ହେଡଲାଇନସ୍:

କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ଗଣାଧାରଣା ଦ୍ୱିତୀୟ ଦିନରେ : ସେପଟେ  ସରକାରଙ୍କୁ ଜବାବ୍ ମାଗିଲେ ହାଇକୋର୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କୁନ୍ଦୁଲି ଗଣବଲାତ୍କାର ଘଟଣାରେ ଏସଓଜି ଯବାନଙ୍କ ହାତ : ବିଜେଡି

 ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ  ନିଅନ୍ତୁ  : କଂଗ୍ରେସ 

ବିଷ୍ଣୁଙ୍କ ତଥ୍ୟ ସତ୍ୟ ହୋଇଥିଲେ ସାଂଘାତିକ : ବିଜେପି 

 

ଭୁବନେଶ୍ୱର// manasi mishra/chakradhar majhi : କୋରାପୁଟ ଜିଲ୍ଲାର କୁନ୍ଦୁଲି ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ପୀଡିତାକୁ ନ୍ୟାୟ ଦାବି କରି କଂଗ୍ରେସର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସେଲ ପକ୍ଷରୁ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ଧାରଣା ଦ୍ୱିତୀୟ ଦିନରେ ପହଂଚିଛି  । 

ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଓ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ନେବା , ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବା, ଭୁବନେଶ୍ୱରରେ ସରକାରୀ ଖର୍ଚ୍ଚରେ ପୀଡିତାର ଚିକିତ୍ସା କରାଇବା , ପୀଡିତାର ଡାକ୍ତରୀ ମାଇନା ରିପୋର୍ଟ ସାର୍ବଜନୀନ କରିବା ଏବଂ ତାଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି  । ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଏବଂ ପୀଡିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବିରେ କଂଗ୍ରେସ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରୀ ରଖିବାକୁ ନିଷ୍ପତି ନେଇଛି  । 

ଆଜିର ଧାରଣା କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା, ଏଆଇସିସି ସାଧାରଣ ସଂପାଦକ ଶ୍ରୀ ରାମଚନ୍ଦ୍ର ଖୁଂଟିଆ, ରାମଚନ୍ଦ୍ର କାଡ଼ାମ, କିଶୋର ଜେନା, ମନୋରଞ୍ଜନ ତ୍ରିପାଠୀ, ନିମେଇ ସରକାର, ସଂଗ୍ରାମ କେଶରୀ ଜେନା, ବିଶ୍ୱରଞ୍ଜନ ମହାନ୍ତି, ପ୍ରଣତୀ ମିଶ୍ର, ଜୟନ୍ତ ଭୋଇ, ରାଜୀବ ପଟ୍ଟନାୟକ, ପ୍ରଦୀପ ମହାପାତ୍ର, ଜାନକୀ ମଲ୍ଲିକ, ଅଖିଳ ବୋତ୍ରା, ଶିଶିର ମାଦଳା ଓ ପୀଡ଼ିତାର ପରିବାରବର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟପକ୍ଷରେ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଓଡିଶା ହାଇକୋହର୍ଟ ରଜ୍ୟ ସରକାରଙ୍କୁ ଜବାବ୍ ମାଗିଛନ୍ତି  । ଘଟଣାର ତଦନ୍ତରେ କି ପ୍ରକାର ଅଗ୍ରଗତି ଘଟିଛି ସେଥିନେଇ ସତ୍ୟପାଠ ମାଧ୍ୟମରେ ଜବାବ୍ ରଖିବା ପାଇଁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି  । ଆସନ୍ତା ୨୧ ତାରିଖରେ ମାମଲାର ପରବର୍ତୀ ଶୁଣାଣି କରାଯିବ  । 

ସେପଟେ ବିଜେଡି ଦଳିତ ସେଲର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେଇଛନ୍ତି  ଚାଂଚଲ୍ୟକର ବୟାନ  । କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଏସଓଜି ଯବାନଙ୍କ ରହିଛି ସମ୍ପୃକ୍ତି ରହିଛି ବୋଲି ବିଷ୍ଣୁ ଦାସ କହିବା ଘଟଣା ଘଟଣାକୁ ଅଧିକ ଘନୀଭୂତ କରିଛି  । ତେଣୁ  ଘଟଣା ଉପରେ କ୍ରାଇମବ୍ରାଂଚର ଅତିରିକ୍ତ ପୋଲିସ ମହାନିର୍ଦେଶକଙ୍କ  ଦ୍ୱାରା ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ଏହି ଘଟଣା ସମ୍ପର୍କରେ ତଦନ୍ତ ରିପୋର୍ଟ ସେଲ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରାଯାଇଛି ।

ବିଷ୍ଣୁଙ୍କ ଏପରି ବୟାନ ପରେ ତାଙ୍କୁ କଥାକୁ ଖପ କରି ମାଡ଼ିବସିଛି କଂଗ୍ରେସ ।  କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ବିଜେଡ଼ି ଦଳିତ ବିଭାଗ ଅଧ୍ୟକ୍ଷ ବିଷ୍ଣୁ ଦାସ ଏସଓଜି ଯବାନ ସଂପୃକ୍ତ ବୋଲି ପ୍ରକାଶ କରିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ପକ୍ଷରୁ ଦାବି ହୋଇଛି । ଘଟଣା କ’ଣ ମୁଖ୍ୟମନ୍ତ୍ରୀ ଆଗରୁ ଜାଣିଥିଲେ । ମାତ୍ର ଏହାକୁ ଚପାଇ ଦେବାପାଇଁ ସଫଳ ହେଲେ ନାହିଁ । ଅନ୍ୟପକ୍ଷରେ ପୀଡ଼ିତାକୁ ନ୍ୟାୟ ପ୍ରଦାନ ପାଇଁ କଂଗ୍ରେସ ଯେଉଁ ଦାବି ରଖିଛି ତାହାକୁ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟକାରୀ କରାନ୍ତୁ । ଦାବି ହାସଲ ନ ହେବା ପର୍ଯ୍ୟନ୍ତ କଂଗ୍ରେସ ଆନେ୍ଦାଳନ ଜାରି  ରଖିବ ବୋଲି ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଶାଗରିଆ ଏବଂ ଆଦିବାସୀ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ମାଝୀ କହିଛନ୍ତି । 

ଦୁଷ୍କର୍ମ ଘଟଣାରେ ଯବାନ୍ ମାନେ ସମ୍ପୃକ୍ତ ବୋଲି ଶ୍ରୀ ଦାସ ଆଜି କହିଥିବା ବେଳେ ଡିଜିପି କାହା ଇଙ୍ଗିତରେ ଘଟଣା ଘଟିବାର ଅଧଘଂଟା ଭିତରେ ଏଥିରେ ଯବାନଙ୍କ ସଂପୃକ୍ତି ନାହିଁ ବୋଲି ଗଣମାଧ୍ୟମରେ କହିଥିଲେ ବୋଲି ରାଜ୍ୟ କଂଗ୍ରେସ ପ୍ରଶ୍ନ କରିଛି ???? ନବୀନ ସରକାର ପକ୍ଷରୁ କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାକୁ ଚପାଇ ଦେବାପାଇଁ ଚକ୍ରାନ୍ତ ହୋଇଥିଲା । ମାତ୍ର କଂଗ୍ରେସର ଆନ୍ଦୋଳନ  ଫଳରେ ସତ୍ୟ ପଦାକୁ ଆସିଛି । ପୋଲିସ୍ କ’ଣ ପାଇଁ ଦୋଷୀଙ୍କୁ ଘଂଟ ଘୋଡାଇ ଚାଲିଥିଲେ ତାହା ଆଜି ଆଲୋଚନାର ପ୍ରସଙ୍ଗ । ବିଭିନ୍ନ ଗଣ ଦୁଷ୍କର୍ମ ଘଟଣାରେ ନବୀନ ସରକାର ଅପରାଧି ମାନଙ୍କ ପକ୍ଷ ନେଇଛନ୍ତି । ଡିଜିପି ମଧ୍ୟ ଅପରାଧୀମାନଙ୍କୁ ସୁରକ୍ଷା ଦେଉଥିଲେ । ପୋଲିସର କାର୍ଯ୍ୟାନୁଷ୍ଠାନ  ଉପରେ ଲୋକଙ୍କ ଭରଷା ତୁଟିଯାଇଛି । ବିଷ୍ଣୁ ଦାସଙ୍କ ଉକ୍ତି ଆଜି ପୋଲିସ୍ ତଦନ୍ତର ନିରପେକ୍ଷତା ଉପରେ ସଂନେ୍ଦହ ପ୍ରକଟ କରିଛି । କ୍ରାଇମବ୍ରାଂଚ ମଧ୍ୟ ସଠିକ୍ ତଦନ୍ତ କରିବା ନାହିଁ ବୋଲି ଜନସାଧାରଣ  ଅନୁଭବ  କଲେଣି ବୋଲି  କଂଗ୍ରେସ ପକ୍ଷରୁ କୁହାଯାଇଛି  ।

 ବହୁଚର୍ଚ୍ଚିତ କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ସରଜମିନ ତଦନ୍ତ ଆଧାରରେ ଶାସକ ବିଜୁ ଜନତା ଦଳ ଦଳିତ ଶାଖାର ଅଧ୍ୟକ୍ଷ ବିଧାୟକ ଶ୍ରୀ ବିଷ୍ଣୁ ଦାସଙ୍କ ବକ୍ତବ୍ୟ ସତ୍ୟ ହୋଇଥିଲେ, ଏହା ଅତ୍ୟନ୍ତ ସାଂଘାତିକ ବୋଲି ରାଜ୍ୟ ସଂପାଦକ ତଥା ବିଜେପ ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଦିଲୀପ ମଲ୍ଲିକ କହିଛନ୍ତି ।

ଶ୍ରୀ ମଲ୍ଲିକ କହିଛନ୍ତି ଯେ,  ମାଓ ଦମନ ପାଇଁ ନିୟୋଜିତ ଏସଓଜିମାନେ ଯଦି କୁନ୍ଦିଲି ଗଣ ଦୁଷ୍କର୍ମରେ ଜଡିତ, ତାହେଲେ ଏହା ବାଡ ହୋଇ କ୍ଷେତ ଖାଇ ଯିବା ସହ ସମାନ ବୋଲି ଶ୍ରୀ ମଲ୍ଲିକ ଆକ୍ଷେପ କରି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅତି ଆପଣାର ଏବଂ ଘନିଷ୍ଟ ବୋଲାଉଥିବା ଶ୍ରୀ ବିଷ୍ଣୁୁ ଦାସଙ୍କ ଏହି ବକ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ଗମ୍ଭୀରତାର ସହ ଗ୍ରହଣ କରି ଏ ସଂପର୍କରେ ଓଡିଶାବାସୀଙ୍କୁ ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ମଲ୍ଲିକ ଦାବୀ ଜଣାଇଛନ୍ତି ।

0
0
0
s2sdefault