ହେଡଲାଇନସ୍:

ମନେ ପଡିଲେ ଇନ୍ଦିରା ଓ ସର୍ଦ୍ଦାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ଓ ଇନ୍ଦିରା ଜ୍ୟୋତି ଯାତ୍ରାର ଶୁଭାରମ୍ଭ 

ସର୍ଦ୍ଦାର  ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱରରୁ ଚକ୍ରଧର ମାଝି - ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରନô ସ୍ୱର୍ଗୀୟା ଇନ୍ଦିରା ଗାନ୍ଧିଙ୍କର ୩୩ ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପ୍ରଦେଶ କଂଗ୍ରେସ କମିଟି ତରଫରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନ ୯ ଘଣ୍ଟା ସମୟରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ଶ୍ରୀ ବି.କେ. ହରିପ୍ରସାଦ, ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଏବଂ ଅନ୍ୟ କଂଗ୍ରେସ ନେତୃବୃନ୍ଦ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଇନ୍ଦିରାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେହିପରି ପୂର୍ବାହ୍ନ ୯.୩୦ ସମୟରେ ଇନ୍ଦିରା ପାର୍କ ପରିସରରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଶ୍ରୀ ହରିପ୍ରସାଦ ଇନ୍ଦିରାଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ତା’ପରେ ସେଠାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା । ପିସିସି ସଭାପତି ଶ୍ରୀ ହରିଚନ୍ଦନଙ୍କ ଦ୍ୱାରା ସଂପାଦିତ ପୁସ୍ତିକା “ଇନ୍ଦିରା ଗାନ୍ଧୀ : ସଂଘର୍ଷ ଓ ସଫଳତାର ଜୀବନ” ହରିପ୍ରସାଦଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପରେ ଶ୍ରୀ ହରିଚନ୍ଦନ ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀଙ୍କୁ ଦେଶର ସ୍ୱାଧିନତା ଓ ଏକତା ବଜାୟ ରଖିବା ପାଇଁ ଶପଥ ପାଠ କରାଇଥିଲେ । ଏହାପରେ କିଷାନ୍ କ୍ଷେତ୍ ମଜଦୁର କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଅମୀୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନ ୧୦.୩୦ ସମୟରେ ଇନ୍ଦିରା ଗାନ୍ଧୀଙ୍କର ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଇନ୍ଦିରା ଜ୍ୟୋତି ଯାତ୍ରାର ଆରମ୍ଭ କରାଯାଇଥିଲା । ଶ୍ରୀ ହରିପ୍ରସାଦ ଏବଂ ଶ୍ରୀ ହରିଚନ୍ଦନ ଏକ ସୁସଜ୍ଜିତ ଗାଡିରେ ଥିବା ଇନ୍ଦିରା ଜ୍ୟୋତି ପ୍ରଜ୍ଜ୍ୱଳନ କରି ଯାତ୍ରାର ଶୁଭାରମ୍ଭ କରିଥିଲେ । ଇନ୍ଦିରା ଜ୍ୟୋତିକୁ ଏକ ବିଶାଳ ମୋଟର ସାଇକେଲ୍ ଶୋଭାଯାତ୍ରାରେ ଭୁବନେଶ୍ୱର ସହର ପରିକ୍ରମା କରାଯିବା ପରେ ଏହା ଢେଙ୍କାନାଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ହେମାନନ୍ଦ ବିଶ୍ୱାଳ, ଶରତ ପଟ୍ଟନାୟକ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, କାହ୍ନୁଚରଣ ଲେଙ୍କା, ସୁରେଶ କୁମାର ରାଉତରାୟ, ଯୁଧିଷ୍ଠିର  ଜେନା, ମତଲୁବ ଅଲ୍ଲୀ, ଜଗନ୍ନାଥ ରାଉତ, ଗୁରୁପଦ ନନ୍ଦ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ସନ୍ଧ୍ୟା ମହାପାତ୍ର, ସମୀର କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ମନୋରଞ୍ଜନ ଦାଶ, ଡମ୍ବରୁଧର ଉଲାକା, ଚିନ୍ମୟ ପ୍ରସାଦ ବେହୁରା, ଦେବାଶିଷ ପଟ୍ଟନାୟକ, ସସ୍ମିତା ବେହେରା, କିଶୋର ଜେନା, ରବିନ୍ଦ୍ର କୁମାର ସେଠୀ, ସଂଗ୍ରାମ କେଶରୀ ଜେନା, ପ୍ରକାଶ ଜେନା, ସୌଗତ ମହାନ୍ତି, ସନତ୍ ଦାସ, ବିକାଶ ଗରାବଡୁ, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ମନୋରଞ୍ଜନ ରାଉତରାୟ, ମାନସ ଆଚାର୍ଯ୍ୟ, ଜ୍ୟୋତିଷ ସାହୁ, ତରୁଣ ମିଶ୍ର, ସାରଦା ପ୍ରଧାନ, ଲିଙ୍ଗରାଜ ସାହୁ, ରନôାକର ବେହେରା, ପ୍ରକାଶ ମିଶ୍ର, ବାଙ୍କନିଧି ବେହେରା, ଲୋକନାଥ ମହାରଥି, ସ୍ୱାଧିନବାଳା ଦାସ, କନକ ମଲ୍ଲିକ, ଦେବାଶିଷ ଭୂୟାଁ, ପ୍ରତାପ ରାଉତରାୟ, ସ୍ୱାଗତିକା ପଟ୍ଟନାୟକ, ହଳଧର ସେଠୀ, ଚିନ୍ମୟ ସୁନ୍ଦର ଦାସ, ସାବିତ୍ରୀ ଚୌଧୁରୀ,ରତ୍ନମଣି ଉଲାକା, ଅବଦୁଲ୍ ବାରୀ, ନରୋତ୍ତମ ନାୟକ, ବିକ୍ରମ ସାହୁ, ବିଣାପାଣି ସାମଲ, ଅରିନ୍ଦମ ସର୍ଖେଲ , ସୀତାଂଶୁ ଦାସ, ପ୍ରଣତି ମିଶ୍ର, ଅଲେଖ ସାମଲ, ସଂଜୟ ରାୟ, ପୁଲିନ୍ ପୁହାଣ, ଜିଆ ଉଲହକ୍, ଶ୍ରୀନିବାସ ରାଉତରାୟ, ମୋହନ ଜେନା, ଜାନକୀ ମଲ୍ଲିକ ଓ ପଦ୍ମାବତୀ ଆଚାର୍ଯ୍ୟ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ବଳିଦାନ ଦିବସ ପାଳନ ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ କୃଷକ ସେଲ୍ ପକ୍ଷରୁ  ରାଜ୍ୟ ଅଧ୍ୟକ୍ଷ  ଅମୀୟ କୁମାର  ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରରାୟ, କଂଗ୍ରେସ ନେତା  ବୃନ୍ଦାବନ ଖଟେଇ, ସନ୍ତୋଷ କୁମାର ସାହୁ, ସୁବାଷ ରାଉତ, ମୀନ କେତନ ଜେନା, ନନ୍ଦିଘୋଷ ମହାପାତ୍ର, ଗୋବିନ୍ଦ ପଟେଲ, ସଚ୍ଚିଦାନନ୍ଦ ମହାକୁଡ, କେ. ଦେବେନ୍ଦ୍ର ଦୋରା, ଚଇତ ରାମ ନାଏକ, ସୁରଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ରାଜଧାନୀ ଚିକିତ୍ସାଳୟ ଅନ୍ତେବାସୀ ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହିତ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ପିସିସି ପକ୍ଷରୁ ମଧ୍ୟ ଭାରତର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲୌହମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କର ଜୟନ୍ତୀ ଦିବସ ପ୍ରଦେଶ କଂଗ୍ରେସ କମିଟି ତରଫରୁ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନ ୯ ଘଣ୍ଟା ସମୟରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ବି.କେ. ହରିପ୍ରସାଦ, ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏବଂ ଅନ୍ୟ କଂଗ୍ରେସ ନେତୃବୃନ୍ଦ ବଲ୍ଲଭ ଭାଇ ପଟେଲଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । 

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ହେମାନନ୍ଦ ବିଶ୍ୱାଳ, ଶରତ ପଟ୍ଟନାୟକ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, କାହ୍ନୁଚରଣ ଲେଙ୍କା, ସୁରେଶ କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ଯୁଧିଷ୍ଠିର  ସୌଗତ ମହାନ୍ତି, ବିକାଶ ଗରାବଡୁ ପ୍ରମୁଖ ବହୁ କଂଗ୍ରେସ ନେତା  କର୍ମୀ ଉପସ୍ଥିତ ଥିଲେ ।

 

 

0
0
0
s2sdefault