ହେଡଲାଇନସ୍:

ପୂର୍ବତଟ ରେଳପଥରେ ତିନିମାସ ଦୀର୍ଘ ସତର୍କତା ସଚେତନତା ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଅକ୍ଟୋବର 17, 2024: ପୂର୍ବତଟ ରେଳପଥ ଗତ ଅଗଷ୍ଟ ମାସ 24 ତାରିଖ ଠାରୁ ତିନି ମାସ ପର୍ଯ୍ୟନ୍ତ ସତର୍କତା ସଚେତନତା ଅଭିଯାନ ଆରମ୍ଭ କରିଛି | କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଙ୍କ ନିର୍ଦ୍ଦେଶନାମା ଅନୁଯାୟୀ “ସଂସ୍କୃତିର ଅଖଣ୍ଡତା ପାଇଁ ରାଷ୍ଟ୍ରର ସମୃଦ୍ଧତା” ବିଷୟବସ୍ତୁ ଆଧାରରେ ଏହି ଅଭିଯାନ ଆରମ୍ଭ କରାଯାଇଅଛି |

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ପୂର୍ବତଟ ରେଳପଥ ଜୋନ ମଧ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ଆୟୋଜନ କରି ରେଳ କର୍ମଚାରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ଅଖଣ୍ଡତାର ସଂସ୍କୃତି ବୃଦ୍ଧି କରାଇବା |

ମୁଖ୍ୟ ଆକର୍ଷଣ:

1. ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା:

o ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ତଥା ରେଳ କର୍ମଚାରୀଙ୍କ ପିଲାମାନଙ୍କ ମଧ୍ୟରେ ପ୍ରବନ୍ଧ ଲେଖା, କଳା ଏବଂ ପେଣ୍ଟିଂ ଏବଂ ସ୍ଲୋଗାନ ଲେଖା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଅଛି | ପିଲା ଓ ଯୁବ ସମାଜ ମଧ୍ୟରେ ଅଳ୍ପ ବୟସରୁ ଅଖଣ୍ଡତା ମୂଲ୍ୟବୋଧକୁ ଗୁରୁତ୍ୱ ଦିଆଯାଇ ଭୁବନେଶ୍ୱର, କଟକ ଏବଂ ପୁରୀ ସମେତ ପ୍ରମୁଖ ସ୍ଥାନ ମାନଙ୍କରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେମାନଙ୍କୁ ପ୍ରୋତ୍ସାହିତ କରିବା |

2. ସତର୍କତା ଆଲୋଚନା ଚକ୍ର ଏବଂ କର୍ମଶାଳା:

o ରେଳ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସଜାଗତା ଏବଂ ସ୍ୱଚ୍ଛତାର ଗୁରୁତ୍ୱ ସମ୍ବନ୍ଧରେ ଶିକ୍ଷା ଦେବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥର ସତର୍କତା ବିଭାଗ ବିଭିନ୍ନ ସ୍ଥାନରେ ଆଲୋଚନା ଚକ୍ର ଏବଂ କର୍ମଶାଳା ଆୟୋଜନ କରି ସତର୍କତା ଅଭିଯାନ ଜାରି ରଖିଛି | ଏହି ପଦକ୍ଷେପଗୁଡିକ ସଚେତନତା ସୃଷ୍ଟି କରିବା ଏବଂ କର୍ମକ୍ଷେତ୍ରରେ ନୈତିକ ଅଭ୍ୟାସକୁ ଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ |

3. ସମୁଦାୟର ଯୋଗଦାନ:

o ଏହି ଅଭିଯାନର ଉଦ୍ଦେଶ୍ୟକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ, ବଲ୍କ ଏସଏମଏସର ବ୍ୟବହାର କରାଯାଇଅଛି | ଭୁକନେଶ୍ୱର, କଟକ, କୋରାପୁଟ, ବାଲୁଗାଁ, ଭଦ୍ରକ, ଅନୁଗୁଳ, ବଲାଙ୍ଗୀର, ଟିଟିଲାଗଡ଼, ବିଜୟନଗରମ ଏବଂ ବିଶାଖାପାଟନମ୍ ଭଳି ପ୍ରମୁଖ ରେଳ ଷ୍ଟେସନ ମାନଙ୍କରେ ସ୍ୱଚ୍ଛତା ଓ ଅଖଣ୍ଡତାର ମହତ୍ଵକୁ ଦର୍ଶାଇ ପଥପ୍ରାନ୍ତ ନାଟକ (ନୁକ୍କଡ ନାଟକ) ପ୍ରଦର୍ଶନ କରାଯାଉଛି, ଯାହା ତୃଣମୂଳ ସ୍ତରରେ ଏହାର ବାର୍ତ୍ତା ପ୍ରସାର କରିବାରେ ସାହାଯ୍ୟ କରିବ |

4. ଭବିଷ୍ୟତ କାର୍ଯ୍ୟକ୍ରମ :

o ୨୦୧୪ ଅକ୍ଟୋବର 23 ତାରିଖରେ ଭୁବନେଶ୍ୱର ଏବଂ କଟକ ଠାରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବିତର୍କ ପ୍ରତିଯୋଗିତା ଧାର୍ଯ୍ୟ କରାଯାଇଛି, ଯେଉଁଠାରେ ଯୁବ ମାନସିକତା ଜାତୀୟ ବିକାଶରେ ଅଖଣ୍ଡତାର ଗୁରୁତ୍ୱ ବିଷୟରେ ଆଲୋଚନା କରିବେ |

o ଅତିରିକ୍ତ କାର୍ଯ୍ୟକଳାପରେ ଅଖଣ୍ଡତା ପ୍ରତିଶ୍ରୁତି ପରିଚାଳନା, ବିକ୍ରେତା (ଭେଣ୍ଡର) ଏବଂ ସହଭାଗୀ ମାନଙ୍କ ମଧ୍ୟରେ ବୈଠକ ଏବଂ ରେଳ ଷ୍ଟେସନ ଏବଂ କାର୍ଯ୍ୟାଳୟରେ ବ୍ୟାନର ଏବଂ ପୋଷ୍ଟର ପ୍ରଦର୍ଶନ କରାଯାଇ ସଚେତନତା ସୃଷ୍ଟି କରିବା ଅନ୍ତର୍ଭୁକ୍ତ |

5. ସତର୍କତା ସଚେତନତା ସପ୍ତାହ:

o 2024 ଅକ୍ଟୋବର ମାସ 28 ତାରିଖରୁ ନଭେମ୍ବର ମାସ 3 ତାରିଖ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ସତର୍କତା ସଚେତନତା ସପ୍ତାହ ପାଳନ କରିବ | ଏହି ସପ୍ତାହରେ ଯୋଜନା କରାଯାଇଥିବା କାର୍ଯ୍ୟକଳାପରେ ୱାକାଥନ୍ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ରେଳ କର୍ମଚାରୀ ଏବଂ ସାଧାରଣ ଜନତାଙ୍କୁ ସ୍ୱଚ୍ଛତା ଓ ଅଖଣ୍ଡତା ନିର୍ମାଣ କାର୍ଯ୍ୟରେ ଜଡିତ କରିବା ପାଇଁ ପରିକଳ୍ପିତ ବିଭିନ୍ନ ପ୍ରୟାସ ଅନ୍ତର୍ଭୁକ୍ତ ଅଟେ |

ପୂର୍ବତଟ ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ବିଜୟ କୁମାର ମିଶ୍ରଙ୍କ ମାର୍ଗଦର୍ଶନରେ ପୂର୍ବତଟ ରେଳପଥ ଏକ ନୈତିକ ମୂଲ୍ୟବୋଧ ସହିତ ସ୍ୱଚ୍ଛ ଓ ଅଖଣ୍ଡତାକୁ ଆଧାର କରି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଜାତିର ସମୃଦ୍ଧତା ପ୍ରତିପାଦନ କରିବାକୁ ପ୍ରତିଶ୍ରୁତିବଦ୍ଧ |

0
0
0
s2sdefault