ହେଡଲାଇନସ୍:

ଡିଜିଟାଲ ଯୁଗରେ  ସ୍ନେହ, ଶ୍ରଦ୍ଧା, ଭକ୍ତି, ସମ୍ମାନ ହଜି ଯିବାକୁ ବସିଲାଣି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କଦମପଡା ଶିଶୁ ମନ୍ଦିରରେ ପୁରୁଣା ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଜେଜେ ମା, ଜେଜେ ବାପା  ସମ୍ମିଳନୀ

 

 ଡିଜିଟାଲ ଯୁଗରେ ତାଙ୍କ ଠାରୁ କାହାଣୀ ଶୁଣିବା ପାଇଁ ପିଲାଙ୍କ ପାଖରେ ସମୟ ନାହିଁ ଏବଂ ଏହି ସ୍ଥିତି ଯଦି ବଜାୟ ରହେ ତେବେ ପରିବାର ଭିତରେ ଥିବା ସ୍ନେହ, ଶ୍ରଦ୍ଧା, ଭକ୍ତି, ସମ୍ମାନ ଦିନେ ଉଭାନ ହୋଇଯିବ । ଏଣୁ ଏହି ସ୍ଥିତି ଆସିବା ଆଗରୁ ଜେଜେମା ଜେଜେ ବାପାଙ୍କର ଶିଶୁ ପ୍ରତି ସ୍ନେହ ଭାବ ଓ ମାର୍ଗ ଦର୍ଶନ ଦେବା ଜରୁରୀ........   ପିଲାଙ୍କୁ ସ୍କୁଲ ସମୟ ବ୍ୟତିତ ଟ୍ୟୁସନ , କୋଚିଂ ଦେବା ଦ୍ୱାରା ଶିଶୁର ଅନ୍ତର୍ନିହିତ କଳାର ବିକାଶ ହୋଇପାରୁ ନାହିଁ ଓ ବାପା ମା, ଜେଜେମା ଜେଜେ ବାପା ସହିତ କଥା ହେବାକୁ ସମୟ ନାହିଁ । ଫଳରେ ଏହି ଶିଶୁମାନେ ଆଗାମୀ ଦିନରେ ଗୋଟିଏ ଗୋଟିଏ ଯନ୍ତ୍ର ଚାଳିତ ମାନବ ହେବା ସୁସ୍ପଷ୍ଟ....

ବଲାଙ୍ଗିରରୁ ଜିଲ୍ଲା ପ୍ରତିନିଧି ନିରୋଜ ମିଶ୍ର :  ସ୍ଥାନୀୟ କଦମପଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପୁରୁଣା ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଜେଜେ ମା ଜେଜେ ବାପାଙ୍କ ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି । ପୁରୁଣା ଆଚାର୍ଯ୍ୟ ଆଚାର୍ଯ୍ୟା ସମ୍ମିଳନୀ ବିଦ୍ୟାଳୟର ପରିଚାଳନା କମିଟୀ ସଭାପତି ଶଶି ଭୁଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ ସଙ୍କୁଳର ପ୍ରମୁଖ ରାଜୀବ ଲୋଚନ ପାଢୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ, ବିଦ୍ୟାଳୟ ପରିଚାଳନା କମିଟୀର ସମ୍ପାଦକ ସୁରେନ୍ଦ୍ର କୁମାର ତ୍ରିପାଠୀ, ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ବିରେନ୍ଦ୍ର କୁମାର ଧରୁଆ ଯୋଗଦେଇ ପ୍ରଥମ ଥର ପାଇଁ ଶିକ୍ଷକ ମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ଖବରକୁ ଖବର କାଗଜରେ ପଢି ବିଦ୍ୟାଳୟରୁ ଏହି ଶିକ୍ଷକମାନେ ନିଜର ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ଶିଶୁ ମନ୍ଦିର ପାଇଁ ଗୌରବର ବିଷୟ ବୋଲି ମଞ୍ଚାସୀନ ଅତିଥି ମାନେ ଖୁସି ବ୍ୟକ୍ତ କରିଥିଲେ । ୫୦ରୁ ଉଦ୍ଧ୍ୱର୍ ପୁରୁଣା ଆଚାର୍ଯ୍ୟ, ଆଚାର୍ଯ୍ୟା ମାନଙ୍କ ଏହି ସମ୍ମିଳନୀରେ ସଂସ୍କାରବାଦୀ ପାଠପଢା, ସମୟାନୁବର୍ତ୍ତିତା ଯୋଗୁଁ ହିଁ ଆଜି ସମାଜର ଏକ କୃତି ଶିକ୍ଷକ ଭାବେ ପରିଚୟ ପାଇଛୁ ବୋଲି  ଉପସ୍ଥିତ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ମତବ୍ୟକ୍ତ କରିଥିଲେ । ପ୍ରଥମ ଥର ପାଇଁ ପୁରୁଣା ଗୁରୁଜୀ ଗୁରୁମାଙ୍କୁ ନେଇ ଏକ ସମ୍ମିଳନୀ ହୋଇଥିବାରୁ ସମସ୍ତେ ଖୁସି ପ୍ରକାଶ କରିଥିଲେ । ଜେଜେ ମାଁ ଜେଜେ ବାପା ଙ୍କ ସମ୍ମିଳନୀ ରେ ୨୦୦ରୁ ଉର୍ଧ୍ଵ  ଜେଜେ ମା ଓ ଜେଜେ ବାପା ଯୋଗ ଦେଇ ଡିଜିଟାଲ ଯୁଗରେ ତାଙ୍କ ଠାରୁ କାହାଣୀ ଶୁଣିବା ପାଇଁ ପିଲାଙ୍କ ପାଖରେ ସମୟ ନାହିଁ ଏବଂ ଏହି ସ୍ଥିତି ଯଦି ବଜାୟ ରହେ ତେବେ ପରିବାର ଭିତରେ ଥିବା ସ୍ନେହ, ଶ୍ରଦ୍ଧା, ଭକ୍ତି, ସମ୍ମାନ ଦିନେ ଉଭାନ ହୋଇଯିବ । ଏଣୁ ଏହି ସ୍ଥିତି ଆସିବା ଆଗରୁ ଜେଜେମା ଜେଜେ ବାପାଙ୍କର ଶିଶୁ ପ୍ରତି ସ୍ନେହ ଭାବ ଓ ମାର୍ଗ ଦର୍ଶନ ଦେବା ଜରୁରୀ ବୋଲି ସର୍ବ ସାଧାରଣରେ ଜେଜେମା ଜେଜେବାପା ମାନେ ମତ ପ୍ରକାଶ କରିଥିଲେ । ଏହି ସମ୍ମିଳନୀର ଅଧ୍ୟକ୍ଷତା ଝଟକାନ୍ତି ପଟେଲ କରିଥିବାବେଳେ ନାଟ୍ୟ ଭୁଷଣ ଜଗଦାନନ୍ଦ ଛୁରିଆ, ଶିକ୍ଷାବିତ ସନାତନ ଠାକୁର, ବିଦ୍ୟାଳୟର ସମ୍ପାଦକ ସୁରେନ୍ଦ୍ର ତ୍ରିପାଠୀ , ରାଜୀବ ଲୋଚନ ପାଢୀ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ, ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ବିରେନ୍ଦ୍ର କୁମାର ଧରୁଆ ଯୋଗ ଦେଇ ପିଲାଙ୍କୁ ସ୍କୁଲ ସମୟ ବ୍ୟତିତ ଟ୍ୟୁସନ , କୋଚିଂ ଦେବା ଦ୍ୱାରା ଶିଶୁର ଅନ୍ତର୍ନିହିତ କଳାର ବିକାଶ ହୋଇପାରୁ ନାହିଁ ଓ ବାପା ମା, ଜେଜେମା ଜେଜେ ବାପା ସହିତ କଥା ହେବାକୁ ସମୟ ନାହିଁ । ଫଳରେ ଏହି ଶିଶୁମାନେ ଆଗାମୀ ଦିନରେ ଗୋଟିଏ ଗୋଟିଏ ଯନ୍ତ୍ର ଚାଳିତ ମାନବ ହେବା ସୁସ୍ପଷ୍ଟ ବୋଲି ଆଶଂକା କରି ଏହାର ପ୍ରତିବିଧାନ ପାଇଁ ପୁଣି ଥରେ ପୁରୁଣା କାଳିଆ ଯୌଥ ପରିବାରର ପ୍ରାଧାନ୍ୟତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବୀକା ସହଯୋଗ କରିଥିଲେ  ।

 

0
0
0
s2sdefault