ହେଡଲାଇନସ୍:

ଗାଇସିଲଟରେ ପ୍ରଦେଶ କଂଗ୍ରେସ କମିଟିର ଚାଷୀ ସମାବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


  ମୃତ ଚାଷୀ ମାନଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ପ୍ରଦେଶ କଂଗ୍ରେସ ସଭାପତି

ଭୁବନେଶ୍ୱର ତା ୦୧.୧୧- ବରଗଡ଼ ଜିଲାରେ ମରୁଡ଼ି ପରିସ୍ଥିତି ଉକôଟ ଅବସ୍ଥାରେ ଥିଲାବେଳେ ଏବଂ ତଦ୍ଜନିତ ଚାଷୀ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ ପ୍ରଦେଶ କଂଗ୍ରେସ ପକ୍ଷରୁ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲଟ ବ୍ଲକର ପଳାଙ୍ଗପଲୀ ଠାରେ ଏକ ବିଶାଳ ଚାଷୀ ସମାବେଶ ଆୟୋଜିତ ହୋଇଯାଇଛି । ବରଗଡ଼ ଜିଲା କଂଗ୍ରେସ ସଭାପତି ସଭାପତିତ୍ୱରେ ହୋଇଥିବା ଏହି ସମାବେଶରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କେନ୍ଦ୍ରର ବିଜେପି ଏବଂ ରାଜ୍ୟର ବିଜେଡ଼ି ସରକାରର ଚାଷୀମାରଣ ନୀତିକୁ  ତୀବ୍ର ସମାଲୋଚନା କରିଥିଲେ । ଋଣ ବୋଝରେ ଦେଶବ୍ୟାପି ଚାଷୀମାନେ ଆତ୍ମହତ୍ୟା କରୁଥିଲା ବେଳେ କମ୍ପାନୀ ମାୟାରେ ପଡ଼ି ମୋଦି ସରକାର କୃଷି ଋଣ ଛାଡ଼କରିବା ପାଇଁ ସାହସ ଜୁଟାଇ ପାରୁନାହାଁନ୍ତି । ଦୀର୍ଘ ୧୭ବର୍ଷର ଶାସନରେ ରାଜ୍ୟ ତଥା ବରଗଡ଼ ଜିଲାରେ ଜଳସେଚନର ଉନ୍ନତି ପାଇଁ ଟଙ୍କାଟିଏ ଖର୍ଚ୍ଚ କରିନଥିବା ନବୀନ ବାବୁ ବିଜେପୁର ଉପନିର୍ବାଚନକୁ ଆଖିଆଗରେ ରଖି ବରଗଡ଼ବାସୀଙ୍କୁ ହଜାର ହଜାର କୋଟି ଟଙ୍କାର ମିଥ୍ୟା ପ୍ରତିଶୃତି ଉପହାର ଦେଉଛନ୍ତି । ରାଜ୍ୟ ସରକାରଙ୍କର ପଶ୍ଚିମ ଓଡ଼ିଶା ବାସୀଙ୍କ ପ୍ରତି ବୈମାତୃକ ମନୋଭାବକୁ ଦୃଢ଼ ନିନ୍ଦାକରି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ହେମାନନ୍ଦ ବିଶ୍ୱାଳ କହିଥିଲେ ଯେ ଚାଷୀଙ୍କ ସମସ୍ୟାଠାରୁ ନବୀନ ବାବୁଙ୍କୁ ବିଜେପୁର ବିଜେଡ଼ି କଥା ବେଶୀ ଘାରିଛି । ଗତ ଆଠ ଦିନ ମଧ୍ୟରେ  ବିଜେପୁର ନିର୍ବାଚନ ମଣ୍ଡଳୀରେ ତିନି ଜଣ ଚାଷୀ ଫସଲହାନୀ ଓ ଋଣ ବୋଝରେ ଆତ୍ମହତ୍ୟା କରିଥିବା ବେଳେ ପ୍ରଶାସନ ଚାଷୀଙ୍କ ପରିବାର ପାଖରେ ପହଞ୍ଚô ପାରିନାହିଁ । ଗାଇସିଲଟ ବ୍ଲକର କଳାପାଣି, ମଲାମଣ୍ଡ ଏବଂ ତୋରା ଗାଁର ଆତ୍ମହତ୍ୟା କରିଥିବା ତିନି ଜଣ ଚାଷୀଙ୍କ ପରିବାରବର୍ଗଙ୍କୁ ପିସିସି ସଭାପତି ଶ୍ରୀ ହରିଚନ୍ଦନ ଭେଟି ସମବେଦନା ଜଣାଇଥିଲେ ।  ଏହି ସମାବେଶରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଦେବତା, ରିପୁନାଥ ସେଠ, ଯୁଧିଷ୍ଠିର ଜେନା, ପୂର୍ବତନ ବିଧାୟକ ରିପୁନାଥ ସେଠ, ଦେବାଶିଷ ପଟ୍ଟନାୟକ, ଗାଇସିଲଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁ, ପିସିସି ସାଧାରଣ ସଂପାଦକ ଶୁଭେନ୍ଦୁ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

0
0
0
s2sdefault