ହେଡଲାଇନସ୍:

ଦକ୍ଷତା ବିକାଶ ଏବଂ ଅଗ୍ନି ବୀର ଉପରେ ଏକଦିନିକିଆ ଆନ୍ତଃ କଲେଜ କର୍ମଶାଳା :

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଶୋକ ସାହୁ, ଶାସକ ପ୍ରଶାସକ ଆଦ୍ଯ ତା ୦୯-୦୨- ୨୦୨୪ ରିଖ ରେ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫ ରୁ ବେଟି ବଚାଓ ବେଟି ପଢାଓ ଯୋଜନା ଓ ବିଜୁ କନ୍ୟା ରତ୍ନc ଯୋଜନା ଅନ୍ତର୍ଗତ ବାଳିକା ମାନଙ୍କ ପାଇଁ ବୃତି ଗତ, ବୈଷୟିକ ଓ ଦକ୍ଷତା ଶିକ୍ଷା ର ବିକାଶ କିପରି ହେଇ ପାରିବ ଏବଂ ଯୁବ ବର୍ଗ, ଆତ୍ମ ନିର୍ଭର, ସଶକ୍ତ ଭାରତ ନିର୍ମାଣ ର ସ୍ଵପ୍ନ କୁ ସାକାର କରିବା ଦିଗ ରେ ଯୁବ ଗୋଷ୍ଠି ଏବଂ - ବାଳିକା ମାନଙ୍କର ଗୁରୁତ୍ଵ ପୂର୍ଣ ଭୂମିକା ରେ ଭାରତ ସରକାର ଙ୍କର ଦ୍ଵାରା ସେନା ରେ ଯୋଗ ଦେବା ନେଇ ଅଗ୍ନି ବୀର ଯୋଜନା ରେ ସେବା କରିବାର ସୁଯୋଗ କିପରି ପାଇବେ ସେ ବିଷୟ ରେ ଆଲୋକ ପାତ କରା ଯାଇ ଥିଲା । ଏହି କାର୍ଯ୍ୟକ୍ରମ ଟି ଜିଲ୍ଲାପାଳ ଡ଼. କମଳଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଛାତ୍ରୀ ମାନଙ୍କୁ ଏହି ଅଗ୍ନିପଥ ଯୋଜନା ରେ ସାମିଲ ହୋଇ ଦେଶ ର ପ୍ରଗତି ରେ ଦେଶ କୁ ଆଗେଇ ନେବା ସହ ବିଭିନ୍ନ ବୈଷୟିକ ଶିକ୍ଷା ରେ ଅଂଶ ଗ୍ରହଣ କରି ସାମାଜିକ କୁସଂସ୍କାର ଓ ବିଭିନ୍ନ କୁ ପ୍ରଥା ରୁ ବଶବତୀ ନ ହେଇ ଆଗକୁ ବଢିବା ପାଇଁ ପରାମର୍ଶ ଦେଇ ଥିଲେ , ତତ୍ସହ ଆମେ କାହିଁକି ବୈଷୟିକ, ଏବଂ ଦକ୍ଷତା ଭିତିକ ପାଠ୍ୟକ୍ରମ ଗ୍ରହଣ କରିବା ତା ଦ୍ୱାରା ଆମର କଣ ଉପକାର ହେବ ସେହି ବିଷୟରେ ଛାତ୍ରୀ ମାନଙ୍କୁ କହିଥିଲେ ।

ଏହି ବୈଠକ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁରେଶ ପଟନାୟକ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ବିଷୟ ରେ କହିଥିଲେ | ଶ୍ରୀ କିଶୋର ଚନ୍ଦ୍ର ମାର୍ଥା, ଏଲ ପି ଓ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ |
ଏହି କାର୍ଯ୍ୟକ୍ରମ ରେ ହାବିଲଦାର ଶ୍ରୀ ଆର କେ ରାବତ ଏବଂ ସୁବେଦାର ଶ୍ରୀ ସିବୁ. ଏମ , ୧୩ ଓଡିଶା ବ୍ୟାଟେଲିଆନ ଏନ ସି ସି ସାଧନ ବ୍ୟକ୍ତି ଭାବେ ଯୋଗ ଦେଇ ଛାତ୍ରୀ ମାନ ଙ୍କୁ ଅଗ୍ନିବୀର ଯୋଜୋନା ର ଗୁରୁତ୍ଵ ଏବଂ ସେନା ରେ ଯୋଗ ଦେଇ ଦେଶ ର ସେବା କରିବାର ସ୍ଵପ୍ନ ର ସାକାର କରିବାର ବିଭିନ୍ନ ସୁଯୋଗ ଗୁଡିକୁ ବୁଝାଇ ଥିଲେ । ଏଥିରେ ଜିଲ୍ଲା କର୍ମ ନିଯୁକ୍ତି କାର୍ଯ୍ୟ।ଳୟ ର ରିନା ନିସାଦ ଏବଂ ଚନ୍ଦ୍ରମଣି ମହାପାତ୍ର, ଅଧ୍ୟାପକ, ସରକାରୀ ପଲିଟେକନିକ, ଶ୍ରୀ ଗୋବିନ୍ଦା ରାଓ, ଅଧକ୍ଷ, ନବରଙ୍ଗପୁର ମହାବିଦ୍ୟାଳୟ, ସରକାର ଙ୍କ ବିଭିନ୍ନ ଦକ୍ଷତା ବିକାଶ ଯୋଜନା, କର୍ମ ନିଯୁକ୍ତି, ବିଭିନ୍ନ କର୍ମ ନିଯୁକ୍ତି ସଙ୍ଗଠନ ରେ କି ଭଳି ଦକ୍ଷତା ବିକାଶ କରିବା ସହ ଦକ୍ଷତା ଅନୁସା ରେ ଉପଯୁକ୍ତ ସୁଯୋଗ ମିଳି ପାରିବ, ତାହା ବିଷୟ ରେ ଛାତ୍ରୀ ମାନ ଙ୍କ ସହ ଆଲୋଚନା କରି ଥିଲେ ।
ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ମହାବିଦ୍ୟାଳୟ ଏବଂ ଜିଲ୍ଲା ର ୦୯ ଗୋଟି ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ର ପ୍ରାୟ ୩୦୦ ଜଣ ଛାତ୍ରୀ ମାନେ ଅଂଶ ଗ୍ରହଣ କରି ଥିଲେ ।ଏହି କାର୍ଯ୍ୟକ୍ରମ ର ଶେଷ ରେ ଶ୍ରୀ ଶମ୍ଭୁ(SAMBHU) ପ୍ରସାଦ ହୋତା, ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟାପକ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଦିଲ୍ଲୀପ କୁମାର ହୋତା, ଅଧ୍ୟାପକ, ଶ୍ରୀ ଅଶୋକ କୁମାର ପାତ୍ର ଏବଂ ଅନ୍ୟାନ୍ୟ କର୍ମଚାରୀ, ନବରଙ୍ଗପୁର ମହାବିଦ୍ୟାଳୟ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଶ୍ରୀ ସମରେନ୍ଦ୍ର ପରିଡା, ଶ୍ରୀ ମହେନ୍ଦ୍ର ଚାଳନ, ଶ୍ରୀ ପୂର୍ଣ ଚନ୍ଦ୍ର ରାଇ, ଶ୍ରୀ ସବିର କୋଚିମ ଓ ଅରୁଣାର ଜିଲ୍ଲା ସଂଯୋଜିକା, ଶ୍ରୀମତୀ ପ୍ରଭାସିନୀ ପଟନାୟକ ସହଯୋଗ କରି ଥିଲେ।

0
0
0
s2sdefault