ହେଡଲାଇନସ୍:

ଗାଙ୍ଗପୁର ପଂଚାୟତର ବିଭିନ୍ନ ଗ୍ରାମରେ ଭିଭିପାଟ୍ ସଚେତନତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଗକୁ ସାଧରଣ ନିର୍ବାଚନ ଆସୁଥିବା ବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତର ବିଭିନ୍ନ ଗ୍ରାମରେ ଭୋଟରଙ୍କୁ ଭିଭିପାଟ୍ ସମ୍ପର୍କରେ ସଚେତନ କରାଯାଇଛି I ଆଜି ପଂଚାୟତର ବୋରୀ, କୁମୁଣ୍ଡି,ବିଞ୍ଝଗିରି,ଗୋପନଗର ଆଦି ଗ୍ରାମରେ ଭୋଟରଙ୍କୁ ଭିଭିପାଟ୍ ର ବ୍ୟବହାର ଏବଂ ଭୋଟ୍ ଦାନ ସମ୍ପର୍କରେ ସଚେତନ କରାଯାଇଥିଲା I ବିଶେଷ କରି ଗ୍ରାମର ବରିଷ୍ଠ ନାଗରିକ ଏବଂ ନୂତନ ଭୋଟରଙ୍କୁ ଭିଭିପାଟ୍ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଥିଲା I ଏହି ସଚେତନତା କାର୍ଯ୍ୟକ୍ରମରେ ସେକ୍ଟର୍ ଅଧିକାରୀ ମୋହନ ସେଠୀ, ବିଲ୍ଓ ସୁପରଭାଇଜର୍ ବାଳକୃଷ୍ଣ ସାବତ, ଭିଭିପାଟ୍ ପ୍ରଦର୍ଶକ ମନୋଜ କୁମାର ପଟ୍ଟନାୟକ,ତହସିଲ୍ କର୍ମଚାରୀ ଏବଂ ପୋଲିସ୍ କର୍ମଚାରୀ ଉପସ୍ଥିତ ଥିଲେ I

0
0
0
s2sdefault