ସେକ୍ସ ରାକେଟ ଘଟଣାର ଅଭିଯୁକ୍ତ ଥିବା ସମିତି ସଭ୍ୟ ଖୋଲା ଆକାଶ ତଳେ ବୁଲୁଛନ୍ତି: ପ୍ରଶାସନ ନିରବ
ସାରସକଣା ରୁ ଦିପୁ ମହାପାତ୍ର: ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଝାରପୋଖରିଆ ଷ୍ଟେଟ ବ୍ୟାଙ୍କ ପଛ ଦୁର୍ଗାପୂଜା କଲୋନି ବସ୍ତିରେ ଶୀର୍ଷା ଗ୍ରାମ ପଞ୍ଚାୟତର ସମିତି ସଭ୍ୟଙ୍କ ଏକ ଘରେ ସେକ୍ସ ରାକେଟ ଚାଲାଇଥିବା ବେଳେ ବିଗତ ଦିନରେ ଏହି ରାକେଟ୍ରେ ପୁଲିସ ଦୁଇ ଛାତ୍ର ଓ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରିବା ସହିତ ଥାନା କେଶ ନମ୍ବର ୬/୨୪ ରେ ଏକ ମାମଲା ରୁଜୁ କରି ୨ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରିଥିଲେ । ପୋଲିସ ଘଟଣାସ୍ଥଳରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା ବେଳେ ଏତଲାରେ ଅଭିଯୁକ୍ତ ଭାବେ ଉଲ୍ଲେଖ ଥିବା ଶୀର୍ଷା ଗ୍ରାମ ପଞ୍ଚାୟତର ପଂଚାୟତ ସମିତି ସଭ୍ୟ ଲକ୍ଷ୍ମୀଧର ସିଂ ଏବେ ମଧ୍ୟ ଖୋଲା ଆକାଶ ତଳେ ବୁଲୁଛନ୍ତି ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୁଃଖର ବିଷୟ ଦୁଇ ଯୁବକ ଜେଲର ଚାରି କାନ୍ଥ ଭିତରେ ଥିବାବେଳେ ବର୍ତ୍ତମାନ ସୁଦ୍ଧା ସମିତି ସଭ୍ୟ ବାହାରେ ଖୋଲା ଆକାଶ ତଳେ ବୁଲୁଛନ୍ତି କ'ଣ ପାଇଁ | ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଧରିବାକୁ ସଫଳ ହେଲାନାହିଁ କାହିଁକି ନାଁ ମୋଟା ଅଙ୍କର ଡିଲ୍ ହୋଇଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ବମ୍ବେଛକ ଷ୍ଟେଟ ବ୍ୟାଙ୍କ ପଛରେ ସରକାରୀ ଜମିରେ ବିରାଟକାୟ ଘରକରି ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ରୁମ ତିଆରି କରି ଦେହ ଅନୈତିକ କାର୍ଯ୍ୟ ଚଳାଇଥିବା ଅଭିଯୋଗ ହୋଇ ଆସୁଥିଲା | ଅନ୍ୟ ରାଜ୍ୟର ଝିଅଙ୍କୁ ଆଣି ଦେହ ବେପାର ସେଠାରେ ଚାଲିଥିବା ଅଭିଯୋଗ ଉପରେ ପୋଲିସ ଚଢ଼ାଉ ଘଟଣା ଅଭିଯୋଗର ସତ୍ୟତା ପ୍ରମାଣିତ କରିଥିଲା | କିନ୍ତୁ ପୋଲିସ କହିବା ଅନୁଯାୟୀ ଘଟଣା ଦିନଠାରୁ ଲକ୍ଷ୍ମୀ ସିଂ ଫେରାର ହୋଇଯାଇଥିଲେ । ତେବେ ଦୁଇ ଛାତ୍ର ଙ୍କ ଭବିଷ୍ୟତ ଅନ୍ଧାର ହୋଇଥିଲା ବେଳେ ସମିତି ସଭ୍ୟ ଙ୍କ ବିରୁଦ୍ଧରେ କାହିଁକି କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରି ନାହାଁନ୍ତି ପୋଲିସ । ତେବେ କୋଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅଞ୍ଚଳ ତଥା ଏକ ସୁସ୍ଥ ସମାଜ କୁ ଭଲ ବାର୍ତ୍ତା ଦେଇପାରନ୍ତା ବୋଲି ଅଞ୍ଚଳ ତଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି।







