ହେଡଲାଇନସ୍:

ଆଦିବାସୀ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଗୁଣୁପୁର ଏବଂ ରାୟଗଡା ଜିଲ୍ଲା ଗସ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି -ଓଡିଶା ସରକାର ଙ୍କ ଆଦିବାସୀ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରାୟଗଡା ଜିଲ୍ଲା ଏବଂ ଗୁଣୁପୁର କୁ ଅଚାନକ ଗସ୍ତ କରିଛନ୍ତି | ଏହି ଗସ୍ତ ସମୟରେ ମନ୍ତ୍ରୀ ଗଣ୍ଡ ରାୟଗଡା ଜିଲ୍ଲା ର ବିଷମକଟକ ଅମ୍ବାଦଳା ରେ ସଦସ୍ୟତା ଅଭିଯାନ ଉପରେ ଲୋକଙ୍କୁ ଭାରତୀୟ ଜନତା ପାର୍ଟି ର ସଦସ୍ୟତା ପାଇଁ ଅନୁରୋଧ କରିଥିଲେ | ମନ୍ତ୍ରୀ ଗଣ୍ଡ ଗୁଣୁପୁର ସଦର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ପହଁଚି ଥିଲେ |

ଗୁଣୁପୁର ଭାରତୀୟ ଜନତା ପାର୍ଟି ର ସଂଯୋଜକ ପ୍ରମୋଦ କୁମାର ସାହୁ ଜିଲ୍ଲା ଉପସଭାପତି ଉଦୟ ପାଢ଼ୀ ମନ କି ବାତ ର ସଂଯୋଜକ ଟିଂକୁ ପଣ୍ଡା ଅମର ସାହୁ ନୀଳମାଧବ ପାଢ଼ୀ ରାଜେନ୍ଦ୍ର ନାୟକ ବାପି ପଣ୍ଡା ପ୍ରମୁଖ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ସ୍ୱାଗତ କରିବା ସହ କିଛି ଶିକ୍ଷକ ସେମାନଙ୍କ ବିଭିନ୍ନ ଦାବି ଉପରେ ମନ୍ତ୍ରୀ ଙ୍କ ସହ ଆଲୋଚନା କରି ଥିଲେ |

ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁ ନୂତନ ସଦସ୍ୟତା ଅଭିଯାନ ସହ ଗୁଣୁପୁର ରେ ଖାଲି ଥିବା ଆଦିବାସୀ ପ୍ରକଳ୍ପ ପ୍ରଶାସକ ପଦବୀ ତୁରନ୍ତ ପୂରଣ କରିବା ଉପରେ ମନ୍ତ୍ରୀ ଗଣ୍ଡ ଙ୍କୁ ଜଣାଇ ଥିଲେ |

ଏହି ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ସଭାପତି ଶିବ ପଟନାୟକ, କାଳିରାମ ମାଝୀ, ବିଦ୍ୟା ଶବର ଏବଂ କୋରାପୁଟ ବିଧାୟକ ରଘୁରାମ ମାଛ ଉପସ୍ଥିତ ଥିଲେ।

 

0
0
0
s2sdefault