ହେଡଲାଇନସ୍:

ବିଜେଡ଼ି ପ୍ରାର୍ଥୀ ଙ୍କ ପାଇଁ ଭୋଟ ନିବେଦନ କଲେ ପାଣ୍ଡିୟାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାସୁଦେବପୁର - ନିର୍ବାଚନ ପ୍ରଚାର ଜୋର୍ ଦାର୍ ଆରମ୍ଭ ହୋଇ ଯାଇଛି ବାସୁଦେବପୁର ରେ। ଚଳିତ ନିର୍ବାଚନ ରଣାଙ୍ଗନରେ ବାସୁଦେବପୁର ରେ ବିଜେଡ଼ି ପ୍ରାର୍ଥୀ ବିଷ୍ଣୁ ବ୍ରତ ରାଉତ ରାୟ ଓ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ଙ୍କ ପାଇଁ ପ୍ରଚାର ଜୋରଦାର କରିବାକୁ ବାସୁଦେବପୁର ରେ ପହଞ୍ଚି ଥିଲେ ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟାନ। ସ୍ଥାନୀୟ ଯାଦବ ପଡିଆ ରେ ଅନୁଷ୍ଟିତ ସଭା କାର୍ଯ୍ୟ କର୍ମ ରେ ଯୋଗ ଦେଇ ବିଜେଡ଼ି ପ୍ରାର୍ଥୀ ଙ୍କ ସପକ୍ଷ ରେ ଭୋଟ ନିବେଦନ କରିଥିଲେ  ଫାଇବ ଟି ଅଧ୍ୟକ୍ଷ । ବିରୋଧୀ ବିଜେପି ଓ କଂଗ୍ରେସ ଙ୍କ ମିଛ କଥାରେ ବିଶ୍ବାସ କରନ୍ତୁ ନାହିଁ, ନବୀନ ପଟ୍ଟନାୟକ ଓଡ଼ିଶା ବାସୀ ଙ୍କ ସାଥିରେ ସବୁବେଳେ ଅଛନ୍ତି। ଓଡ଼ିଶାରେ ସରକାର ବିଜୁ ଜନତା ଦଳ ର ହେବ ଓ ଷଷ୍ଠ ଥର ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ହେବେ ବୋଲି କହିଛନ୍ତି ଭି କେ ପାଣ୍ଡିୟାନ। ବାସୁଦେବପୁର ର ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି ଆଗକୁ ଆହୁରି ଉନ୍ନତି ମୂଳକ କାର୍ଯ୍ୟ ହେବ, ଏଣୁ ବହୁ ଭୋଟ ରେ ପ୍ରାର୍ଥୀ ବିଷ୍ଣୁ ବ୍ରତ ରାଉତ ରାୟ ଓ ମଞ୍ଜୁଲତା ମଣ୍ଡଳ ଙ୍କୁ ବିଜୟୀ କରିବାକୁ କହିଛନ୍ତି ଭି କେ ପାଣ୍ଡିୟାନ।

0
0
0
s2sdefault