ହେଡଲାଇନସ୍:

ବିଦେଶୀ ମଦ ସହ ପେଟ୍ରୋଲ ଜବତ ଜଣେ ଗିରଫ l ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ରାଜଗାଙ୍ଗପୁର 16/5/26() ରାଜଗାଙ୍ଗପୁର ପୋଲିସ ପକ୍ଷରୁ ରୁ ରାଣୀବନ୍ଦ ନିକଟ ରାଜ୍ୟ ରାଜ ପଥ 10 ରେ ଅବସ୍ଥାପିତ ବିଭିନ୍ନ ଢାଵା ଏବଂ ମାଟିଗେଟ ନିକଟ ନିୟୁ ପଞ୍ଜାବୀ ଗାର୍ଡେନ ଉପରେ ଚଢ଼ାଉ କରି 302 ବିଦେଶୀ ମଦ ସହ, ବେଆଇନ 100ଲିଟର ପେଟ୍ରୋଲ ଜବତ କରି ଥିଲା l ସୂଚନା ଅନୁସାରେ ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ କିଶୋର ଦାଶ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ଗତ ରାତ୍ର ରେ ସହର ର ସୁବାଷ ଛକ, ରାଣୀବନ୍ଦ, ପଦା, ଜାମପଲ୍ଲୀ ନିକଟ ହୋଟେଲ ରେ ଚଢ଼ାଉ କରି 56ଲିଟର ବିଦେଶୀ ମଦ ଜବତ କରିବା ପରେ ଡାଲିମିଆ ସିମେଣ୍ଟ କାରଖାନା ର ମାଟି ଗେଟ ନିକଟରେ ନିୟୁ ପଞ୍ଜାବୀ ଗାର୍ଡେନ ଢ଼ାବା ରେ ଚଢ଼ାଉ କରି ଢ଼ାବା ର ଅଣ୍ଡର ଗ୍ରାଉଣ୍ଡ ଭିତରେ 246 ଲିଟର ବିଦେଶୀ ଏବଂ ଏବେଧ 100ଲିଟର ପେଟ୍ରୋଲ କୁ ଜବତ କରିଥିଲେ l ପୋଲିସ ଢ଼ାବା ମାଲିକ ଜିତେନ୍ଦ୍ର ସିଂ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରାଜଗାଙ୍ଗପୁର ପୋଲିସ ସୂଚନା ପ୍ରଦାନ କରିଛନ୍ତି l ଏହି ଚଢ଼ାଉରେ ପୋଲିସ ଏସ ଆଇ ଦମୟନ୍ତୀ ମହାନ୍ତ ଅରୁଣ କୁମାର ବେହେରା ଏ ଏସ ଆଇ ପ୍ରଶାନ୍ତ କୁମାର ସେନାପତି ହେମନ୍ତ କୁମାର ଧିରୁଆ, ଟି ରାମେଶ୍ୱର ରାଓ,ପୃଥିବୀ ରାଜ ଦିୱେଦି ପ୍ରମୁଖ ଚଢ଼ାଉ ରେ ଭାଗ ନେଇ ଥିଲେ

0
0
0
s2sdefault