ହେଡଲାଇନସ୍:

ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ,

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ତେନ୍ତୁଳିଖୁଣ୍ଟି/ଅଶୋକ ସାହୁ, ଶାସକ ପ୍ରଶାସକ: ଓଡ଼ିଶା ସରକାର ଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଏକ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ତେନ୍ତୁଳିଖୁଣ୍ଟି ବ୍ଲକ୍ ଦିଗି ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ , ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଏବଂ ପଞ୍ଚାୟତ ରାଜ୍ ପାନୀୟ ଜଳ ବିଭାଗର ଅଧିକାରୀ ଯୋଜନା ଗୁଡିକ ବିଷୟରେ ଅବଗତ କରାଇଥିଲେ। ଦିଗି ପଞ୍ଚାୟତ ସରପଞ୍ଚ କିଶୋର ନାୟକ ଙ୍କ ସଭାପତିତ୍ବ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ । ମୁଖ୍ୟ ଅତିଥି ଭାବେ ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତି ନିଳେନ୍ଦ୍ରୀ ନାୟକ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ତେନ୍ତୁଳିଖୁଣ୍ଟି ଜୋନ୍ 2 ଜିଲ୍ଲା ପରିଷଦ ରତିକାନ୍ତ ପଣ୍ଡା, ବ୍ଳକ୍ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ, ବିଧାୟକ ପ୍ରତିନିଧି ପ୍ରଫୁଲ୍ଲ ନାଗ ତଥା ଗୌଡ଼ଦିଓପାଲି ସମିତି ସଭ୍ୟ ସୁଧୀର ଖୁରା , ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚୟିତନ ନାୟକ ଓ ଯୋଗାଣ ସହାୟକ ସୁରେଶ ବିଶୋଇ, ମଞ୍ଚ ପରିଚାଳନା କରିଥିଲେ ।

0
0
0
s2sdefault