ହେଡଲାଇନସ୍:

ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବେ ବାଚସ୍ପତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର : ବାଂଲାଦେଶର ଢାକାଠାରେ ହେବାକୁ  ଥିବା  ୬୩ତମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବା ପାଇଁ ବାଚସ୍ପତି ପ୍ରଦିପ କୁମାର ଅମାତ କାଲକାତା ଗସ୍ତ କରିଛନ୍ତିା କୋଲକାତାଠାରୁ ସେ ଢାକା ଅଭିମୁଖେ ଯାତ୍ରା କରିବୋ ଢାକାରେ ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବା 

ସମ୍ମିଳନୀରେ ୮ଟି କର୍ମଶାଳା ଅଧିବେଶନ ଅନୁଷ୍ଠିତ ହେବା ଏ ମଧ୍ୟରୁ ବାଚସ୍ପତି ଶ୍ରୀ ଅମାତ ଦୁଇଟି ଅଧିବେଶନରେ "ଗଣତନ୍ତ୍ରର ପ୍ରତିବଦ୍ଧତା: ସମସ୍ୟାର ସମାଧାନ କ୍ଷେତ୍ରରେ ସଂସଦର ଭୂମିକା''(Democracy must deliver: Role of Parliament in addressing the challenges)ଏବଂ "ଜଳବାୟୁ ପରିବର୍ତ୍ତନ ବିତର୍କ: ରାଜଗୋଷ୍ଠୀ ଦେଶସମୂହ ପାଇଁ ଏକ ଆହ୍ୱାନ' (The Climate Change Debate: A Challenge for the Commonwealth)  ବିଷୟ ଉପରେ ସନ୍ଦର୍ଭ ଉପସ୍ଥାପନ କରିବୋ ସମ୍ମିଳନୀ ପରବର୍ତ୍ତୀ ଷ୍ଟଡି ଟୁରରେ ବାଚସ୍ପତି ଶ୍ରୀ ଅମାତ ୯ ତାରିଖରେ ଢାକାରୁ ଦୁବାଇ ଓ ୧୧ ତାରିଖରେ ଦୁବାଇରୁ ସୁଇଜରଲ୍ୟାଣ୍ଡର ଜୁରିକ୍ ଅଭିମୁଖେ ଯାତ୍ରା କରିବୋ ପରେ ଶ୍ରୀ ଅମାତଙ୍କର ଜେନିଭା ଯିବାର କାର୍ଯ୍ୟକ୍ରମ ରହିଛିା ୧୪ ତାରିଖରେ ଜୁରିକରୁ  ନୂଆଦିଲ୍ଲୀ ଦେଇ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବୋ 

 

 

0
0
0
s2sdefault