ହେଡଲାଇନସ୍:

ରାଣୀ ସୁଜ୍ଞାନୀ ଦେଵୀଙ୍କ ଦେହାନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଜଣେ ସ୍ୱାଭିମାନୀ, ସ୍ପଷ୍ଟବାଦୀ ତଥା ଜନ ଦରଦୀ ଲୋକ ରାଜନେତ୍ରୀ ଭାବେ ଜଣାଶୁଣା ବିଧାୟିକା ଖଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ହୋଇଯାଇଛି | ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ଥିଲେ ବିଶିଷ୍ଟ ରାଜନୀତିଜ୍ଞ ତଥା ଖଲ୍ଲିକୋଟର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ । ଚିକିତ୍ସାଧୀନ ଅବସ୍ଥାରେ ଚେନ୍ନାଇର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ଚିକିତ୍ସାଧୀନ ସୁଜ୍ଞାନଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଖଲିକୋଟ ଓ କବିସୂର୍ଯ୍ୟ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ଦଶଥର ନିର୍ବାଚିତ ହୋଇଥିଲେ ଭି. ସୁଜ୍ଞାନ କୁମାରୀ ଦେଓ। ତାଙ୍କରି ବିୟୋଗରେ ଓଡିଶା ରାଜନୀତିରେ ଏକ ଶୁନ୍ୟତା ସୃଷ୍ଟି ହୋଇଯାଇଛି | ରାଜକୀୟ ବ୍ୟକ୍ତିତ୍ୱ ଭିତରେ ମାନବୀୟ ହୃଦୟଧାରିଣୀ ସୁଜ୍ଞାନୀ ଦେବୀ ଥିଲେ ଓଡ଼ିଶା ରାଜନୀତିରେ ଥିଲେ ଜଣେ ବିରଳ ରାଜନେତ୍ରୀ |

0
0
0
s2sdefault