ହେଡଲାଇନସ୍:

ଯାଜପୁରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯାଜପୁରରୁ ଜିଲ୍ଲା ପ୍ରତିନିଧି ଜୟଶଙ୍କର ଦାଶ  . ବିପର୍ଯ୍ୟୟର ମୁକାବିଲା ପାଇଁ ପୁର୍ବ ପ୍ରସ୍ତୁତି ସହ ସମ୍ମିଳିତ ଉଦ୍ୟମ  ଯେକୈାଣସି ପ୍ରାକୃତିକ ବିପର୍ଯ୍ୟୟକୁ ପ୍ରଶମନ କରିପାରିବ ବୋଲି ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳ ମତବ୍ୟକ୍ତ କରିଛନ୍ତି  । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ପରିସରରେ ଆୟୋଜିତ ଓଡିଶା ବିପଯର୍ୟୟ ପ୍ରସ୍ତୁତି  ଦିବସ ଓ ଜାତୀୟ ବିପଯର୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ୧୯୯୯ମହାବାତ୍ୟାର ସ୍ମୃତି·ରଣ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଳ ଗୋଷ୍ଠୀ  ସଚେତନତା ଦ୍ୱାରା ବିପଯର୍ୟୟ ମୁକାବିଲାକୁ ସଫଳ ଭାବେ ପରିଚାଳନା କରାଯାଇ ପାରିବ ବୋଲି କହିଥିଲେ । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଯୋଗ ଦେଇ  ଅନୁଭବ ଓ ଅନୁଭୂତିରୁ ଆମେ ପ୍ରତ୍ୟେକ ଶିକ୍ଷାଲାଭ କରି ଯେଭଳି ନିଜ ପାଖରେ ଥିବା ସମ୍ବଳକୁ ବିନିଯୋଗ କରି କିଭଳି ଧନ ଜୀବନ ରକ୍ଷା କରାଯାଇପାରିବ ଓ ଗୋଷ୍ଠୀ  ସଚେତନତା ଦ୍ୱାରା ଯେଭଳି ମୁକାବିଲା ସଫଳ ହେବ ସେଥିପ୍ରତି ପ୍ରତ୍ୟେକ ବ୍ୟକ୍ତି ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ବିଭାଗ ପ୍ରଭୁତି ନିଷ୍ଠାପର ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ । ଯାଜପୁର ତହସିଲଦାର ଲକ୍ଷ୍ମୀକାନ୍ତ  ମିଶ୍ର ଯୋଗଦେଇ ବିଭିନ୍ନ ପ୍ରକାର ବିପର୍ଯ୍ୟୟକୁ ମୁକାବିଲା ପାଇଁ ପୁର୍ବ ପ୍ରସ୍ତୁତି ସବୁ କ୍ଷେତ୍ରରେ ସହାୟକ ହୁଏ ବୋଲି ଆଶ କରିଥିଲେ । ଡେପୁଟି କଲେକ୍ଟର ଇନ୍ଦିରା ବେହେରା  ଯୋଗଦେଇ ବିପଯର୍ୟୟର ମୁକାବିଲା ଓ ସଚେତନତା ଉପରେ ଆଲୋକପାତ କରିଥିଲେ । ସାମ୍ବାଦିକ କୈଳାସ ଚନ୍ଦ୍ର ନାୟକ ୧୯୯୯ ମହାବାତ୍ୟାର ସ୍ମୃତି·ରଣ କରିବା ସହ ସେତେବେଳେ ଜିଲା ପ୍ରଶାସନକୁ ଗଣମାଧ୍ୟମର ସହଯୋଗ ଓ ବିପର୍ଯ୍ୟୟ ସମୟରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ରାଜଲକ୍ଷ୍ମୀ ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ଦିବସର ତାତ୍ପର୍ଯ୍ୟ  ଓ ମୁକାବିଲା ସମ୍ପର୍କରେ ଆଲୋକପାତ କରିଥିଲେ । ଡ଼ାକ୍ତର ଦୁର୍ଗା ପ୍ରସାଦ  ଦାଶ ବିପର୍ଯ୍ୟୟ ସମ୍ବନ୍ଧୀୟ ବିଭିନ୍ନ ରୋଗର  ଚିକିତ୍ସା ଓ ତାହାର ନିରାକରଣ ପ୍ରଣାଳୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ୧୯୯୯ମହାବାତ୍ୟାରେ ଜିଲ୍ଲାରେ ପ୍ରାଣ ହରାଇ ଥିବା  ୮୪ଜଣ ବ୍ୟକ୍ତିଙ୍କ ଆତ୍ମାର ସଦ୍ଗତି ପାଇଁ ସମୂହ ନୀରବପ୍ରାର୍ଥନା କରାଯାଇଥିଲା । ଏହି ଦିବସ ପାଳନ ଅବ୍ୟବହିତ ପୂର୍ବରୁ  ଅନୁଷ୍ଠିତ ଉଚ୍ଚ ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଜିଲାସ୍କୁଲ, ଯାଜପୁରର ଛାତ୍ର  ବିଶ୍ୱ ରଂଜନ ଦାସ ପ୍ରଥମ, ଅଭିଜିତ୍ ପରିଡା ଦ୍ୱିତୀୟ ଓ ବିରଜା ଊଚ୍ଚ ବିଦ୍ୟାଳୟର ସ୍ମୃତି ରଂଜନ ସାମଲ ତୃତୀୟ ସ୍ଥାନ, ମହାବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ନରସିଂହ ଚୈାଧୁରୀ ମହାବିଦ୍ୟାଳୟର ଛାତ୍ରୀ  ବିଶ୍ୱ କଲ୍ୟାଣୀ ମହାପାତ୍ର ପ୍ରଥମ, ବିଚିତ୍ରା ସେଠୀ ଦ୍ଵିତୀୟ  ଓ ଚିତାଳୋ ମହାବିଦ୍ୟାଳୟରସତ୍ୟବ୍ରତ ଦାସ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ଜିଲା ଜରୁରୀ ବିଭାଗର ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁ କୈଳାସ ବେହେରା ଓ ସାଥୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା । ଅଗ୍ନିଶମ ବିଭାଗବିପର୍ଯ୍ୟୟର ମୁକାବିଲା ପାଇଁ ବିଭିନ୍ନ କୌଶଳ  ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ  ବିଭିନ୍ନ ସ୍କୁଲଲ କଲେଜ ଛାତ୍ରଛାତୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଡେ଼ପୁଟି କଲେକ୍ଟର ମୁଲତା ମଲିକ, ସହକାରୀ ଜିଲାପାଳ ଅନୂପ ବେହେରା, ତିଳୋତମା ପୃଷ୍ଟି, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅତିନ୍ଦ୍ର କୁମାର ଦାସ, ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ, ଶିଶୁ ସୁରକ୍ଷା ଅଧିକାରୀ ନିରନ କର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାଯର୍ୟକ୍ରମରେ ନକୁଳ ଚରଣ ମଲ୍ଲିକ, ଅରୁଣ କୁମାର ସାହୁ, ଶ୍ୟାମସୁନ୍ଦର ବାର୍ଲା, ପ୍ରଶାନ୍ତ କୁମାର ପୁହାଣ, ତରୁଣ କୁମାର ପଣ୍ଡା, ସୁପ୍ରିୟ କୁମାର ପଣ୍ଡା, ଲିଜାଲିନ୍ ସ୍ୱାଇଁ, ଦେବେନ୍ଦ୍ରନାଥ କର, ଦଶରଥ ଯେନା, ଅଶୋକ କୁମାର ଖୁଂଟିଆ, ସତ୍ୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 

0
0
0
s2sdefault