ହେଡଲାଇନସ୍:

ସମଲେଇ ନୃତ୍ୟ କଳା ପରିଷଦ ପକ୍ଷରୁ ଚିତ୍ରାଙ୍କନ ଓ ଏକକ ଅଭିନୟ ପ୍ରତିଯୋଗିତା ଉଦ୍‍ଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ ,:  ସ୍ଥାନୀୟ ଗାନ୍ଧି ସ୍ମୁତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସମଲେଇ ନୃତ୍ୟ କଳା ପରିଷଦ ପକ୍ଷରୁ ଚିତ୍ରାଙ୍କନ ଓ ଏକକ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହାକୁ ନୃସିଂହ ନାଥ ଏଣ୍ଟରପ୍ରାଇଜେସର ମାଲିକ ରଘୁନାଥ ପଟ୍ଟନାୟକ ଉଦ୍‍ଘାଟନ କରିଥିଲେ । ପ୍ରତିଯୋଗିତାରେ ୧୨୦ରୁ  ଉର୍ଧ୍ଵ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାର ବିଚାରକ ଭାବେ ପରମେଶ୍ୱର ବେହେରା, ଅର୍ଜୁନ ନାୟକ, ସିମାଞ୍ଚଳ ବେହେରା ଥିବା ବେଳେ ଏକକ ଅଭିନୟରେ ନାଟ୍ୟକାର ଦେବେନ୍ଦ୍ର ଦାସ, ରଘୁନାଥ ପାତ୍ର ଓ ମନୋଜ ପାଢୀ ବିଚାରକ ଭାବେ ଯୋଗ ଦେଇଥିଲେ । ଏକକ ଅଭିନୟରେ ପ୍ରଥମ ସ୍ଥାନ ସ୍ମୃତି ରଞ୍ଜନ ଅଧିକାରୀ, ଦ୍ୱିତୀୟ ସ୍ଥାନ ଆଶୁତୋଷ ପାଢୀ,ଏ ସିଦ୍ଧାର୍ଥ, ତୃତୀୟ ସ୍ଥାନ ପଦ୍ମନାଥ ଭୂୟାଁ, ଅଧିକାର  କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ, ଆଦର୍ଶ ଦାଶ, ବିଚିତ୍ରା ନନ୍ଦ ବେବର୍ତ୍ତା, ଡି.ମୋହନ ରାଓ, ପ୍ରମୋଦ ପଟ୍ଟନାୟକ, ରାମଚନ୍ଦ୍ର ପାଢୀ, ମାତାଙ୍ଗିନୀ ଗୁରୁ, ହରିହର ପଟ୍ଟନାୟକ, ପ୍ରଶାନ୍ତ ପଟ୍ଟନାୟକ, ବାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ପରଚାଳନା କରିଥିଲେ ।

 

0
0
0
s2sdefault