ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଠାରେ କ୍ରେତା ବିକ୍ରେତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଦେବଦତ୍ତ କ୍ଲବ ଓ କୃଷି ବିଭାଗର ମିଳିତ ଆନୁକୁଲ୍ୟରେ ଫସଳ ବିବିଧ କରଣ ଯୋଜନା କାର୍ଯ୍ୟ କାରି ହେଉଥିବା ଗ୍ରାମ କେନ୍ଦୁଭଟା, ଚଙ୍ଘରିଆ, ହଲନକନାସି, ବଇଦପାଲି, ଜାମୁଟପାଲି ଓ ଗ୍ରିଣ୍ଡୋଲମାଲ ର ଚାଷୀ ଏବଂ କ୍ରେତା ମାନଙ୍କୁ ନେଇ ହୋଇଥିବା କର୍ମଶାଳା କୁ ମୁଖ୍ୟ ଜିଲ୍ଲା କୃଷୀ ଅଧିକାରୀ ଅମି଼ୟ ସାହୁ ଓ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ ଉଦ୍ଘାଟନ କରିଥିବାବେଲେ ଜିଲ୍ଲା ସଂଯୋଜକ ସୁଶିଲ କୁମାର ସେଠ ଗାଇସିଲେଟ ସହକାରୀ କୃଷୀ ଅଧିକାରୀ ମଧୁସ୍ମିତା ମିଶ୍ର, ଏ ଏଚ ଓ ପ୍ରୀୟଙ୍କା ପ୍ରିୟ ଦର୍ଶିନୀ ଦେବଦତ୍ତ କ୍ଲବ ସମ୍ପାଦକ କାହ୍ନୁ ଚରଣ ମାଝୀ, ବ୍ଲକ ସଂଯୋଜକ ଉମାକାନ୍ତ ସାହୁ, ଉପସ୍ଥିତ ଥିଲେ । ଏହି ଅବସର ରେ ବୀଣାପାଣି ସାହୁଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । କାହ୍ନୁ ଚରଣ ମାଝୀ ସଭା ପରିଚାଳନା କରିଥିବା ବେଳେ ଅଂଚଳରେ ଧାନ ବ୍ୟତୀତ ପନିପରିବା, ମକା, ତୈଳବୀଜ, ମାଣ୍ଡିଆ, ଡାଳି ଜାତୀୟ ଶସ୍ୟ ଚାଷ କରିବା ତଥା ଏହାର ବଜାର ପାଇଁ ଉପସ୍ଥିତ କ୍ରେତା ମାନଙ୍କ ସହ ଆଲୋଚନା କରାଯାଇଥିଲା । କ୍ରେତା ମାନଙ୍କ ମଧ୍ୟରେ ଜଗଦାନନ୍ଦ ପଧାନ, ରମାକାନ୍ତ ସାହୁ ଓ ମଞ୍ଜି ବିକ୍ରେତା ବିମଲ ପଧାନ, ତେଜେଶ୍ଵର ଭୋଇ, କୃଷ୍ଣ ଚନ୍ଦ୍ର ପଣ୍ଡା, କୃଷ୍ଣ ଚନ୍ଦ୍ର ସେଠ, ନିର୍ମଳ ପାତ୍ର, ମାଣ୍ଡିଆ କ୍ରେତା ସନ୍ତୋଷିନୀ ଦେଓ, ଏମ୍ ଏସ୍ ଏମ୍ ଇ ରାଜ୍ୟ ସଂଗଠନ ର ଉପ ସଭାପତି ସିଦ୍ଧେଶ୍ଵର ମିଶ୍ର ଉପସ୍ଥିତ ଥିଲେ । ଚାଷୀମାନେ ନିଜ ନିଜ ର ଉତ୍ପାଦିତ ଦ୍ରବ୍ୟ ଆଣି ଷ୍ଟଲ୍ ରେ ପ୍ରଦର୍ଶନ କରିଥିଲେ । ଶେଷରେ ରୁଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ
ରାଜ୍ୟ
କେନ୍ଦୁଭଟା ଦେବଦତ୍ତ କ୍ଲବ ଠାରେ କ୍ରେତା ବିକ୍ରେତା କର୍ମଶାଳା
- Hits: 216







