ହେଡଲାଇନସ୍:

କରନାଳର,ମରାମତି ପାଇଁ ଚାଷିଙ୍କର ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜଗତସିଂହପୁର ତା -୨୬/୦୭/୨୪ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତୁମ୍ଭାଅଣ୍ଡେଇସାହି ଗ୍ରାମ ପଞ୍ଚାୟତ ସ୍ଥିତ ତିନି ଚାରି ଖଣ୍ଡ ଗାଁର ଚାଷୀଙ୍କ ଦୁଃଖ କହିଲେ ନସାରେ ବର୍ଷା ପାଣିକୁ ଚାତକ ପରି ଚାହିଁ ରହିଛନ୍ତି ଚାଷୀ l ଟିପି ଟିପି ଲଘୁଚାପ ବର୍ଷାରେ ତିନ୍ତି ଚାଷୀ ବିଲରେ ପକାଉଛି ଧାନ ତଳି l ଧାନ ମଞ୍ଜି ପକାଇବାର ପ୍ରକୃଷ୍ଟ ସମୟ ରଜ ପରେ ହୋଇଥାଏ ହେଲେ ସମୟ ଗଡି ଯିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ବିଲର ହିଡ଼ କଡରେ ମୌସମୀର ତ ଦେଖା ନାହିଁ ଆଉ ଏ ଲଘୁଚାପ ବର୍ଷାରେ କଣ ଭରଷା ଅଛି ଯେ କେତେବେଳେ ବରଷିବ ତ କେତେବେଳେ ନାହିଁ ଯାହା ନାଳ ପାଣିକି ଭରଷା ରଖନ୍ତେ କିନ୍ତୁ କଡ଼ ନାଳର ଅବସ୍ଥା କହିଲେ ନସରେ l ମାଟି କାଦୁଅରେ ପୋତି ହୋଇ ନାଳ ରାସ୍ତା ବନ୍ଧ ହୋଇଯାଇଛି ହଜାର ହଜାର ଚାଷୀ ଏହି ନାଳ ପାଣି ଉପରେ ନିର୍ଭର କରୁଥିବାରୁ ସରକାରଙ୍କୁ ଏ ଦିଗରେ ନିଘା ଦେବାକୁ ଗଣ ମାଧ୍ୟମ ଜରିଆରେ ଜୋରସୋରରେ ଦାବି କରିଛନ୍ତି ଗ୍ରାମବାସୀ ମାନେ l ଏ କଡ଼ ନାଳର ଯଥାଶୀଘ୍ର ମରାମତ କରାଯାଉ ବୋଲି ସାଧାରଣରେ ଦାବି ରହିଛି l

0
0
0
s2sdefault