ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପୁରେନା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରକୃତିବନ୍ଧୁ ଶ୍ରୀ ମୀନକେତନ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ପରିବେଶ ଠିକ୍ ରହିଲେ ଜୀବଜଗତ ତିଷ୍ଠି ରହିବ ଏହା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟଯେ ଜୁଲାଇ ମାସରେ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଶ୍ରୀ ସାହୁ "ସୁରକ୍ଷିତ ଭବିଷ୍ୟତପାଇଁ ଗଛଟିଏ "କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଗୋଟିଏ ଚାରାଗଛ ପ୍ରଦାନ କରିଥିଲେ। ଯେଉଁ ଛାତ୍ରଛାତ୍ରୀମାନେ ଗଛ
ର ଉପଯୁକ୍ତ ଯତ୍ନନେଇ ଗଛଟିକୁ ବଞ୍ଚେଇ ବଢ଼େଇ ପାରିଛନ୍ତି ତାଙ୍କୁ ପ୍ରକୃତି ଯୋଦ୍ଧା ଭାବରେ ମାନପତ୍ର ପ୍ରଦାନ କରାଗଲା। ଶିକ୍ଷକ ଶ୍ରୀ ପ୍ରମୋଦ ନାଥଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଚନ୍ଦ୍ରଭାନୁ ବଡଗୁଛିଆ ଓ ଶ୍ରୀ ସୁରେଶ ପଟେଲ ସହଯୋଗ କରିଥିଲେ ଓ ଶ୍ରୀମତୀ ନନ୍ଦିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
- Hits: 241







