ହେଡଲାଇନସ୍:

ଖଲ୍ଲିକୋଟ ଏନ୍ ଏ ସି ଦେଖାଇଲା ତାର ପାୱାର ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଶାସକପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା ): ଖଲ୍ଲିକୋଟ ଏନ୍ ଏ ସି ଜନସାଧାରଣ ଙ୍କ ସୁବିଧା ପାଇଁ କରିଥିଲେ ମାର୍କେଟ କମ୍ପ୍ଲେକ୍ସ, ଦୋକାନୀ ମାନେ ଏନ୍ ଏ ସି ଅଧୀନ ରେ ଥିବା ଗୃହ କୁ ଭଡ଼ାରେ ନେଇ ଥିବା ବେଳେ ପୁଣି ସେ ଗୃହ କୁ କେତେକ ଭଡାଟିଆ ଅନ୍ୟ ଜଣକୁ ଭଡ଼ା ଲଗାଇ ତାଙ୍କଠାରୁ ଅଧିକ ଭଡା ପାଉଥିବା ଲୋକଲୋଚନକୁ ଆସିବା ଜଣାପଡୁଛି। ଭଡ଼ାରେ ନେଇ ଥିବା ଦୋକାନୀ ମାନେ ବର୍ଷ ତମାମ ଭଡା ନଦେଇ ଫାଙ୍କିବା, ତା ସାଙ୍ଗକୁ ଏନ୍ ଏ ସି ନୋଟିସ୍ ଦେଲେ ସୁଦ୍ଧା ତାକୁ ହେୟଜ୍ଞାନ କରିବା ।ଏ ସବୁକୁ ନେଇ ଖଲ୍ଲିକୋଟ ଏନ୍ ଏ ସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅଗ୍ରସର ହୋଇଛି। ଏଅଵସରରେ ଆଜି ସ୍ଥାନୀୟ ଖଲ୍ଲିକୋଟ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ନାୟକ, ତହସିଲ ଦାର ତଥା ମାଜିଷ୍ଟ୍ରେଟ ସ୍ତରୀୟ ଅଧିକାରୀ ଶ୍ରୀ କୁମାର ରଥ ଓ ଖଲିକୋଟ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନରେଶ କୁମାର ସାହୁ ଙ୍କ ତତ୍ତ୍ଵାବଧାନତାରେ ମାର୍କେଟ କମ୍ପ୍ଲେକ୍ସ ର ୯ଗୋଟି ଦୋକାନ ତାଲା ଝୁଲନ୍ତା ଗୃହ କୁ ଭଙ୍ଗା ଯାଇ , ତା ସ୍ଥାନ ରେ ଏନ୍ଏସି ନୂତନ ତାଲାବନ୍ଦ କରି ଵାର ପରିଲକ୍ଷିତ ହୋଇଥିଲା।

ଏସଂକ୍ରାନ୍ତରେ ଏକ ପ୍ଲାଟୁନ ଫୋର୍ସ ମୁତୟନ ଥିବା ବେଳେ ଅନ୍ୟ ପକ୍ଷରେ ଏନ୍ ଏ ସି କର୍ମଚାରୀ ଉପସ୍ଥିତ ଥିଲେ। ଏନ୍ ଏ ସି ଉକ୍ତ ୯ ଗୋଟି ଦୋକାନ ତାଲା ପକାଇ ନିଜର ଅକ୍ତିଆର ରଖିବା କଥା ଜଣାଯାଏ। ଖବର ନେବାରୁ ଜଣାପଡିଛି ଯେ, ୩ଜଣ ଭଡାଟିଆ ଙ୍କ ଠାରୁ ଟ୩୮,୧୦୦/- ଅଠତିରିଶହଜାର ଏକଶହ ବକେୟା ପାଉଣା ଆଦାୟ ହୋଇଛି । ଖଲ୍ଲିକୋଟ ରେ ଚାଲିଛି ଉନ୍ନତି ପରିବର୍ତ୍ତେ ସଵ୍ ଲିଜ୍ , ଯାହାକି ସୁନାମଧନ୍ୟ ବ୍ୟକ୍ତି ବିଶେଷଙ୍କ ନାମ ରେ ଏକାଧିକ ଗୃହ ଅଛି ତଦନ୍ତ କଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ଜନଶ୍ରୁତି ରୁ ଜଣାପଡିଛି।

0
0
0
s2sdefault