-
- “ସୌର ମାସ” ତଥା ମନ୍ଥ୍ ଅଫ୍ ସୋଲାରରେ ୧୨,୬୫୮ ରୁଫ୍ ଟପ୍ ସୋଲାର ପାଇଁ ନୂତନ ଆବେଦନ
-
- ମାତ୍ର ୧୮୭୫ ଟଙ୍କାରେ ୟୁଏଲ୍ଏ ମଡେଲ ଅଧୀନରେ ୧ କିଲୋୱାଟର ସୌର ପ୍ୟାନେଲ ସ୍ଥାପନ ହୋଇଛି ଅଧିକ ସୁଲଭ
-
- ଦକ୍ଷିଣ ଓଡ଼ିଶାର ୮ ଟି ଜିଲ୍ଲାରେ ୧୧,୦୦୦ରୁ ଉର୍ଦ୍ଧ୍ବ ଉପଭୋକ୍ତା ସୌର ଶକ୍ତିକୁ ଆପଣାଇଛନ୍ତି
-
- ଟିପିଏସ୍ଓଡିଏଲ୍ ତରଫରୁ ସୌର ପ୍ୟାନେଲ ସ୍ଥାପନର ପ୍ରକ୍ରିୟାକୁ ସରଳୀକରଣ ଓ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଅଂଶୀଦାର ଓ ଭେଣ୍ଡର ମିଟ୍ ଆୟୋଜିତ
ବ୍ରହ୍ମପୁର, ମଇ ୨୦୨୬ : ଭାରତ ସରକାରଙ୍କ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ର “ସୌର ମାସ” ତଥା ମନ୍ଥ୍ ଅଫ୍ ସୋଲାର ଅଭିଯାନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ସମଗ୍ର ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରେ ସୌର ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି।
ଏହି ପଦକ୍ଷେପରେ ଏକୀକୃତ ହୋଇ ଟିପିଏସ୍ଓଡିଏଲ୍ ତରଫରୁ ଅଂଶୀଦାର ଏବଂ ଭେଣ୍ଡର ମାନଙ୍କ ସହ ଏକ ମିଟିଂର ଆୟୋଜନ ହୋଇଛି। ଯେଉଁଥିରେ ରୁଫ୍ ଟପ୍ ସୋଲାର ସ୍ଥାପନର ପ୍ରକ୍ରିୟାକୁ ସରଳୀକରଣ ଏବଂ ଗ୍ରାହକ ସେବାକୁ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ରଖା ଯାଇଛି। ଏଥିରେ ମୋଟ୍ ୩୦ଜଣ ସୋଲାର ଭେଣ୍ଡର, ଟିପିଏସ୍ଓଡିଏଲର ବରିଷ୍ଠ ଅଧିକାରୀମାନେ ଏବଂ ଗ୍ରାମୀଣ ବିଦ୍ୟୁତୀକରଣ ନିଗମ (ଆରଇସି) ର ପ୍ରତିନିଧି ମାନେ ଯୋଗ ଦେଇଥିଲେ।
ଏହି ଅବସରରେ ଅଂଶୀଦାରମାନଙ୍କ ସହ ସମନ୍ୱୟ ବୃଦ୍ଧି, ରୁଫ୍ ଟପ୍ ସୋଲାର ସ୍ଥାପନର ପ୍ରକ୍ରିୟାକୁ ସରଳୀକରଣ, ଅଧିକ ଉପଭୋକ୍ତାଙ୍କୁ ଏଥିରେ ସାମିଲ କରିବା ପାଇଁ ଉତ୍ସାହିତ କରିବା ତଥା ସ୍ୱଚ୍ଛ ଓ ସବୁଜ ଶକ୍ତିକୁ ଆପଣାଇବା ପାଇଁ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଏବଂ ୟୁଏଲ୍ଏ ମଡେଲକୁ ଅଧିକ ବ୍ୟାପକ କରିବା ପାଇଁ ଆଲୋଚନା ହୋଇଛି। ସୌର ଶକ୍ତି ଆପଣାଉଥିବା ଉପଭୋକ୍ତାମାନେ ସେମାନଙ୍କର ବିଦ୍ୟୁତ ବିଲ୍ ରେ ହ୍ରାସ ଏବଂ ପରିବେଶ ସୁରକ୍ଷା ଦିଗରେ ବିଶେଷ ଭୂମିକା ନିର୍ବାହ କରୁଛନ୍ତି।
ୟୁଏଲ୍ଏ ମଡେଲ ଉପଭୋକ୍ତାଙ୍କ ପାଇଁ ଅଧିକ ସୁଲଭ ହୋଇ ପାରିଛି
ଯାହା ମାତ୍ର ୧୮୭୫ଟଙ୍କାରେ ସମ୍ଭବ। ଯେଉଁଥିରେ ୧ କିଲୋୱାଟର ସୌର ପ୍ୟାନେଲ ସ୍ଥାପନ କରିବାକୁ ଉପଭୋକ୍ତାମାନେ ସମର୍ଥ ହେବା ସହ ଏହି ସୁବିଧା ଅଧିକ ଘରୋଇ ଉପଭୋକ୍ତାଙ୍କୁ ସ୍ୱଚ୍ଛ ଶକ୍ତି ଆପଣାଇବା ପାଇଁ ଉତ୍ସାହିତ କରୁଛି।
“ସୌର ମାସ” ଅବସରରେ ଟିପିଏସ୍ଓଡିଏଲ୍ ସମଗ୍ର ଦକ୍ଷିଣ ଓଡିଶାରୁ ଏକ ଉତ୍ସାହଜନକ ପ୍ରତିକ୍ରିୟା ପାଇଛି। କେବଳ ଏହି ସୌର ମାସ ତଥା ମଇ ମାସରେ ଟିପିଏସ୍ଓଡିଏଲ୍ ୧୨,୬୫୮ ରୁଫ୍ ଟପ୍ ସୋଲାର ପାଇଁ ଆବେଦନ ପାଇଛି ।
ତନ୍ମଧ୍ୟରୁ ୧୨୫୩ଟି ଆବେଦନ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ପାଇଁ ରହିଥିବା ବେଳେ ୧୧,୪୦୫ଟି ଆବେଦନ ୟୁଏଲ୍ଏ ମଡେଲ ଅଧୀନରେ ରହିଛି। ୟୁଏଲ୍ଏ ମଡେଲରେ ଫୁଲବାଣୀ ଜିଲ୍ଲା ୪,୭୭୧ ଆବେଦନ ସହିତ ସର୍ବାଗ୍ରେ ରହିଥିବା ବେଳେ ତା’ ପଛକୁ ୨,୯୮୯ ଆବେଦନ ସହିତ ନବରଙ୍ଗପୁର ଜିଲ୍ଲା ରହିଛି।
ଏହି ରେକର୍ଡ ନମ୍ବର ଦର୍ଶାଏ ଯେ, ଏକ ସ୍ଥିର ଶକ୍ତିକୁ ଆପଣାଇବା ପାଇଁ ବର୍ଦ୍ଧିତ ଉପଭୋକ୍ତାଙ୍କ ଆଗ୍ରହ ଏବଂ ଉତ୍ସାହ। ଏହା ମଧ୍ୟ ଟିପିଏସ୍ଓଡିଏଲର ସ୍ୱଚ୍ଛ, ସୁଲଭ ଏବଂ ଦକ୍ଷିଣ ଓଡ଼ିଶାର ପ୍ରତିଟି ଘରକୁ ଭରସାଯୋଗ୍ୟ ଶକ୍ତି ଯୋଗାଇବା ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି।
ସମଗ୍ର ଦକ୍ଷିଣ ଓଡିଶାରେ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ପ୍ରାୟ ୫୦,୦୦୦ ଉପଭୋକ୍ତା ସୌର ଶକ୍ତିକୁ ଆପଣାଇବା ପାଇଁ ଆବେଦନ କରିଛନ୍ତି। ସେଥିରୁ ୧୧,୦୦୦ ଉପଭୋକ୍ତା ସଫଳତାର ସହ ନିଜ ଘର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରି ସାରିଛନ୍ତି, ଯାହା ଏକ ସ୍ୱଚ୍ଛ ଶକ୍ତି ଉତ୍ପାଦନ ଏବଂ ସବୁଜ ଶକ୍ତିର ବ୍ୟବହାର ପ୍ରତି ଥିବା ମହତ୍ୱପୂର୍ଣ୍ଣ ଯୋଗଦାନକୁ ଦର୍ଶାଏ।
ମୋଟ ୧୧ହଜାର ଉପଭୋକ୍ତା ଯେଉଁମାନେ ରୁଫ୍ ଟପ୍ ସୋଲାର ସ୍ଥାପନ କରି ସାରିଛନ୍ତି ସେଥିରୁ ୬,୩୯୧ଜଣ ଉପଭୋକ୍ତା ଉଭୟ କେନ୍ଦ୍ରୀୟ ଆର୍ଥିକ ସହାୟତା (ସିଏଫ୍ଏ) ଏବଂ ରାଜ୍ୟ ଆର୍ଥିକ ସହାୟତା (ଏସ୍ଏଫ୍ଏ) ପାଇ ସାରିଛନ୍ତି। ଯାହା ଦକ୍ଷିଣ ଓଡିଶାରେ ସୌର ଶକ୍ତିର ବ୍ୟାପକତାକୁ ବଳ ଯୋଗାଉଛି।
ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ମନ୍ଥ୍ ଅଫ୍ ସୋଲାର୍” ହେଉଛି ସଚେତନତା ସୃଷ୍ଟି କରିବା ଏବଂ ଗ୍ରାହକଙ୍କୁ ସବୁଜ ଶକ୍ତି ସମାଧାନ ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। ଏଥିପାଇଁ ଟିପିଏସ୍ଓଡିଏଲ୍ ପ୍ରକ୍ରିୟାକୁ ସରଳ କରି, ଭେଣ୍ଡର୍ ସମନ୍ୱୟ ମଜଭୁତ୍ କରି ଏବଂ ସମୟୋଚିତ ସହାୟତା ନିଶ୍ଚିତ କରି ପ୍ରତ୍ୟେକ ଗ୍ରାହକଙ୍କ ସୋଲାର୍ ଯାତ୍ରାରେ ସମର୍ଥନ ଯୋଗାଇବା ପାଇଁ ପ୍ରତିବଦ୍ଧ। ରୁଫ୍ଟପ୍ ସୋଲାର୍ କେବଳ ଗ୍ରାହକଙ୍କ ବିଦ୍ୟୁତ ବିଲ୍ କମାଇବାରେ ସହାୟକ ହେଉନାହିଁ ବରଂ ଦକ୍ଷିଣ ଓଡ଼ିଶା ପାଇଁ ଏକ ସବୁଜ ଏବଂ ଶକ୍ତି-ସୁରକ୍ଷିତ ଭବିଷ୍ୟତର ଗଠନ ଦିଗରେ ଯୋଗଦାନ ଦେଉଛି” ।
ଟିପିଏସ୍ଓଡିଏଲ୍ ତା’ର କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ସଚେତନତା ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମ ଜାରି ରଖିଛି । ଯାହା ନବୀକରଣଯୋଗ୍ୟ ଶକ୍ତି ଆପଣାଇବା ପାଇଁ ପ୍ରୋତ୍ସାହନ ଜାରି ରଖିବା ଏବଂ ଭାରତ ସରକାରଙ୍କ ସବୁଜ ଓ ସ୍ୱଚ୍ଛ ଶକ୍ତିର ବିକାଶକୁ ସମର୍ଥନ ଯୋଗାଏ।







