ହେଡଲାଇନସ୍:

ଜାତୀୟ କୃମି ନାଶକ ଦିବସ ସମ୍ପର୍କରେ ବେଲଗୁଣ୍ଠାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିମ୍ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଜାତୀୟ କୃମି ନାଶକ ଦିବସ ସମ୍ପର୍କରେ ବେଲଗୁଣ୍ଠା ବ୍ଳକ୍ ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I ବ୍ଳକ୍ ଗୋବରା ସ୍ଥିତ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଗାଙ୍ଗପୁର, କ୍ଷତ୍ରିୟବରପୁର, ଏନ୍.ପି ଶାସନ, ଗୋବରା, ନେଟେଙ୍ଗା ଏବଂ ବଡ଼ପଡ଼ା କ୍ଲଷ୍ଟର୍ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥିବା ବେଳେ ବେଲଗୁଣ୍ଠା ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ତାଲିମ୍ ଶିବିରରେ ଉଢୁରା,ଆମ୍ବପୁଆ,ମଙ୍ଗଳପୂର,ତନରଡା,ପାଟୁଳିସାହି କ୍ଳଷ୍ଟର୍ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା I ଉଭୟ କାର୍ଯ୍ୟକ୍ରମରେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ବାଲୁଙ୍କେଶ୍ୱର ଷଡଙ୍ଗୀ ଯୋଗ ଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ କୃମିର ପ୍ରକାର ଭେଦ,ଏହାର ମନୁଷ୍ୟ ଶରୀରରେ ପ୍ରବେଶ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିବା ସହିତ ଆସନ୍ତା ଦଶ ତାରିଖକୁ ଜାତୀୟ କୃମି ନାଶକ ଦିବସ ରୂପେ ପାଳନ କରିବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସଠିକ୍ ପ୍ରକ୍ରିୟାରେ କୃମି ନାଶକ ଔଷଧ ଖୁଆଇବା ପାଇଁ ପରାମର୍ଶ ଦେଇଥିଲେ I ବିପିଏମ୍ ଦୂର୍ଗା ପ୍ରସାଦ ପଟ୍ଟନାୟକ ଏବଂ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଣି ମାନସୀ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଗୋବରା ତାଲିମ୍ ଶିବିରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ ଏବଂ ସିଆରସିସି ସୁଧୀର କୁମାର ଦାସ ଉପସ୍ଥିତ ଥିଲେ I ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଶିଶିର ପ୍ରଧାନ ଏବଂ ବିଦ୍ୟାଧର ନାଇକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

0
0
0
s2sdefault