ହେଡଲାଇନସ୍:

ବିଜେପି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ରଙ୍କ ପିଛା ଛାଡୁନି ବିବାଦ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କେବେ ଜାମଶୋଳା ଗେଟରେ ବେଆଇନ ବଟି ଆଦାୟ

ତ ଏବେ ସହର ଛାତିରେ ସରକାରୀ ଜମି ହଡ଼ପ ବିବାଦ 

 

ବାରିପଦା// dillip mohanty – ଭାରତୀୟ ଜନତା ପାର୍ଟିର ମୟୂରଭଞ୍ଜ ଜିଲା( ପୂର୍ବ) ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କର ସମୟ ବର୍ତମାନ ଭଲ ଚାଲି ନାହିଁ । ବିବାଦ ତାଙ୍କର ପିଛା ଛାଡ଼ୁ ନାହିଁ । ପ୍ରଥମେ ଜାମଶୋଳା ତନଖି ଫାଟକରେ ବେଆଇନ ଭାବେ ଚାନ୍ଦା ଆଦାୟ କରିବାକୁ ଯାଇ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ଆକ୍ରମଣ, କାର୍ଯ୍ୟାଳୟର ଆସବାବପତ୍ର ଭଙ୍ଗାରୁଜା କରିବା, ସରକାରୀ ଅର୍ଥକୁ ଲୁଟ ଉଦ୍ୟମ, ତନଖି ଫାଟକରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କୁ ଗାଳିଗୁଲଜ କରିବା ଅଭିଯୋଗ ମାମଲାରେ ଫସି ଜେଲ ଯାଇଥିବା ବେଳେ ଜମି ଜାଲିଆତି ଅଭିଯୋଗ  ମାମଲାରେ ଉଚ୍ଚ ନ୍ୟାୟାଳୟରୁ ଜାମିନରେ ଆସିଥିବା ବିଷୟକୁ ନେଇ ଜନସାଧାରଣରେ ଚର୍ଚ୍ଚା ଜାରି ରହିଥିବା ବେଳେ  ବର୍ତ୍ତମାନ ନିଜେ ସରକାରୀ  ଜମିରେ ସ୍ଥାୟୀ ଘର ନିର୍ମାଣ କରି ସେଠାରେ ବସବାସ କରୁଥିବା ଅଭିଯୋଗରେ ଛନ୍ଦି ହୋଇ ଅଧିକ ବିବାଦୀୟ  ପଡ଼ିଛନ୍ତି । 

                ଭାଜପାର ମୟୂରଭଞ୍ଜ ଜିଲା(ପୂ) ସଭାପତି କୃଷ୍ଣଚନ୍ଦ୍ରଙ୍କ ପୈତୃକ ବାସସ୍ଥାନ ମୟୂରଭଞ୍ଜ ଜିଲା ଖୁଣ୍ଟା ତହସିଲ ଅଧୀନରେ ଥିବା କୁଶଳଦା ମୌଜାରେ । ପିତା ସ୍ୱର୍ଗତ ରାମଚନ୍ଦ୍ର ମହାପାତ୍ର   କୁଶଳଦା ଓ ଶିମିଳାବନ୍ଧ ମୌଜାରେ ଅଚଳାଚଳ ସମ୍ପତ୍ତି ରହିଥିଲା । ତାଙ୍କ ଅନ୍ତେ ଏହି ସମ୍ପତ୍ତିର ମାଲିକାନା ସତ୍ୱ ଝିଅ ଓ ପୁଅମାନଙ୍କ ଅଧୀନକୁ ଆସିଯାଇଛି । କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ବେଳେ ସରକାରୀ ଜମିକୁ ହଡ଼ପ କରିବାକୁ ପଛାଇ ନଯାଇ ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୩ ଫରେଷ୍ଟ କଲୋନୀସାହି ସ୍ଥିତ ସରକାରୀ ଜମିରେ ଏକ ଦୁଇ ତାଲା ଘରରେ ସପରିବାରେ ବସବାସ କରୁଥିବା ବିଷୟକୁ ନେଇ କନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ଏବିଷୟରେ ଖୋଳତାଡ଼ କରିବା ନିମନ୍ତେ ଆମର ମୟୂରଭଞ୍ଜ ଜିଲା ପ୍ରତିନିଧି ପ୍ରଥମେ ବାରିପଦା ପୌରପରିଷଦରେ ପହଁଞ୍ଚିଥିଲେ । ସେଠାରେ ରହିଥିବା କାଗଜ ପତ୍ରରେ ଭାଜପାର ଜିଲା ସଭାପତି(ପୂର୍ବ) କୃଷ୍ଣଚନ୍ଦ୍ର ବସବାସ କରୁଥିବା ଘରଟି ସରକାରୀ ଜମିରେ ହୋଇଥିବାର ଅଭିଯୋଗ ସତ୍ୟ ବୋଲି ପ୍ରମାଣ ମିଳିଥିଲା । ପୌରପରିଷଦ ରେକଡର଼୍ରେ ଉକ୍ତ ଜମି ତାଙ୍କର ଭାଇ ନୀଳମଣି ମହାପାତ୍ର ଜବର ଦଖଲ କରୁଥିବାର ଦର୍ଶାଯାଇଥିବା ବେଳେ ପ୍ଲଟ ନଂ -୪୩୫, ଖାତା ନମ୍ବର ୨୪୬,  କିସମ ପତିତ ଏ୦.୦୬ ଡ଼ି. ବୋଲି ଉଲ୍ଲେଖ ଥିବାର ସୂଚନା ମିଳିଥିଲା । ଜବର ଦଖଲ ଜମିରେ ନିର୍ମିତ ଉକ୍ତ ସ୍ଥାୟୀ ପକ୍କାଗୃହରେ ବିଜୁଳି ସହିତ ଅନ୍ୟାନ୍ୟ ସୁବିଧାସୁଯୋଗ ଉପଲବ୍ଧ ଥିବାର ଜଣାପଡ଼ିଥିଲା ।

              ସରକାରୀ ଜମି ହଡ଼ପ ଆଇନତଃ ଏକ ଅପରାଧ । ସରକାରୀ ଜମିକୁ ସୁରକ୍ଷିତ ରଖିବା ନିମନ୍ତେ ରାଜ୍ୟ ସରକାର ଅତୀତରେ ଅନେକ ଆଇନର ବ୍ୟବସ୍ଥା କରିଥିଲେ ମଧ୍ୟ ଏହି ସମସ୍ତ ଆଇନରେ ବଦଳ ଆଣିବାକୁ ଯାଇ ୨୦୧୫ରେ ଓଡ଼ିଶା ଜମି ହଡ଼ପ(ନିରୋଧ) ଆଇନ-୨୦୧୫ ପ୍ରଣୟନ କଲେ । ଭାରତର ଛଅଷଠିତମ ଗଣତନ୍ତ୍ରରେ, ଓଡ଼ିଶା ରାଜ୍ୟ ପରିଷଦ ଦ୍ୱାରା ଏହା ଆଇନରେ ପରିଣତ ହେଲା । ସମ୍ବିଧାନର ଅନୁଚ୍ଛେଦ ୨୧୩ର ଧାରା (୧) ଦ୍ୱାରା ପ୍ରଦତ କ୍ଷମତାର ପରିଚାଳନାରେ ଓଡ଼ିଶା ଭୂମି ହଡ଼ପ (ନିରୋଧ) ଅଧ୍ୟାଦେଶ ୨୦୧୫ ଜାରି କରିବା ନିମନ୍ତେ ସନ୍ତୁଷ୍ଟ ହୋଇଛନ୍ତି ଏବଂ ୨୬/୦୫/୨୦୧୫ରେ (ଓଡ଼ିଶା ଅଧ୍ୟାଦେଶ ନଂ.୧/୨୦୧୫) ଭାବେ ଯାହାକି ଓଡ଼ିଶା ଗେଜେଟରେ ଅସଧାରଣ ସଂଖ୍ୟା ୮୫୩/୨୮.୦୫.୨୦୧୫ରେ ପ୍ରକାଶିତ  ହୋଇଥିଲା । ଜମି ହଡ଼ପକାରୀଙ୍କ ଏପରି ଅବୈଧ କାର୍ଯ୍ୟକଳାପ ପ୍ରତିହତ କରିବା ନିମନ୍ତେ ଏହା ପ୍ରସ୍ତାବିତ ଓ ବିଲଟି ଉକ୍ତ ଉଦେ୍ଧଶ୍ୟ ହାସଲ କରିବା ନିମନ୍ତେ ଉଦେ୍ଧଶିତ । ସରକାରୀ ଜମି ହଡ଼ପ କରିଥିବାର ପ୍ରମାଣିତ ହେଲେ ଦୋଷୀଙ୍କ ପ୍ରତି ଆଇନରେ ଜେଲ ଓ ଜୋରିମାନାର ବ୍ୟବସ୍ଥା ମଧ୍ୟ ରହିଛି । 

              ବାରିପଦା ପୌରପରିଷଦ ଅମୃତ ଯୋଜନାରେ ସାମିଲ ହୋଇଥିବାରୁ ଯୋଜନାରେ ସହରକୁ ଜବରଦଖଲ ମୁକ୍ତ କରାଇବା ନିମନ୍ତେ ଏକ ସର୍ତ୍ତ ରହିଛି । ପୁଣି ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ ଦେଶର ପ୍ରତ୍ୟେକ ରାଜ୍ୟରେ ରହିଥିବା ସରକାରୀ ଜମିକୁ ଜବରଦଖଲକାରୀମାନଙ୍କଠାରୁ ମୁକ୍ତ କରାଇବା ନିମନ୍ତେ ନିଦେ୍ର୍ଧଶ ଦେଇଛନ୍ତି । ଏହି ଆଦେଶନାମାକୁ ଢ଼ାଲ କରି ମୟୂରଭଞ୍ଜ ଜିଲାରେ ଜବରଦଖଲ ଉଚ୍ଛେଦ ଅଭିଯାନ ବିଭିନ୍ନ ସମୟରେ ଜାରି ରହିଥିଲେ ମଧ୍ୟ ବାରିପଦା ସହରରେ ଶହଶହ ଏକର ସରକାରୀ ଜମି ଅଦ୍ୟାବଧି ଜବରଦଖଲକାରୀମାନଙ୍କ କବଳରେ ପଡ଼ି ସରକାରୀ ଆଇନକାନୁନ ସହିତ ଅଦାଲତର ନିଦେ୍ର୍ଧଶକୁ ଉପହାସ କରୁଛି । ବିଜେପି ଜିଲା ସଭାପତି ବାବୁ ମହାପାତ୍ର ନାମରେ ଆସିଥିବା ଏହି ଅଭିଯୋଗ ଉପରେ ନିରପେକ୍ଷ ତଦନ୍ତ କରାଯାଉ ଏବଂ ସେ ଦୋଷୀ ବୋଲି ପ୍ରମାଣିତ ହେଲେ ତୁରନ୍ତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ଯୁବ ବିଜେଡ଼ିର ରାଜ୍ୟ ସମ୍ପାଦକ ତଥା ଯୁବ ନେତା ବିରଞ୍ଚି ମହାପାତ୍ର ।

           ଭାଜପାର ମୟୂରଭଞ୍ଜ ଜିଲା ସଭାପତି(ପୂର୍ବ) କୃଷ୍ଣଚନ୍ଦ୍ର ମହାପାତ୍ର ବସବାସ କରୁଥିବା ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୩ ଫରେଷ୍ଟ କଲୋନୀସାହିସ୍ଥିତ ସରକାରୀ ଜମିର ସ୍ଥିତାବସ୍ଥା ଓ ଏହାକୁ କାହିଁକି ଜବରଦଖଲ ମୁକ୍ତ କରାଯାଉ ନାହିଁ ପ୍ରଶ୍ନର ଉତ୍ତରରେ ବାରିପଦା ତହସିଲର ଅତିରିକ୍ତ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଏହି ଖବର ତାଙ୍କ ନଜରରେ ନଥିବାର କହିଥିବା ବେଳେ ତହସିଲଦାର ଦାୟିତ୍ୱରେ ରହିଥିବା ବାରିପଦା ବ୍ଲକ ବିଡ଼ିଓ ଜ୍ୟୋତି ଶଙ୍କର ରାୟ କଣ ହୋଇଛି ଫାଇଲପତ୍ରକୁ ଅନୁଧ୍ୟାନ କରି ଉତ୍ତର ଦେଇପାରିବି ବୋଲି କହିଥିଲେ । 

          ବିଜେପିର ଜିଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ନେଇ ବିଜେପିର ଭାବମୂର୍ତ୍ତି ଜିଲାରେ ଆସ୍ତେ ଆସ୍ତେ କ୍ଷୁର୍ଣ୍ଣ ହେବାରେ ଲାଗିଛି  । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଜିଲାରେ ବିଜେପିର ଲୋକପ୍ରିୟତା ହାର କ୍ରମଶଃ ଖସିବାରେ ଲାଗିଛି । ୨୦୧୯ ସାଧାରଣ ନିର୍ବାଚନ ଓ ଏହା ପୂର୍ବରୁ ହେବାକୁ ଥିବା ପୌର ନିର୍ବାଚନରେ ଏହାର ପ୍ରଭାବ ପ୍ରତିଫଳିତ ହେବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି ବୋଲି ବୁଦ୍ଧିଜୀବୀମାନେ ଉଚ୍ଛପ୍ରକାଶ କରିଛନ୍ତି ।    

             ପ୍ରକାଶ ଥାଉକି, ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୩ ଫରେଷ୍ଟ କଲୋନୀ ସାହିରେ ବିଜେପିର ମୟୂରଭଞ୍ଜ ଜିଲା ସଭାପତି(ପୂର୍ବ) ବାବୁ ମହାପାତ୍ର ବସବାସ କରୁଥିବା କୋଠା ପ୍ଲଟ ନଂ -୪୩୫, ଖାତା ନମ୍ବର ୨୪୬,  କିସମ ପତିତ ଏ୦.୦୬ ଡ଼ି. ତାଙ୍କ ଭାଇ ନୀଳମଣି ମହାପାତ୍ରଙ୍କ ନାମରେ ଜବରଦଖଲ ତାଲିକାରେ ରହିଥିବା ବେଳେ ନୀଳମଣି ମହାପାତ୍ର ନିଜକୁ ଭୂମିହୀନ  ଦର୍ଶାଇ ଭୂବନେଶ୍ୱରରେ ଏକ ପ୍ଲଟ ହାତେଇ ନେଇଥିବାର ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି ।

0
0
0
s2sdefault