ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଆଶା , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସ୍ବାସ୍ଥ୍ୟ ସମିତି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ମାନିତ ହେଲେ ୧୪ ଆଶା, ୪ ଗାଁ କଲ୍ୟାଣ ସମିତି ଓ ୭୦ ରୁ ଉର୍ଦ୍ଧ୍ବ ମହିଳା ଆରୋଗ୍ୟ ସ୍ବାସ୍ଥ୍ୟ ସମିତି

ଝାରସୁଗୁଡ଼ା: ଜିଲ୍ଲାସ୍ତରୀୟ ଆଶା , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସ୍ବାସ୍ଥ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।ନବ ଦାସ ଅଡିଟୋରିଅମ୍ ଠାରେ ଅନୁଷ୍ଠିତ ହେଇଥିବା ଏହି ବାର୍ଷିକ ସ୍ବାସ୍ଥ୍ୟ ସମ୍ମିଳନୀ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହେଶ ମୋହନ ପଣ୍ଡା ଅଧ୍ୟକ୍ଷତା କରି ସ୍ବାସ୍ଥ୍ୟ ସେବାରେ ଆଶା,ଅଙ୍ଗନୱାଡ଼ି କର୍ମୀ,ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସ୍ବାସ୍ଥ୍ୟ ସମିତି ଙ୍କ କାର୍ଯ୍ୟାବଳୀ ବିଷୟରେ ଆଲୋକପାତ କରିଥିଲେ ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଗ୍ରାମାଞ୍ଚଳ ରେ ସ୍ବାସ୍ଥ୍ୟ ସେବାକୁ ଅଧିକ ତ୍ୱରାନ୍ୱିତ କରିବା ଦିଗରେ ତୃଣମୂଳ ସ୍ତରରେ କାର୍ଯ୍ୟରତ କର୍ମକର୍ତ୍ତା ବିଶେଷ କରି ଆଶା ଓ ଅଙ୍ଗନୱାଡ଼ି ଦିଦି ଙ୍କୁ ଆହୁରି ଲୋକଙ୍କ ନିକଟତର ଓ ବିଶ୍ଵାସଭାଜନ ହେବାକୁ ପରାମର୍ଶ ଦେଇଥିଲେ ।ସେ କହିଥିଲେ ଯେ ଦୁନିଆରେ ଯେତେ ସେବା ଅଛି ସବୁଠୁ ଯଦି ଅଧିକ ପୁଣ୍ୟ ଅର୍ଜନ କରିହୁଏ ତାହା ହେଉଛି ସ୍ବାସ୍ଥ୍ୟସେବା ।ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ,ଜାତୀୟ ସ୍ବାସ୍ଥ୍ୟ ମିଶନ ବୁଲୁନାଥ ସାହୁ ସ୍ବାସ୍ଥ୍ୟସେବା ରେ ଚାଲୁ ରହିଥିବା ବିଭିନ୍ନ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ । କରୋନା ସମୟରେ ଜିଲ୍ଲାରେ ଚାଲିଥିବା ଡାୟଲିଶିସ ବିଷୟରେ ତଥା ସ୍ଵାସ୍ଥ୍ୟ ସେବାରେ ଥିବା ବିଭିନ୍ନ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ ।ଏଠାରେ ସୂଚନାଯୋଗ୍ୟ ଯେ ଗ୍ରାମାଞ୍ଚଳରେ ପ୍ରତି ୧୦୦୦ ଜନସଂଖ୍ୟାରେ ଜଣେ ଆଶା ଦିଦି ଙ୍କୁ ନିଯୁକ୍ତ କରାଯାଇଛି ।ଏବେ ଆମ ଆଗରେ ଥିବା ଆହ୍ବାନ ଗୁଡ଼ିକ ମଧ୍ୟରେ ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମା ମୁକ୍ତ ଭାରତ, ୨୦୩୦ ମସିହା ସୁଦ୍ଧା ମ୍ୟାଲେରିଆ ଓ ଫାଇଲେରିଆ ମୁକ୍ତ ଭାରତ ଗଠନ,କୁଷ୍ଠ ମୁକ୍ତ ଦେଶ ଗଠନ ରେ ଆଶା, ଅଙ୍ଗନୱାଡ଼ି କର୍ମୀ,ଗାଁ କଲ୍ୟାଣ ସମିତି କର୍ମକର୍ତ୍ତା,ମହିଳା ଆରୋଗ୍ୟ ସମିତି କର୍ମକର୍ତ୍ତା ଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।ନିରାମୟ ଯୋଜନା ରେ ସବୁଠାରେ ଉନ୍ନତ ମାନର ଔଷଧ ପ୍ରଦାନ କରାଯାଉଛି ।ଏହି ଯୋଜନାରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେଉଥିବାବେଳେ ଆଗାମୀ ଦିନରେ ବିଭିନ୍ନ ଅଣ ସଂକ୍ରାମକ ରୋଗ, ରୋଗ ପ୍ରତିରୋଧ ପାଇଁ ଯୋଗ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କୁ ଅଧିକ ବ୍ୟାପକ କରାଯାଇଛି ।ଏ ସ୍ଵାସ୍ଥ୍ୟ ସେବାକୁ ଲୋକମାନେ ଆପଣାଇବା ସହ ସ୍ବାସ୍ଥ୍ୟ କର୍ମୀଙ୍କୁ ସହଯୋଗ କରିବା ଆବଶ୍ୟକ । ସିକିଲ ସେଲ ରୋଗ ନିରାକରଣ, ମାତୃ ମୃତ୍ୟୁହାର ହ୍ରାସ,ଶିଶୁ ମୃତ୍ୟୁ ହାର ହ୍ରାସ ଠାରୁ ଆରମ୍ଭ କରି ସୁସ୍ଥ ଓ ନିରୋଗ ଜୀବନ ଧାରଣ ପାଇଁ ଜିଲ୍ଲାରେ ୭୩୪ ଆଶା କର୍ମୀ ସେବା ପ୍ରଦାନ କରୁଛନ୍ତି।ତେବେ ଯେତେଦିନ ଜନସାଧାରଣ ଏହି ସେବାକୁ ନିଜ ସେବା ଓ ଅଧିକାର ବୋଲି ଗ୍ରହଣ କରିବା ସହ ସ୍ବାସ୍ଥ୍ୟ କର୍ମୀଙ୍କ ଠାରୁ ସେବା ଗ୍ରହଣ କରିବେ ନାହିଁ ,ତେବେ ଏହାର ଉଦ୍ଦେଶ୍ୟ ସଫଳ ହେବନାହିଁ ।କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଦଳାଇ,ଜିଲ୍ଲା କୁଷ୍ଠ ଅଧିକାରୀ ଡାକ୍ତର ଲକ୍ଷ୍ମଣ କୁମାର କର୍ମୀ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ବ୍ରଜରାଜନଗର ଜୟପ୍ରକାଶ ପ୍ରଧାନ,ମୁନ୍ଦ୍ରଯୋର ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ,ଜିଲ୍ଲା ବିତ୍ତିୟ ପରିଚାଳକ ଧୀରେନ୍ଦ୍ର କୁମାର ନନ୍ଦ,ଜିଲ୍ଲା ତଥ୍ୟ ପରିଚାଳକ ପ୍ରଶାନ୍ତ ଦାସ ପ୍ରମୁଖ ମଞ୍ଚାସିନ ଥିଲେ ।
ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲାର ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଦେବଦରହ ଗାଁ କଲ୍ୟାଣ ସମିତି,ବ୍ରଜରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବଡ଼ମାଲ ଗାଁ କଲ୍ୟାଣ ସମିତି,କୋଲାବୀରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଗମ୍ଭାପାଳି ଗାଁ କଲ୍ୟାଣ ସମିତି,ମୁନ୍ଦ୍ରାଯୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଅଇତାପାଲି ଗାଁ କଲ୍ୟାଣ ସମିତି,କିର୍ମୀରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ତୁମାଡ଼ିହି ଗାଁ କଲ୍ୟାଣ ସମିତି ୧୦,୦୦୦ ଟଙ୍କା ,ମାନପତ୍ର ଓ ଟ୍ରଫି ଫଳକ ପ୍ରଦାନ କରାଯାଇଥିଲା ।ଏହାବ୍ୟତୀତ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର କୁ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଥିଲା।ସେହିପରି ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁନ୍ଦ୍ରାଯୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଝୁରୁକୁନି ମୁଣ୍ଡା,ବ୍ରଜରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଜାହ୍ନବୀ ପଶାୟତ,କିଲାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଜନତା କିସାନ,ମୁନ୍ଦ୍ରାଯୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଖୁଜରା ଠାକୁର ଜିଲ୍ଲାର ଶ୍ରେଷ୍ଠ ଆଶା ଭାବରେ ତିନି ହଜାର ଟଙ୍କା ଅର୍ଥରାଶି, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।ଅନ୍ୟ ଆଶା ମାନଙ୍କ ମଧ୍ୟରେ ଅଶ୍ୱିନୀ ରୋହିଦାସ,ପଦ୍ମିନୀ ପଟ୍ଟନାୟକ,ତୃଷ୍ଣା ପଟେଲ,ଉତ୍ତରାବତି ସା,ମୀନା ଥକ୍କର,ମନୋରମା ସିଂହ,ପଞ୍ଚମୀ ମେହେର,ଦୋଳନା ସିଂହ,ଯଶୋଦା କିଶାନ, ଜୟ କୁମାରୀ ଡ଼ିଲା ପ୍ରମୁଖ ମଧ୍ୟ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ ହୋଇଥିଲେ ।ସେହିପରି ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ବହୁ ମହିଳା ଆରୋଗ୍ୟ ସ୍ବାସ୍ଥ୍ୟ ସମିତି କୁ ପୁରସ୍କୃତ ହୋଇଥିଲେ ।ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଆଶା କର୍ମୀ,ଗାଁ କଲ୍ୟାଣ ସମିତି କର୍ମକର୍ତ୍ତା ଓ ମହିଳା ସ୍ବାସ୍ଥ୍ୟ ଓ ଆରୋଗ୍ୟ ସମିତି ର କର୍ମକର୍ତ୍ତା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଅତିରିକ୍ତ ପରିଚାଳକ ଆଶା ଜିତେନ୍ଦ୍ର କୁମାର ପାଲ, ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଅତିରିକ୍ତ ପରିଚାଳକ ଶୁଭକାନ୍ତ ପଣ୍ଡା,ପି ଏଚ୍ ଏମ ମଲୟ ପାଣିଗ୍ରାହୀ,ଯକ୍ଷ୍ମା ଜିଲ୍ଲା ସଂଯୋଜକ ରେଷମା ରଣା, କ୍ୱାଲିଟି ପରିଚାଳକ ରଞ୍ଜନ ପରିଚ୍ଛା,ରାଷ୍ଟ୍ରୀୟ ବାଲ୍ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ ରାଜେଶ ପଟେଲ ,ମନୋଜ କୁମାର ବେରିହା,ସ୍ବାଗତ ସାହୁ,ବିକାଶ ମହାପାତ୍ର,ଅଜିତ ବିଶ୍ଵାଳଙ୍କ ସମେତ ବହୁ କର୍ମକର୍ତ୍ତା ସହଯୋଗ କରିଥିଲେ ।ପ୍ରାରମ୍ଭିକ ପର୍ଯ୍ୟାୟରେ ସହରାଞ୍ଚଳ ଆଶା କର୍ମୀ ମାନେ ସ୍ବାଗତ ସଙ୍ଗୀତ ଏବଂ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।ସଙ୍ଗୀତ କାର୍ଯ୍ୟକ୍ରମରେ ଗୁରୁ ଶ୍ରୀ ଶରତ ସାହୁ ବାଦ୍ୟ ଯନ୍ତ୍ର ପରିଚାଳନା କରିବା ସହ ମନଛୁଆଁ ସଙ୍ଗୀତ ପରିବେଷଣ କରିଥିଲେ ।କାର୍ଯ୍ୟକ୍ରମ କୁ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ବିରାଟ ରାଜା ପଧାନ ଓ ଓକୁପେଶନାଲ ଥେରାପି ଦେବସ୍ମିତା ଶୁଭଦର୍ଶୀନି ଆସ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ଅତିରିକ୍ତ ପରିଚାଳକ ଆଇନ ପ୍ରଣୟନ ସୋମଦତ୍ତ ପୁରୋହିତ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

0
0
0
s2sdefault