ହେଡଲାଇନସ୍:

ପ୍ରଖ୍ୟାତ ଗଜଲ୍ ଗାୟକ ପଙ୍କଜ ଉଧାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଭକ୍ତ ସଙ୍ଗୀତ ସଂସଦ ସଭାଗୃହ ଠାରେ ସ୍ୱର୍ଗତ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜିତ ହୋଇଯାଇଛି।
ଉକ୍ତ ବୈଠକରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ , ଗୁରୁ ଶ୍ରୀ ରଘୁନାଥ ପାତ୍ର , ଆଇନଜୀବୀ ଶ୍ରୀମତୀ ଇତିଶ୍ରୀ ମହାପାତ୍ର ପ୍ରମୁଖ ମଞ୍ଚାସୀନ ହୋଇ ସ୍ୱର୍ଗତ ପଙ୍କଜ ଉଧାସଙ୍କ କାଳଜୟୀ ସଙ୍ଗୀତ ତାଙ୍କୁ ଅମର ରଖିବ ବୋଲି ମତ ପ୍ରକାଶ କରିଥିଲେ।
ଏହି ଶୋକ ସଭାରେ ଅନ୍ୟାନ୍ୟ ଅତିଥି ବୃନ୍ଦଙ୍କ ମଧ୍ୟରେ ଶ୍ରୀ ଶଶିଭୂଷଣ ପଟ୍ଟନାୟକ , ଶ୍ରୀ ରାମଚନ୍ଦ୍ର ମିଶ୍ର , ଶ୍ରୀ ଅରକ୍ଷିତ ଜେନା , ଶ୍ରୀମତି ବବିତା ପୁରୋହିତ , ଶ୍ରୀମତୀ ସ୍ନିଗ୍ଧା ମିଶ୍ର ବ, ଶ୍ରୀମତି କଲ୍ୟାଣୀ ପଟ୍ଟନାୟକ , ଶ୍ରୀମତି ସୁନୀତା ଦାସ ଓ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ୱର୍ଗତ ପଙ୍କଜ ଉଧାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଭା କାର୍ଯ୍ୟ ଶେଷରେ ଶ୍ରୀ ରାଜେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault