ହେଡଲାଇନସ୍:

ନବୀନ ସରକାରଙ୍କ ଅଙ୍କର ଅହଂକାରକୁ ଶକ୍ତ ଜାବୁଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଓଡ଼ିଶା ଭୂ ହଡ଼ପ(ନିବାରଣ) ବିଲ୍‌ ଅଗ୍ରାହ୍ୟ ହେବା ପରେ 

ଅହଂକାର ରଖିବେ ଗଣତନ୍ତ୍ରକୁ ସମ୍ମାନ ଦେବେ !!!!!!!!!!!

https://farm6.staticflickr.com/5121/5262376497_761d82e151_n.jpg

ଭୁବନେଶ୍ୱରରୁ ମାନସୀ ମିଶ୍ର  : ରାଜ୍ୟରେ ୧୭ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ଓଡିଶା ଜନସାଧାରଣଙ୍କ ଦୟାରେ ବହୁମତ ପାଇଛନ୍ତି ବୋଲି ଯାହା ଚାହିଁବେ ସବୁ କରିପାରିବେ ନାହିଁ । ଗଣତନ୍ତ୍ରରେ ବିରୋଧୀଦଳର ସ୍ଵରର ବି ଗୁରୁତ୍ୱ ରହିଛି । ଏହାହା ପ୍ରମାଣିତ ହୋଇଛି ଭାରତର ରାଷ୍ଟ୍ରପତି ବହୁ ଚର୍ଚ୍ଚିତ ଓଡ଼ିଶା ଭୂ ହଡ଼ପ(ନିବାରଣ) ବିଲ୍‌, ୨୦୧୫କୁ ଅନୁମୋଦନ ନଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଫେରାଇ ଦେବା ଘଟଣାରୁ । ପବିତ୍ର ବିଧାନସଭାରେ ବିରୋଧୀ ଦଳର ଅନୁପସ୍ଥିତିରେ ବିନା ଗଠନମୂଳକ ଆଲୋଚନାରେ ପଠାଇ ଦେଇଥିବା ବିଧେୟକରେ ବିଲ୍‌ରେ କେତୋଟି ସଂଶୋଧନ ଆଣିବା ଲାଗି ସରକାରଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । ବିଧାନସଭାରେ ବହୁମତ ଅଛି ବୋଲି ଅଙ୍କର  ଅହଂକାରରେ ବିରୋଧୀ ଦଳର ଦାବିକୁ  ହେୟ ମନେକରି ତଥା ସାମାଜିକ ସଂଗଠନଙ୍କ ମତାମତକୁ ଗୁରୁତ୍ୱ ନଦେଇ ଏକତରଫାଭାବେ ଏହି ଗୁରୁତ୍ୱପୂର୍ଣ ବିଧେୟକଙ୍କୁ ଗୃହୀତ କରାଇନେବା ଭଳି କରିଥିବା ଅହଂକାରଗ ଆଚରଣ ବା ସଂଖ୍ୟାର ମତ୍ତଗର୍ବକୁ ରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତି ଶକ୍ତ ଜାବୁଡ଼ା ସଦୃଶ ହୋଇଛି । 

ପାଠକଙ୍କୁ ଏଠି ଆମେ ସ୍ମରଣ କରାଇ ଦେବାକୁ ଚାହୁଁ ଯେ ଏହି ଗୁରୁତ୍ବପୂର୍ଣ ବିଧେୟକ ଅତି ନାଟକୀୟ ଭାବେ ୨୦୧୫ ଅଗଷ୍ଟରେ  ବିଧାନସଭାରେ ଅନୁମୋଦନ ଲାଭ କରିଥିଲା । ବିରୋଧୀ ଦଳର କଡ଼ା ବିରୋଧ ଓ ବିଭିନ୍ନ ସାମାଜିକ ସଂଗଠନର ବିରୋଧ ସତ୍ତ୍ୱେ ଏହା ବିଧାନସଭାରେ ଗୃହୀତ ହୋଇଥିଲା । ନିଃସନ୍ଦେହ ଏଥିରେ ଅନେକ ଭଲ ବ୍ୟବସ୍ଥା ରହିଛି, ହେଲେ କେତେକ ପ୍ରସଙ୍ଗରେ ଗଭୀର ପରାମର୍ଶର ଆବଶ୍ୟକତା ରହିଥିଲା । ଯାହାକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଅନ୍ୟ ଦଳର ନେତା ତଥା ବିଭିନ୍ନ ସଂଗଠନ ଗୁରୁତର ଆପତ୍ତି ଉଠାଇଥିଲେ । ଏପରିକି ସେମାନେ ରାଜ୍ୟପାଳଙ୍କବି ସାକ୍ଷାତ କରି ଏହାରି ଉପରେ ଆପତ୍ତି ଜଣାଇଥିଲେ ।  ବିଲ କୁ ବିରୋଧ ନୁହଁ , କେତେକ ଧାରା ଉପଧାରାକୁ ନେଇ ସେମାନଙ୍କ ନାରାଜଗୀ ଥିଲା । ସେମାନେ ଏହାକୁ ନିଷ୍ଠୁର ଆଇନ ବୋଲି ମଧ୍ୟ ଏଭିତ କରିଥିଲେ । 

ଭୂମି ହଡ଼ପ ସଂକ୍ରାନ୍ତରେ ଅଭିଯୋଗ ହୋଇଥିବା କୌଣସି କାର୍ଯ୍ୟର ତ୍ୱରିତ ତଦନ୍ତ ଓ ଏ ସଂକ୍ରାନ୍ତ ମାମଲାଗୁଡିକର ବିଚାର ପାଇଁ ସ୍ୱତନ୍ତ୍ର ଅଦାଲତ ଏଅ ବ୍ୟବସ୍ଥା ହେବ। ଏହି ନ୍ୟାୟାଳୟରେ ଜଣେ ଅଧ୍ୟକ୍ଷ ଓ ୪ ଜଣ ସଦସ୍ୟ ନିଯୁକ୍ତ ହେବେ। ସ୍ୱତନ୍ତ୍ର ନ୍ୟାୟାଳୟକୁ ଉଭୟ ଦୌରା ଓ ଫୌଜଦାରୀ କ୍ଷମତା ମିଳିବ । ଜମି ହଡ଼ପ ଅପରାଧ ଧର୍ତବ୍ୟ ଓ ଜାମିନବିହୀନ ହେବ । ଅଭ୍ୟାସଗତ ବା ଏକାଧିକ ବାର ଜମି ଜବରଦଖଲକାରୀ ଙ୍କ ବିରୋଧରେ କଠୋର ଦେବଦ ବିଧାନ ବ୍ୟବସ୍ଥା ବି ରହିଛି । ପୂର୍ବରୁ କୌଣସି ବ୍ୟକ୍ତି ଜବରଦଖଲ କରି ଦୋଷୀ ସାବ୍ୟସ୍ତ ହୋଇଥାନ୍ତି, ତେବେ ପ୍ରଥମ ଦଣ୍ଡର ଦେଢ଼ ଗୁଣ ଅଧିକ ଦଣ୍ଡ ମିଳିବ । ବିଧାନସଭାରେ ଏହି ବିଲ୍‌ ଉପରେ ଆଲୋଚନା ହେଥିବା ସମୟରେ ଜମି ନ ଥିବା ଲୋକଙ୍କୁ ଏହି ଆଇନ୍‌ରୁ ବାଦ୍‌ ଦେବାକୁ ବିରୋଧୀ ଦଳ ନେତା ନରସିଂହଦେଇଥିବା ପ୍ରସ୍ତାବକୁ ପ୍ରଥମେ ଅନୁମୋଦନ ମିଳିଥିଲା । ହେଲେ ପରେ ଶ୍ରୀ ମିଶ୍ରଙ୍କ ଏହି ପ୍ରସ୍ତାବଳୁ ଏକ ମୋସନ ଆଣି ତତ୍କାଳୀନ ମନ୍ତ୍ରୀ ପୁଣି ତାହାକୁ ବଦଳାଇ ଦେଇଥିଲେ। ତାଙ୍କୁ ଏ ମୋସନ ସମ୍ପର୍କରେ ଅଵଗତ କରାଯାଉନାହିଁ ବୋଲି ଅଭିଯୋଗ କରିବା ସହ ଗୃହରେ ବିରୋଧୀ ଦଳ ସଭ୍ୟମାନେ ଧାରଣା ବି ଦେଇଥିଲେ ମଧ୍ୟ କିଛି ଫରକ ପଡିନଥିଲା । ବିଧେୟକଟି ଦୀର୍ଘ ଦିନ ଧରି ଏହି ବିଲ୍‌ ରାଷ୍ଟ୍ରପତି ଭବନରେ ପଡି ରହିବା ପରେ ଶେଷରେ ରାଷ୍ଟ୍ରପତି ଏହି ବିଲ୍‌ରେ ଆବଶ୍ୟକ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇ ଫେରାଇ ଦେଇଛନ୍ତି । ସୂଚନାଯୋଗ୍ୟ ୨୦୧୫ ମେ ୨୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥି ପାଇଁ ଅଧ୍ୟାଦେଶ ଜାରି କରାଯାଇ ଥିଲା ।

ତେଣୁ ସଂଖ୍ୟା ଅହଂକାରରେ ନବୀନ ସରକାର ଚଂଚକତାପୂର୍ଣ ଭାବରେ ଯେଉଁଭଳି ବିରୋଧିଦଳକୁ ହେୟ ମାନେ କରି ତଥା ଗଣତନ୍ତ୍ରର ସ୍ୱରକୁ ପାଦରେ ଦଳିବାକୁ ଅପଚେଷ୍ଟା କରିଥିଲେ, ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତି ଅହଙ୍କାରୀ ଶାସକ ପ୍ରଶାସକଙ୍କ ପାଇଁ ସତର୍କ ଘଣ୍ଟି  । ହେଲେ ଦେଖିବାକୁ ବାକି ରହିଲା ରାଷ୍ଟ୍ରପତିଙ୍କ ମନ୍ତବ୍ୟ, ବିରୋଧୀ ଦଳଙ୍କ ଦାବିକୁ ସମ୍ମାନ ଦେଇ ରାଜ୍ୟ ସରକାର ସଂଶୋଧନ ଆଣୁଛନ୍ତି ନା ନିଜ ସଂଖ୍ୟା ମତ୍ତ ଗର୍ବ ବୁଡି ରହୁଛନ୍ତି !!!!!!!

0
0
0
s2sdefault