ନବରଙ୍ଗପୁର, 16/05/2026,ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମହିଳା ଆଇନ ସଂରକ୍ଷଣ ବିଲ୍ ପାରିତ ପାଇଁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ସଦାଶିବ ପାର୍କ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାନେତ୍ରୀ ସୁଶ୍ରୀ ଲିପିକା ମାଝୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଦଳୀୟ ମହିଳା କର୍ମୀ ମାନେ ହାତରେ ଦଳୀୟ ପତକା. ମଶାଲ, ପ୍ଲାଗ କାର୍ଡ ଧରି ନାରାବାଜୀ କରି ସାମିଲ ହୋଇଥିଲେ । ଶୋଭାଯାତ୍ରା ଗାନ୍ଧିଛକକୁ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ୨୦୨୩ ସଂସଦ ଅଧିବେଶନରେ ମହିଳା ଆଇନ ସଂରକ୍ଷଣ ବିଲ ସପକ୍ଷରେ ଦଳ ମତ ନିର୍ବିଶେଷରେ ଏକ ମତ ହୋଇଥିବା ବେଳେ କେନ୍ଦ୍ର ବିଜେପି ସରକାର ମହିଳା ମାନଙ୍କ ଅଧିକାର ପ୍ରତି ଅଣଦେଖା କରି ଭକ୍ତ ବିଲ୍ କୁ ଏପର୍ଯ୍ୟନ୍ତ ଲାଗୁ ନକରିବା ମହିଳା ମାନଙ୍କ ପ୍ରତି ଅବିଚାର ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ଏହି ସଭାରେ ମହିଳା ମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କର ଦୋମୁହାଁ ନିତୀ ବିରୁଦ୍ଧରେ ସମାଲୋଚନା କରିବା ସହ ସମସ୍ତ ବର୍ଗର ମହିଳାଙ୍କ ପାଇଁ ୨୦୨୬ ଜନ ଗଣନା ପ୍ରକାରେ ଶତକଡା ୩୩ ଭାଗ ଆରକ୍ଷଣ ଲାଗୁ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦୃଢ ଦାବି କରାଯାଇଥିଲା । ଏଥିରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଭୂଜବଳ ମାଝୀ, ବରିଷ୍ଠ ନେତା ବୃନ୍ଦାବନ ତ୍ରିପାଠୀ, ଅନାମ ଦିଆନ, ପ୍ରଲ୍ଲାଦ ହିଆଲ, ଭୀମ ପାଣିଗ୍ରାହୀ, ସନରାଜ ଗଣ୍ଡ, ବାବୁଲା ପଟ୍ଟନାୟକ, ଅଖିଳ ଭତ୍ରା , ଶିବରାମ ରାଜୁ, ପ୍ରଦୀପ ସାହୁ, ଶେଖ୍ ଆକବର ହୁସେନ୍, ଭାସ୍କର ବିଷୋୟୀ, ଗୋପାଳ ତ୍ରୀପାଠୀ, ଦେବ କାନ୍ତ ପଣ୍ଡା, ଭବାନୀ ସାହୁ, ବାସୁ ପଟ୍ଟନାୟକ, ତମ୍ବୁ ଦାସ ପନକା, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରାଜ୍ୟ
ମହିଳା ଆଇନ ସଂରକ୍ଷଣ ବିଲ୍ ପାରିତ ପାଇଁ ଜିଲ୍ଳା କଂଗ୍ରେସର ମଶାଲ ଶୋଭାଯାତ୍ରା
- Hits: 28







