ହେଡଲାଇନସ୍:

ବଦଳିଲେ ପୋଲିସ ମୁଣ୍ଡିଆଳ :  ଡକ୍ଟର ଶର୍ମାଙ୍କ ନୂଆ ଟିମ, କ୍ରାଇମବ୍ରାଞ୍ଚ ସମ୍ଭାଳିବେ ସନ୍ତୋଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ସତ୍ୟଜିତଙ୍କୁ ପ୍ରୋଭିଜନିଙ୍ଗ,ପ୍ରାଣବିନ୍ଦୁଙ୍କୁ ରେଳବାଇ 

ଦୁର୍ନୀତି ଜଗିବେ ଦେବାଶିଷ, ବିନୟନନ୍ଦଙ୍କୁ ଜେଲ 

ସଚିବାଳୟ ଆସିଲେ ସନ୍ତୋଷ ଵାଲା, ଠାକୁରଙ୍କୁ ଆଇନ ଶୃଙ୍ଖଳା

ଲଲିତଙ୍କୁ ପୋଲିସ ଗୃହନିର୍ମାଣ, ବୋଥ୍ରାଙ୍କୁ ଆଧୁନିକୀକରଣ 

ଜେଲରୁ ଅବ୍ୟାହତି ପରେ ଏବେ ବିଜୟଙ୍କୁ ନିଆଁଲିଭା ଦାଇତ୍ୱ

 ଭୁବନେଶ୍ୱର: ଅଚାନକ ଭାବେ ବଦଳାଇ ଯାଇଛନ୍ତି ପୋଲିସ ବିଭାଗର ପ୍ରାୟତଃ  ମୁଣ୍ଡିଆଳ । ଅଚାନକ କହିଲେ ବୋଧହୁଏ ଭୁଲ ହୋଇପାରେ, କାରଣ ଏ ବ୍ୟାପକ ଅଦଳବଦଳ  ଅବଶ୍ୟ ଡ ରାଜେନ୍ଦ୍ର ପ୍ରସାଦ ଶର୍ମା ପୋଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ନେବାପରେ ବଦଳି ଅବଶ୍ୟମ୍ଭାବୀ ଥିଲା । ବଦଳି ହେଲା , ଭଲ ହେଲା....ସରକାର ଚାହିଁଲେ , ହେଲା.... ହେଲେ ଏ ବଦଳି ଯେଉଁ ମେସେଜ ଦେଲା ସେଥିରୁ ଗୋଟାଏ ଷ୍ଟ୍ରଙ୍ଗ ମେସେଜ ଗଲା ଯେ ପୋଲିସ ବିଭାଗର ରୋବବ ମାଷ୍ଟର, ବରିଷ୍ଠ ଅଧିକାରୀ ତଥା ରାଜ୍ୟସରକାରଙ୍କ ଏକଦା ବ୍ଲୁ ଆଏଡ଼ ଅଫିସର ତଥା ଚିଟ ଫଣ୍ଡ ଦୁନୀତିର ତଦନ୍ତ କରି ଚର୍ଚ୍ଚାକୁ ଆସିଥିବା  ବିଜୟକୁମାର ଶର୍ମା ସରକାରଙ୍କ ଗୁଡ଼ ବୁକରେ ଆଉ ନାହାନ୍ତି ! ଯଦିଓ ଏହା ପାୱାର କରିଡରରେ ଚର୍ଚା ହେଉଥିଲା,  ଏ ବଦଳି ପରେ ତାହା ଦୃଢ଼ୀଭୁତ ହେଉଛି.। କ୍ରାଇମ ବ୍ରାଞ୍ଚ ରୁ ଜେଲକୁ ଯେତେବେଳେ ବଦଳି କରାଗଲା ସେତେବେଳେ ଏତେ ଜୋରରେ ଝଟକା ଲାଗିନଥିଲା ତାଙ୍କୁ ! ଆଉ ସାଧାରଣରେ ସେ ସନ୍ଦେହ ହିଁ ହୋଇନଥିଲା । ଲୋକ ଭାବୁଥିଲେ ଜେଲ ସଂସ୍କାର ପାଇଁ ତାଙ୍କ ଭଳି ଦକ୍ଷ ଅଫିସରଙ୍କୁ ପଠାଯାଇଛି ।  ହେଲେ ମଙ୍ଗଳବାର ଯେତେବେଳେ ଜେଲ ରୁ nei ହୋମ ଗାର୍ଡଙ୍କୁ ଜଗିବା ଆଉ ନିଆଁ ଲିଭା ଦାଇତ୍ୱ ଧରେଇ ଦେଲେ ସରକାର, ସେଥିରୁ ତାଙ୍କୁ ସରକାର କେତେ ଗୁରୁତ୍ୱ ଦେଉଛନ୍ତି ତାହା ପଦାରେ ପଡିଯାଇଛି । ସରକାର ତା ତାଙ୍କୁ ନିଆଁ ଲିଭା ଦାଇତ୍ୱ ଦେଇ ନିଜ ଦାଇତ୍ୱ ତୁଟାଇଦେଲେ, ହେଲେ ଏକଦା ଡିଜି ଦୌଡରେ ଆଗରେ ବୋଲି କୁହାଯାଉଥିବା ବିଜୟ ଡିଜି ନହେଲେତ ନାହିଁ, ଭଲ ପୋଷ୍ଟିଙ୍ଗ ଟିଏ ନପାଇବା କାରଣରୁ ତାଙ୍କ ମନରେ ଯେଉଁ ନିଆଁ ଲାଗିଥାଇ ପାରେ ତାହା କିଏ ଲିଭେଇବ । ଭଗବାନ କରନ୍ତୁ. ତାଙ୍କ ମନରେ କିଛି ନିଆଁ ଲାଗି ନଥାଉ !!!!!!

ରାଜ୍ୟ ସରକାରଙ୍କ ପକ୍ଷରୁ ବାହାରିଥିବା ବଦଳି ଆଦେଶଅନୁଯାୟୀ ୧୯୮୬ ବ୍ୟାଚ ଆଇପିଏସ ବିଜୟ କୁମାର ଶର୍ମାଙ୍କୁ ହୋମ ଗାର୍ଡ଼ ଓ ଅଗ୍ନିଶମ ସେବାର ଡିଜି ଭାବେ ଅବସ୍ଥାପିତ କରାଯାଇଛି। ୧୯୮୮ ବ୍ୟାଚ ଆଇପିଏସ୍‌ ସତ୍ୟଜିତ ମହାନ୍ତି ନୂତନ ଏଡିଜି ଭାବେ ପୁଲିସ ମୁଖ୍ୟାଳୟରେ ନିଯୁକ୍ତି ପାଇଥିବା ବେଳେ ପ୍ରାଣବିନ୍ଦୁ ଆଚାର୍ଯ୍ୟ ରେଳବାଇ ଓ ତଟ ସୁରକ୍ଷା ଏଡିଜି ପଦବିରେ ଅବସ୍ଥାପିତ ହୋଇଛନ୍ତି। ସେହିପରି ସନ୍ତୋଷ କୁମାର ଉପାଧ୍ୟାୟ ସିଆଇଡି ଓ କ୍ରାଇମ ବ୍ରାଞ୍ଚ ଏଡିଜି, ବିନୟାନନ୍ଦ ଝା ଜେଲ ବିଭାଗର ଏଡିଜି, ଅରୁଣ କୁମାର ରାୟ ପୁଲିସ ଯୋଗାଯୋଗ ଏଡିଜି ଭାବେ ନିଯୁକ୍ତ ପାଇଛନ୍ତି। ସୁଧାଂଶୁ କୁମାର ଷଡଙ୍ଗୀଙ୍କୁ କ୍ରାଇମ ରେକର୍ଡ ବ୍ୟୁରୋ ଏଡିଜି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଲଳିତ ଦାସଙ୍କୁ ପୋଲିସ ଗୃହନିର୍ମାଣ ନିଗମ ର ଅଧ୍ୟକ୍ଷ ତଥା ଡ ସନ୍ତୋଷ ବାଲାଙ୍କୁ ଘରୋଇ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । 

୧୯୯୧ ବ୍ୟାଚ ଆଇପିଏସ୍‌ ଦେବାଶିଷ ପାଣିଗ୍ରାହୀଙ୍କୁ ଗୁରୁତ୍ୱପୂର୍ଣ ଭିଜିଲାନ୍ସ ନିର୍ଦ୍ଦେଶକ ଦାଇତ୍ୱ ଦିଆଯାଇଥିବା ବେଳେ ଅରୁଣ ବୋଥ୍ରା ଆଇଜି(ପୁଲିସ ଆଧୁନିକୀକରଣ), ଅସିତ ପାଣିଗ୍ରାହୀ ଆଇଜି ହେଡକ୍ୱାଟର୍ସ, ଅମିତାଭ ଠାକୁର ଆଇଜି ଆଇନ ଶୃଙ୍ଖଳା ଓ ରାଜେଶ କୁମାର ଆଇଜି ହୋମଗାର୍ଡ୍ସ ଓ ଅଗ୍ନିଶମ ସେବା ଭାବେ ଅବସ୍ଥାପିତ ହୋଇଛନ୍ତି। ଭିଜିଲାନ୍ସର ଅତିରିକ୍ତ ପୁଲିସ ମହାନିର୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଲଳିତ ଦାସଙ୍କୁ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନର ମୁଖ୍ୟ ପରିଚାଳନା ନିର୍ଦେଶକ ପଦରେ ନିଯୁକ୍ତି ଦିଆଯାଇଛି । ଅଗ୍ନିଶମ ଓ ହୋମଗାର୍ଡର ଆଇଜି ସନ୍ତୋଷ ବାଲାଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ, ରେଳବାଇ ଆଇଜି ଅରୁଣ ବୋଥ୍ରାଙ୍କୁ ଆଇଜି (ଆଧୁନିକୀକରଣ) ଭାବେ ବଦଳି କରାଯାଇଛି । କ୍ରାଇମବ୍ରାଞ୍ଚ ଆଇଜି ଅସିତକୁମାର ପାଣିଗ୍ରାହୀଙ୍କୁ ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି । ଆଇଜି ପୁଲିସ (ଆଧୁନିକୀକରଣ) ପଦରେ ଥିବା ଅମିତାଭ ଠାକୁରଙ୍କୁ ଆଇଜି (ଆଇନ ଶୃଙ୍ଖଳା) ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦେଶକ ରାଜେଶ କୁମାରଙ୍କୁ ଅଗ୍ନିଶମ ସେବା ଓ ହୋମଗାର୍ଡ ଆଇଜି ଭାବେ ବଦଳି କରାଯାଇଛି । ତାଲିମ ଦାୟିତ୍ୱରେ ଥିବା ଡିଆଜି ନିଖିଳକୁମାର କାନୋଡ଼ିଆଙ୍କୁ କ୍ରାଇମବ୍ରାଞ୍ଚ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି । କଟକରେ ରେଳବାଇ ଏସପି ଥିବା ସଞ୍ଜୟକୁମାର କୌଶଲଙ୍କୁ ପଦୋନ୍ନତି ଦିଆଯାଇ ଭିଜିଲାନ୍ସ ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ବୈରୀରେ ଥିବା ପିଟିଆଇର ଅଧ୍ୟକ୍ଷା ସାରା ଶର୍ମାଙ୍କୁ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀକୁ ବଦଳି କରାଯାଇଛି । ଏହାବ୍ୟତୀତ ଓଡ଼ିଶା ପୁଲିସ ସେବାର ପୁରୀରେ ଅତିରିକ୍ତ ଏସପି ଭାବେ କାର୍ଯ୍ୟ କରୁଥିବା ବନବିହାରୀ ସାହୁଙ୍କୁ କଟକ ରେଳବାଇ ପୁଲିସର ଭାରପ୍ରାପ୍ତ ଏସପି ଏବଂ ଭୁବନେଶ୍ୱରରେ ଅତିରିକ୍ତ ପୁଲିସ କମିଶନର ବି.ଏନ.ଦଣ୍ଡପାଟଙ୍କୁ କଟକ ପୁଲିସ ମୋଟର ପରିବହନର ଭାରପ୍ରାପ୍ତ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ସମୁଦାୟ ୧୯ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ଦାୟିତ୍ୱରେ ଅଦଳବଦଳ କରାଯାଇଛି।

0
0
0
s2sdefault