରକୁ ନେଇଛନ୍ତି ଏବଂ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଏକ ନିରପେକ୍ଷ ଓ ସ୍ଵଚ୍ଛ ନିଯୁକ୍ତି ପରୀକ୍ଷା କରିବାପାଇଁ ପ୍ରତିବଦ୍ଧ ।ରାଜ୍ୟ ସରକାର ଏହି ଅଭିଯୋଗ/ ଆରୋପ ଗୁଡିକୁ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦ୍ଵାରା ତର୍ଜମା କରୁଅଛନ୍ତି । ଓଡ଼ିଶାଅଧସ୍ତନ କର୍ମଚାରୀ ଚୟନ ଆୟୋଗ(OSSSC) ଦ୍ଵାରା ପରିଚାଳିତ ଉକ୍ତ ପରୀକ୍ଷା ଗୁଡିକର ପରିଚାଳନାର ସମସ୍ତ ଦିଗ ତଥା ପ୍ରାସଙ୍ଗିକ ପରିସଂଖ୍ୟାନକୁ ତର୍ଜମା କରାଯାଉଅଛି ଏବଂ ସରକାରଙ୍କ ଦ୍ଵାରା ଅତି ଶୀଘ୍ର ସମୁଚିତ ନିଷ୍ପତ୍ତି ନିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।

 

0
0
0
s2sdefault