ହେଡଲାଇନସ୍:

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ବିପର୍ଯୟ ପ୍ରଶମନ ପାଠ୍ୟକ୍ରମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

୧୨୨ଟି ସାଇରନ୍ ଟାୱାର ଦେବ ଆଗୁଆ ବିପଯର୍ୟୟ ସୂଚନା

ଭୁବନେଶ୍ୱରରୁ ମାନସୀ ମିଶ୍ର : ଓଡିଶାରଉପକୂଳ ଜିଲା ଗୁଡିକରେ ୧୨୨ଟି ସାଇରନ ଟାୱାର ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ସରକାର ପକ୍ଷରୁ ଘୋଷଣା କରାଯାଇଛି   ।  ରବିବାର ରବିନ୍ଦ୍ର ମଣ୍ଡପରେ ଓଡିଶା ବିପଯର୍ୟୟ ପ୍ରସ୍ତୁତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଏହି ଘୋଷଣା କରିଛନ୍ତି  । ରାଜ୍ୟର ୬ଟି ଉପକୂଳ ଜିଲା ପାଇଁ ୧୨୨ଟି ସାଇରନ ଟାୱାର ପ୍ରତିଷ୍ଠା କରାଯିବ । ଏହି ଟାୱାର  ଗୁଡିକ ଦୁଇଘଣ୍ଟା  ପୂର୍ବରୁ ବାତ୍ୟା ଓ ସୁନାମୀ ସମ୍ପର୍କୀତ ଆଗୁଆ ସୂଚନା ଦେବେ  ।  ସୂଚନାଯୋଗ୍ୟ, ନିର୍ମାଣ କାମ ଶେଷ ପଯର୍ୟାୟରେ ପହ ିଥିବା ବେଳେ, ସାଇରନ୍ ଟାଓ୍ାର ଗୁଢ଼ିକ ଆଗାମୀ ନଭେମ୍ବର ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନନ କରିବେ  । ଏହି ଟାୱାରରୁ ୨.୫ କିଲୋମିଟର ପଯର୍ୟନ୍ତ ଶବ୍ଦ ଶୁଣାଯିବ । ଅନ୍ୟପକ୍ଷରେ ଆସନ୍ତା ବର୍ଷ ଠାରୁ ପାଠ୍ୟକ୍ରମରେ ବିପଯର୍ୟୟ ପ୍ରଶମନ ବିଷୟ ସାମିଲ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ସ୍କୁଲ ପିଲାମାନଙ୍କୁ ସତର୍କ କରିବା ଲାଗି ସରକାର ଏହାରି ଉପରେ ଗୁରୁତ ଦେଉଛନ୍ତି ବୋଲି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି । 

0
0
0
s2sdefault