ହେଡଲାଇନସ୍:

ଡ଼ିଲର ନିମାଇଁ ଚରଣ ମହାନ୍ତିଙ୍କ ପରଲୋକରେ ଶୋକ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 (ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ଦାଉଦପୁର ପଞ୍ଚାୟତ ବଗୁଲିପଡା଼ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ର ଡ଼ିଲର ନିମାଇଁ ଚରଣ ମହାନ୍ତି(୭୩) ଙ୍କ ବାସଭବନରେ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସାନ ଭାଇ ପଞ୍ଚାୟତ ବିଜେଡି ସଭାପତି ହେମନ୍ତ କୁମାର ମହାନ୍ତିଙ୍କ ସମେତ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ । ଖବର ପାଇଁ ବ୍ଲକ ଡିଲର ସଂଘର କର୍ମକର୍ତ୍ତାମାନେ ଡିଲରଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଗଭୀର ଶୋକ ବ୍ୟକ୍ତ କରିଥିଲେ । ପୂର୍ବତନ ଜିଲ୍ଲାପରିଷଦ ହିମାଂଶୁଶେଖର ମହାନ୍ତି, ସରପଞ୍ଚ ଲଳିତେନ୍ଦୁ ବିଶୋଇ, ସମିତିସଭ୍ୟ ଆଶିଷ ମହାନ୍ତି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶୋକାକୂଳ ପରିବେଶରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏକମାତ୍ର ପୁତ୍ର ପ୍ରକାଶ ରଂଜନ ମହାନ୍ତି (ବାପି) ମୁଖାଗ୍ନୀ ଦେଇଥିଲେ

0
0
0
s2sdefault