ହେଡଲାଇନସ୍:

ଜନ୍ମମାଟିରେ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ପାଳିତ : ଗଣକଵି ଙ୍କୁ ସେକ୍ସପିୟର ଙ୍କ ସହିତ ତୁଳନା କଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

(ମାହାଙ୍ଗା -ଶାସକ ପ୍ରଶାସକ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଦା ସ୍ଥିତ ଗଣକଵି ଙ୍କ ଜନ୍ମମାଟିରେ ସାରସ୍ବତ ସାଧକ, ଗୀତିନାଟ୍ୟ ଜଗତର ମଉଡମଣୀ ତଥା କାଳଜୟୀ ସ୍ରଷ୍ଟା ଗଣକବି ବୈଷ୍ଣବ ପାଣିଙ୍କ ୧୪୨ ତମ ଜୟନ୍ତୀ ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ପକ୍ଷରୁ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥୂ ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ପୂର୍ବତନ ବିଧାୟକ ପ୍ରତାପ ଜେନା ଯୋଗଦେଇ ଗଣକବି ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ, ଧୂପ, ଦୀପ ଅର୍ପଣ ପୂର୍ବକ ଜୟନ୍ତୀ ଉତ୍ସବ ପାଳନ କରିବା ସହିତ ତାଙ୍କ ରଚିତ ଗଳ୍ପ, ନାଟକ, କବିତା ଅତି ଉଚ୍ଚକୋଟୀର ବୋଲି ପ୍ରକାଶ କରିଥିଲେ |

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରରେ ଗଣକଵି ଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ବ୍ରୋଞ୍ଚର ପ୍ରତିମୂର୍ତ୍ତି, ଗଣକଵି ଙ୍କ ମଠର ରୂପାନ୍ତରିକରଣ ଆଦି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରଯାଇଛି ଆଉ ଯାହା କିଛି ବାକି ରହିଛି ତାହାକୁ ମଧ୍ୟ କରାଯିବ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ସତ୍ୟ ନାରାୟଣ, ମହାନ୍ତି, ବ୍ଳକ ବିଜେଡି ସଭାପତି ରାଜକିଶୋର, ଜେନା, ଜିଲ୍ଲା ପରିଷଦ ସଭ୍ୟ ରିୟାଜୁଲ ହୋଦା, ନାରୀନେତ୍ରୀ ସସ୍ମିତା ମହାନ୍ତି, ପ୍ରଶାନ୍ତ ପଟ୍ଟନାୟକ, ଜଗବନ୍ଧୁ ସେଠି, ତ୍ରିନାଥ ଜେନା, ହେମନ୍ତ ପ୍ରଧାନ, କାର୍ତିକ ବିହାରୀ, ପ୍ରଶାନ୍ତ କର, ସୁବାଷ ଜେନା, ରାଜକିଶୋର ବଳ, ସୁନାକାର ବେହେରା, ନିରଞ୍ଜନ ବିଶ୍ବାଳ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, କଵି, ସାମ୍ବାଦିକ, ସାହିତ୍ୟିକ, ଗ୍ରାମବାସୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିବା ସହିତ କବିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

0
0
0
s2sdefault