ହେଡଲାଇନସ୍:

ଦିନିକିଆ ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ଵାରା ନୟାଗଡ଼ ଜିଲ୍ଲାରେ ଆଭାସୀ ମାଧ୍ୟମରେ ସୂଚନା ଅଧିକାର ଆଇନ ଅଧ୍ଵନିୟମ-୨୦୦୫,୪(୧)(ଖ)ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁଙ୍କ ପୌରହିତ୍ୟରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରୋଜିନା ଦାସ, ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଯୋଗ ଦେଇଥିଲେ । ଏହି କର୍ମଶାଳାରେ ସୂଚନା ଅଧିକାର ଆଇନ ଅଧ୍ୱନିୟମ, ୨୦୦୫ର ଧାରା ୪(୧)(ଖ) ଅଧ୍ଵନରେ ଲିପିବଦ୍ଧ ସ୍ଵତଃ ପ୍ରକଟିକରଣ ( ପ୍ରୋ ଆକ୍ଟିଭ୍ ଡିସଜର) ବାଧ୍ୟତାମୂଳକ ପ୍ରାବଧାନ ସଂଲଗ୍ନ ନିୟମାବଳୀ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ୧୦୦ରୁ ଉର୍ଦ୍ଧ୍ବ ଜନ ସୂଚନା ଅଧିକାରୀ ଓ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଯୋଗଦାନ କରିଥିଲେ ।ପରିଶେଷରେ ଉପସ୍ଥିତ ସମସ୍ତ ସଭ୍ୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault