ହେଡଲାଇନସ୍:

ୟୁଏଆଇଏଲ୍‍ର ପ୍ରୋଜେକ୍ଟ ୱାଡି ରାୟଗଡାରେ କୃଷକଙ୍କୁ ସହାୟତା କରୁଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/ରାୟଗଡା: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍‍), ନାବାର୍ଡ ସହଯୋଗିତାରେ ରାୟଗଡାରେ ପ୍ରୋଜେକ୍ଟ ୱାଡି କାର୍ଯ୍ୟକାରୀ କରିଛି । ଏହା କୃଷକଙ୍କ ଆୟ ଦୁଇଗୁଣ କରିବା ଲକ୍ଷ୍ୟ ରଖିଛି । ଏହା ଗ୍ରାମାଞ୍ଚଳ ଆଦିବାସୀ ପରିବାରଗୁଡିକର ଆୟ ଏକ ଦୀର୍ଘସ୍ଥାୟୀ ଭାବରେ ତିନିରୁ ଛଅବର୍ଷ ମଧ୍ୟରେ ବୃଦ୍ଧି ଜରିଆରେ ସେମାନଙ୍କ ଜୀବନର ମାନରେ ଉନ୍ନତି ଆଣିବା ଉପରେ ଦୃଷ୍ଟିନିବଦ୍ଧ କରୁଛି । କୃଷି-ଉଦ୍ୟାନ କୃଷି କାର୍ଯ୍ୟ ଏବଂ ଅନ୍ୟାନ୍ୟ ଆୟକାରୀ କାର୍ଯ୍ୟକଳାପ ପୂରା ଦମ୍‍ରେ ଚାଲିଛି । ୨୦୧୯ରେ ଶୁଭାରମ୍ଭ କରାଯାଇଥିବା ପ୍ରୋଜେକ୍ଟ ୱାଡି ପାଇଁ ଉତ୍କଳ ଆଲୁମିନା ଜନ ସେବା ଟ୍ରଷ୍ଟ (ୟୁଏଜେଏସ୍‍ଟି), ନାବାର୍ଡ ଏବଂ ୟୁଏଆଇଏଲ୍‍ ମିଳିତ ଭାବରେ ପାଣ୍ଠି ଯୋଗାଇ ଦେଉଛନ୍ତି ।
ଏହା ଏକ ଉଲ୍ଲେଖଯୋଗ୍ୟ ପ୍ରକଳ୍ପ ଯାହା ଅଧିବାସୀମାନଙ୍କର ଜୀବନକୁ ଉନ୍ନତ କରୁଛି । ଉଦାହରଣ ସ୍ୱରୂପ, ଶ୍ରୀ ଉଗ୍ରି ମାଝୀଙ୍କର ଏକଦା ପଡିଆ ପଡିଥିବା ଜମି ଏବେ ଫଳ ବଗିଚା ଭାବରେ ହସିଉଠୁଛି । ପ୍ରୋଜେକ୍ଟ ୱାଡି ହେବା ପୂର୍ବରୁ ଶ୍ରୀ ମାଝୀଙ୍କର ଜମି ପଡିଆ ପଡିଥିଲା, ସେଥିରେ କାଁ ଭାଁ ଚାଷ ଉଦ୍ୟମରୁ ସାମାନ୍ୟ କିଛି ଅମଳ ହେଉଥିଲା । ପ୍ରୋଜେକ୍ଟ ୱାଡିର କାର୍ଯ୍ୟକାରିତା ପରେ ସେ ତାଙ୍କର ଫଳ ବଗିଚାର ବିକାଶ ନିମନ୍ତେ ଜମି ଚଉହଦୀ ଚିହ୍ନଟ, ସୌରଶକ୍ତି ଚାଳିତ ଜଳସେଚନ ବ୍ୟବସ୍ଥା, ଫସଲ ଚାଷ ଏବଂ ଆର୍ଥିକ ସାକ୍ଷରତା ତାଲିମ ଆଦି ପ୍ରତ୍ୟେକ ଦିଗରୁ ପୂର୍ଣ୍ଣାଙ୍ଗ ସମର୍ଥନ ପାଇଛନ୍ତି ।
Imageସୌର-ଶକ୍ତି ଭିତ୍ତିକ ଜଳସେଚନ ବ୍ୟବସ୍ଥା ଏକ ପାର୍ଥକ୍ୟ ଆଣିଦେଇଛି । ଏହା ଶ୍ରୀ ମାଝୀଙ୍କୁ ବର୍ଷତମାମ ଉଚ୍ଚ ମୂଲ୍ୟ ପ୍ରଦାନକାରୀ ଶସ୍ୟ ଚାଷ କରିବାକୁ ସମର୍ଥ କରାଇଛି । ପାରମ୍ପରିକ କୃଷି ପଦ୍ଧତିରୁ ରୂପାନ୍ତରିତ ହୋଇ ସେ କଦଳୀ, ଅମୃତଭଣ୍ଡା ଏବଂ ସୂର୍ଯ୍ୟମୁଖୀ ଭଳି ଅଣ କୃଷି-ଋତୁକାଳୀନ ଚାଷ ଆରମ୍ଭ କରିଥିଲେ । ଏହା ତାଙ୍କର ମାସିକ ଆୟ ମାତ୍ର ୧୦୦୦-୨୦୦୦ ଟଙ୍କାରୁ ବହୁଗୁଣିତ କରି ୧୦,୦୦୦ ଟଙ୍କାରେ ପହଞ୍ଚାଇଛି ।
ତାଙ୍କର ଯାତ୍ରା ସମ୍ପର୍କରେ ପ୍ରକାଶ କରି ଶ୍ରୀ ମାଝୀ ଉତ୍ତମ କୃଷି ଉତ୍ପାଦିକତା ନିମନ୍ତେ ଉତ୍କଳ ଆଲୁମିନା ନିଭାଇଥିବା ଭୂମିକାକୁ ସ୍ୱୀକାର କରିଛନ୍ତି ।
ଏହି ପ୍ରୟାସ ସମ୍ପର୍କରେ ମତ ଦେଇ ଶ୍ରୀ ମଜହର ବେଗ୍‍, ୟୁନିଟ ହେଡ୍‍ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଏବଂ ଆଦିତ୍ୟ ରିଫାଇନାରୀ କହିଛନ୍ତି, “ପ୍ରୋଜେକ୍ଟ ୱାଡି ଭଳି ଦୀର୍ଘସ୍ଥାୟୀ ବିକାଶ ପ୍ରୟାସସମୂହରେ ନିବେଶ କେବଳ ଭୂଦୃଶ୍ୟପଟ୍ଟର ରୂପାନ୍ତରଣ ପାଇଁ ନୁହେଁ; ଏହା ଜୀବନରେ ରୂପାନ୍ତରଣ ଆଣିବାକୁ ଉଦ୍ଧିଷ୍ଟ । ଶ୍ରୀ ମାଝୀଙ୍କର ଯାତ୍ରା ସମ୍ମଳିତ ପ୍ର୍ରୟାସର ଶକ୍ତି ଏବଂ ବ୍ୟକ୍ତିବିଶେଷ ଓ ଜନସମୁଦାୟଙ୍କ ଉପରେ ତାହାର ସକାରାତ୍ମକ ପ୍ରଭାବକୁ ପ୍ରଦର୍ଶିତ କରୁଛି ।”
Imageପ୍ରକଳ୍ପ କାର୍ଯ୍ୟକାରୀ ହେବାର ଚାରିବର୍ଷରୁ ଆଜି ସୁଦ୍ଧା ଅନେକ ବିଶେଷ ସଫଳତା ହାସଲ କରିଛି ଯାହା କୃଷକମାନଙ୍କୁ ଉପକୃତ କରିଛି । ଏହା ୧୭ଟି ଉଦ୍ୟାନ ବିକାଶ ସମିତି (ୟୁଭିଏସ୍‍) ଗଠନ ଓ ସେଗୁଡିକୁ ମଜଭୁତ କରିଛି ଯେଉଁଗୁଡିକ ଫଳ ବଗିଚା ନିରୀକ୍ଷଣ, ତଦାରଖ ଏବଂ ସାମୂହିକ କୃଷିଜାତ ଉତ୍ପାଦ ବିପଣନରେ ନିୟୋଜିତ ଅଛନ୍ତି ।
ପତିତ ଜମିର ବିକାଶ, ଫଳ ବଗିଚା ବିକାଶ, ଗୋସମ୍ପଦ ବିକାଶ, ସଂସ୍ଥାନ ନିର୍ମାଣ ଓ ମହିଳା ସଶକ୍ତିକରଣ ଉପରେ ୫୦୦ ଜଣ ଆଦିବାସୀ କୃଷକଙ୍କୁ ତାଲିମ ଦିଆଯାଉଛି । ୧୭ଟି ଗ୍ରାମରେ ୪୨୪ ଏକରରୁ ଅଧିକ ପତିତ ଜମିକୁ ଫଳ ବଗିଚା (କଲମି ଆମ୍ବ ଓ କାଜୁ)ରେ ରୂପାନ୍ତରିତ କରାଯାଇଛି ଯେଉଁଠାରେ ଗଛଗୁଡିକର ବଞ୍ଚିରହିବା ହାର ୮୫% ରହିଛି ।
“ଏହି ପ୍ରକଳ୍ପ ମଧ୍ୟ ୭୬ ଭୂମିହୀନ ପରିବାର ଦ୍ୱାରା ଛେଳି ପାଳନକୁ ପ୍ରୋତ୍ସାହିତ କରିଛି ଏବଂ ଛେଳି ଉତ୍ପାଦନ ୬୨୦ରେ ପହଞ୍ଚିଛି । ମୋଟ ୧୩୦ ଏକର ଅଣ ଜଳସେଚିତ ଜମିକୁ ସୋ÷ରଶକ୍ତି ଚାଳିତ ନଦୀ ଜଳ ଉଠା ଏବଂ ପଥାନ୍ତରଣ ଆଧାରିତ ଜଳସେଚନ ବ୍ୟବସ୍ଥା ଜରିଆରେ ଜଳସେଚିତ କରାଯାଇଛି । ୨୫,୯୪୮ରୁ ଅଧିକ ଫଳ ଗଛ ଓ ୧୯,୮୦୧ ଜଙ୍ଗଲ ସୃଷ୍ଟିକାରୀ ଗଛ ରୋପଣ କରାଯାଇଛି, ଯାହା ଅଙ୍ଗାରକାମ୍ଳ (ସିଓ୨) ନିର୍ଗମନ ହ୍ରାସ କରିବାକୁ କାର୍ବନ କ୍ରେଡିଟ ସୃଷ୍ଟି କରୁଛି । ଏହା ମଧ୍ୟ ପନି ପରିବା ଚାଷକୁ ପ୍ରୋତ୍ସାହିତ କରିବା ଜରିଆରେ କୃଷକ ପରିବାରଗୁଡିକର ପୁଷ୍ଟିଗତ ସୁରକ୍ଷା ପ୍ରତି ଦୃଷ୍ଟିଦେଉଛି,” ବୋଲି ଶ୍ରୀ ବେଗ୍‍ କହିଛନ୍ତି ।
Imageଶ୍ରୀ ମାଝୀଙ୍କର ଉଲ୍ଲେଖନୀୟ ଯାତ୍ରା ପ୍ରେରଣାଦାୟୀ ହୋଇଛି, ଯାହା ଗୋଷ୍ଠୀ ଏବଂ ନିଗମଗୁଡିକ ମଧ୍ୟରେ ସମ୍ମିଳିତ ପ୍ରୟାସଗୁଡିକର ବ୍ୟାପକ ପ୍ରଭାବ କିଭଳି ତୃଣମୂଳ ସ୍ତରରେ ବିକାଶ କରିପାରେ ତାହା ପ୍ରଦର୍ଶିତ କରୁଛି । ତାଙ୍କର ସଫଳତାର କାହାଣୀ ସମ୍ମିଳିତ ପ୍ରୟାସର ରୂପାନ୍ତରଣକାରୀ ସାମର୍ଥ୍ୟ ସମ୍ପର୍କରେ ଆଲୋକପାତ କରୁଛି, ଯେଉଁଠାରେ ସଶକ୍ତିକରଣ ଏବଂ ଦୀର୍ଘସ୍ଥାୟିତ୍ୱର ସହଭାଗୀ ଦୃଷ୍ଟିକୋଣ ପରିମାଣାତ୍ମକ ଏବଂ ସ୍ଥାୟୀ ପରିବର୍ତ୍ତନ ଆଣିପାରେ ତାହା ପ୍ରଦର୍ଶିତ କରୁଛି,” ବୋଲି ଭଗବାନ ମାଝୀ, ସରପଞ୍ଚ, ନାକଟିଗୁଡା ଗ୍ରାମ ପଞ୍ଚାୟତ କହିଛନ୍ତି ।

ଓଡ଼ିଶାରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ ୧୨୮ଟି ଗ୍ରାମରେ ୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି, ୨ ଲକ୍ଷରୁ ଅଧିକ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଉଛି । ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ନେତୃତ୍ୱରେ ଏହି ଗ୍ରୁପ୍‍ ତାହାର ସିଏସ୍‍ଆର କାର୍ଯ୍ୟକ୍ରମଗୁଡିକ ଆଦିତ୍ୟ ବିର୍ଲା ସେଣ୍ଟର ଫର୍‍ କମୁ୍ୟନିଟି ଇନିସିଏଟିଭ୍‍ସ୍‍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଜରିଆରେ କାର୍ଯ୍ୟକାରୀ କରୁଛି । ଗ୍ରୁପ୍‍ର ଦୂରଦୃଷ୍ଟି ଏହା ସେବା ଯୋଗାଉଥିବା ଜନସମୁଦାୟଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶକୁ ଆଗେଇନେବା, ନିର୍ଦ୍ଧିଷ୍ଟ ଭାବରେ ବଞ୍ଚିତ ବର୍ଗଙ୍କୁ ଫାଇଦା ପହଞ୍ଚାଇବା ଲକ୍ଷ୍ୟ ରଖିଛି । ୟୁଏନ୍‍ଏସଡିଜି ଲକ୍ଷ୍ୟସମୂହ ମୁତାବକ ଗ୍ରୁପ୍‍ର ସିଏସ୍‍ଆର ପ୍ରୟାସଗୁଡିକ ଦାରିଦ୍ର୍ୟ ଦୂରୀକରଣ, କ୍ଷୁଧାରୁ ମୁକ୍ତି ଏବଂ ରାଷ୍ଟ୍ରର ମାନବ ସମ୍ବଳ ସୂଚୀରେ ଉତ୍‍ଥାନ କରିବାକୁ ନିରନ୍ତର ପ୍ରୟାସ କରୁଛି ।

 

0
0
0
s2sdefault