ହେଡଲାଇନସ୍:

କୁରାଳ ; ଉଜୁଡା ଧାନ ଖେତରେ ଲାଗିଲା ନିଆଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ଓଡଗାଁରୁ ସାରସ କୁମାର ମିଶ୍ର  : ଓଡଗାଁ ଅନ୍ତର୍ଗତ କୁରାଳ ପଂଚାୟତ କୁରାଳ ଗ୍ରାମର ଚାଷୀ ମାନେ ଉଜୁଡି ଯାଇଥିବା ଧାନ ଖେତ ସମନ୍ଧରେ ପ୍ରଶାସନର ଦ୍ୱାରସ୍ଥ ହୋଇ କୈାଣସି ସହେଯାଗ ନପାଇବା କାରଣରୁ ନୀରବ ପ୍ରତିବାଦ କରିବାକୁ ଯାଇ ନିଜେ ନିଜ ଉଜୁଡା ଧାନ ଖେତରେ ନିଆଁ ଲଗାଇ ଥିବା ଘଟଣା ବୁଡି ଯାଉଥିବା ଚାଷୀର ହତାସ ଭାବକୁ ପ୍ରଦର୍ଶିତ କରିଛି । ଏଠି ପ୍ରତିବାଦ କରିବାକୁ ଯାଇ ବିଷ ପି ଚାଷୀ ଆତ୍ମ ହତ୍ୟା କଲେ ନତୁବା ଉଜୁଡା ଧାନ ଖେତକୁ ନିଆଁ ଲଗେଇଲେ ସରକାର ଏବଂ ପ୍ରଶାସନର ନିଦ ଭାଙ୍ଗେ । ତେଣୁ କୁରାଳ ଚାଷୀ ଭାଇମାନେ ନିଜର ଉଜୁଡା ଧାନ ଖେତରେ ନିଆଁ ଲଗାଇ ନୀରବରେ ଆଖିର ଲୁହ ପିଇ ଅପେକ୍ଷା କରିଛି, ଏ ମହା ବିପତ୍ତିରୁ  ତାକୁ ଉଧାର କରିବ କିଏ ? ନିଜର ଚାରି ଏକର ଚାଷ ଜମିରେ ରୋଗ ପୋକ ଲାଗି ସମ୍ପୁର୍ଣ୍ଣ ନଷ୍ଟ ହେବା ପରେ ଅନେକ ପ୍ରଶ୍ନର କୈାଣସି ଉତର ନପାଇ ଜୀବନର ଦୋଛକିରେ ରହିଥିବା କୁରାଳ ଗ୍ରାମର ଭାଗ ଚାଷୀ ଅମୁଲ୍ୟ ବରାଡ ମାନସିକ ନିୟନ୍ତ୍ରଣ ହରାଇ ଆଜି ସକାଳେ ଉଜୁଡା ଧାନ କ୍ଷେତରେ ନିଆଁ ଲଗାଇ ଦେଇଥିଲେ । ଏ ଘଟଣା ନିମିଷକ ମଧ୍ୟରେ ସାରା ଅଂଚଳରେ ପ୍ରଚାର ହେବାପରେ କ୍ଷତିଗ୍ରସ୍ତ ଚାଷୀ ମନେ ଏ ଘଟଣାକୁ ଗୁରୁତର ଭାବେ ଅଲୋଚନା କରିବା ସହିତ ସେମାନଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଗୋଟିଏ ପକ୍ଷରେ ୧୭ ବର୍ଷର ବିଜେଡି ଵିକସହ  ବିକାସ ନାମରେ ତାର ଅହଂକାରକୁ ଜନ ସମ୍ପର୍କ ପଦଯାତ୍ରାରେ  ପ୍ରଚାର କରି ଦଶ ଦିନରେ ଦୁଇଶ କିମି ରାସ୍ତା ଅତିକ୍ରମ କରିଥିବା କଥା କହୁଥିବା ବେଳେ ଅନ୍ୟ ପକ୍ଷରେ ମାଟି ସହିତ ମାଟି ହୋଇ ଲୁହ ଲୁହଲହୁକୁ ଏକାକାର କରି ଜମିରେ ସୁନା ଫଳାଉ ଥିବା ଚାଷୀର ଚାଷ ଜଦି ଉଜୁଡି ଯାଏ ତେ ତାର ପ୍ରଭାବରେ କେକଳ ଚାଷୀ ନୁହେଁ ପରୋକ୍ଷରେ ଏହା ମାନବ ସମାଜ ପ୍ରତି ଏକ ସମ୍ବେଦନଶିଳ ଘଟଣା ବୋଲି ମନେକରିବା ଦକ୍ରାର ଏବଂ ଏକଥା ଗାଁକୁ ଗାଁ ବୁଲି ମିଛ ଭଲ ପାଇବାର ଅଭିନୟ କରିବାକୁ ଯାଇ  ଅର୍ଥ ଅନ୍ନ ସମୟ ଅପଚୟ କରୁଥିବା ସମସ୍ଥ ରାଜନୈତିକ ଦଳ ବୁଝିବା ଦର୍କାର । କେବଳ କୁରାଳର ଅମୁଲ୍ୟ ନୁହେଁ କି ଏ ଅଂଚଳର ଚାଷୀ କୁଳ ନୁହେଁ ସମଗ୍ର ରାଜ୍ୟର ଚାଷୀକୁଳ ପାଇଁ ଏ ପରିପ୍ରେକ୍ଷିରେ ସରକାର ଚାଷୀ କୁଳ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଜରୁରି ହୋଇ ପଡିଛି । ନତୁବା ପୁଞ୍ଜିଭୁତ ଅସନ୍ତୋଷ ଭବିଷ୍ୟତରେ ଏକ ବିରାଟ ସମସ୍ୟା ଭାବେ ଉଭାହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଏଠାରେ ସୁଚନା ଯୋଗ୍ୟ  ଉଜୁଡା କ୍ଷେତରେ ନିଆଁ ଲାଗିବାରୁ ନିଜେ ଜିଲାପାଳ ଅରିନ୍ଦମ ଡାକୁଆ କୁରାଳ ଗାଁରେ ପହଂଚି ଉଜୁଡା କ୍ଷେତକୁ ପୋଡିବାରୁ ବିରତ ରହିବା ପାଇଁ କହିଥିଲେ । ଏବଂ ଖୁବ ଶିଘ୍ର କ୍ଷତି ସଂମ୍ପର୍କରେ ସରକାରଙ୍କୁ ଅବଗତ କରାଇବେ ବୋଲି ସୁଚନା ଦେଇଥିଲା । 

0
0
0
s2sdefault