ହେଡଲାଇନସ୍:

ସାଧାରଣ ନିର୍ବାଚନ–୨୦୨୪ ପରିପ୍ରେକ୍ଷୀରେ ଆନ୍ତଃରାଜ୍ଯ ପୋଲିସ ସମନ୍ଵୟ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆସନ୍ତା ମଇ ଓ ଜୁନ ମାସରେ ରାଜ୍ୟରେ ଚାରୋଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ–୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି।ଏହି ପରିପ୍ରେକ୍ଷୀରେ ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆଭାସି ଜରିଆରେ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ଆନ୍ତଃରାଜ୍ଯ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଆର. କେ. ଶର୍ମା,(ଗୁଇନ୍ଦା) ନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା)ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ) ଏସ. ଦେବଦତ୍ତ ସିଂ,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ଦୟାଲ ଗଙ୍ଗୱାର,ଆଇ.ଜି.ପି (ପ୍ରୋଭିଜନିଙ୍ଗ) ଶ୍ରୀ ୟତିନ୍ଦ୍ର କୋୟଲ, ଆଇ.ଜି.ପି(କାର୍ମିକ) ଶ୍ରୀ ଏସ. ପ୍ରବୀଣ କୁମାର,ଆଇ.ଜି.ପି (ଗୁଇନ୍ଦା) ଶ୍ରୀ ଅନୁପ ସାହୁଙ୍କ ସମେତ ଉତ୍ତରାଞ୍ଚଳ ରେଞ୍ଜର ଆଇ.ଜି ଶ୍ରୀ ଦିପକ କୁମାର ଏବଂ ସୀମାନ୍ତ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ଏସ.ପିପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ସେହିପରି ପଶ୍ଚିମବଙ୍ଗ ଡିଜିପି ଶ୍ରୀ ସଞ୍ଜୟ ମୁଖୋପାଧ୍ୟାୟଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଏବଂ ସୀମାନ୍ତ ଜିଲ୍ଲାଗୁଡିକର ଏସ.ପିମାନେ ବୈଠକରେ ଉପସ୍ଥିତ ଥିଲେ।
ରାଜ୍ୟର ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ସୀମା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ସହିତ ଲାଗି ରହିଥିବାରୁ ଏହି ଦୁଇ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ , ଅବାଧ, ଅପରାଧମୁକ୍ତ ଏବଂ ନିରପେକ୍ଷତାର ସହ ନିର୍ବାଚନ ପରିଚାଳନା କରାଯିବା ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ।ବିଶେଷକରି ବ୍ରାଉନ୍ସୁଗର ଭଳି ମାରାତ୍ମକ ନିଶାଦ୍ରବ୍ୟ ପଶ୍ଚିମବଙ୍ଗର ଲାଲଗୋଲା, ମୁର୍ଶିଦାବାଦ ଓ ବର୍ଦ୍ଧମାନ ଭଳି ସ୍ଥାନରୁ ବ୍ରାଉନସୁଗର ଆସୁଥିବା ବେଳେ ଏହା ଉପରେ ରୋକ ଲଗାଇବା ଉପରେ ଡିଜିପି ଶ୍ରୀ ଷଡଙ୍ଗୀ ଗୁରୁତ୍ଵାରୋପ କରିଥିଲେ । ଏହି ନିଶା କାରବାରର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରାଯିବା ଉପରେ ସେ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହମତି ଲୋଡିଥିଲେ ।
ଉପରୋକ୍ତ ସୀମାନ୍ତ ଜିଲ୍ଲାଗୁଡିକରେ ସୀମା ତନଖୀ ଫାଟକରେ କଡାକଡି ଯାଞ୍ଚ, ସଂବେଦନଶୀଳ ସ୍ଥାନ ଗୁଡିକରେ ଯାନବାହନ ଯାଞ୍ଚ, ଅବକାରୀ ଧରପଗଡ, ବେଆଇନ ମାରଣାସ୍ତ୍ର, ବେଆଇନମଦକାରବାର, ବେଆଇନ ନିଶା କାରବାର, ବେଆଇନ ଟଙ୍କା କାରବାର ଉପରେ ରୋକ ଲଗାଯିବାଉ ପରେ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ବୈଠକରେ ବିଶଦଭାବେ ଆଲୋଚନା ହୋଇଥିଲା।ଏହାବ୍ୟତୀତ ଉଭୟ ରାଜ୍ୟର ଆନ୍ତଃରାଜ୍ଯ ଅପରାଧୀଙ୍କୁ ଗିରଫ କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।ମାଦକ ଦ୍ରବ୍ୟ ଚୋରା ଚାଲାଣର ସମ୍ବେଦନଶୀଳ ସ୍ଥାନ ଚି଼ହ୍ନଟ ଓ ନିର୍ବାଚନ ସମ୍ପର୍କିତ ହିଂସାକୁ ରୋକିବାକୁ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା।ଏହା ବ୍ଯତୀତ ଉଭୟ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ, ସମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପରିବେଷଣ, ଆନ୍ତଃରାଜ୍ଯ ତନଖୀ ଫାଟକରେ ମିଳିତ ଯାଞ୍ଚ,ୟୁପିଆଇଆଇଡି ମାଧ୍ୟମରେ ଟଙ୍କା କାରବାର, ଗଂଜେଇ ଚୋରାଚାଲାଣ, ସାପ୍ତାହିକ ବୈଠକ, ସାଇବରଅପରାଧ ରୋକିବାକୁ ସ୍ଵତନ୍ତ୍ର ଯୋଜନା, ସଂବେଦନଶୀଳ ସ୍ଥାନ ଓ ପୋଲିଂ ବୁଥ ଗୁଡିକର ଚିହ୍ନଟ, ୱାରେଣ୍ଟ ଥିବା ଅପରାଧୀ ଏବଂ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା।

 

0
0
0
s2sdefault