ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ରେ ଜାତୀୟ ଶିକ୍ଷା ନୀତି- ୨୦୨୦ ଉପରେ ଏକ ଜାତୀୟ ଆଲୋଚନା ଚକ୍ର ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଉଦ୍ଘାଟିତ ହୋଇଅଛି। ଅଧ୍ୟକ୍ଷ ଶ୍ରୀ ପଣ୍ଡା ଅତିଥି ମାନଙ୍କୁ ଆଲୋଚନା ଚକ୍ର ରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଉଦଘାଟନୀ ଉତ୍ସବ ରେ ସମ୍ବଲପୁର ବିଶ୍ବବିଦ୍ୟାୟର କୁଳପତି ପ୍ରଫେସର ଵିଧୁ ଭୂଷଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ଶିକ୍ଷା ନୀତି ର କେତେକ ମୁଖ୍ୟ ବିଷୟବସ୍ତୁ ଗୁଡ଼ିକୁ ନେଇ ଅନ୍ୟାନ୍ୟ ଦେଶଗୁଡ଼ିକ ସହ ସଂଯୋଗ କରି ଏହାର ପ୍ରୟୋଗାତ୍ମକ ସମସ୍ୟା ଗୁଡ଼ିକ ଉପରେ ନିଜର ମନ୍ତବ୍ୟ ଦେଇଥିଲେ। ଏହି କାର୍ଯକ୍ରମ ରେ ସମ୍ମାନିତ ଅତିଥି ଭାବରେ ଇଗ୍ନୌ ର ପ୍ରଫେସର ସନ୍ତୋଷ ପଣ୍ଡା ଅନଲାଇନ ମାଧ୍ୟମରେ ଯୋଗ ଦେଇଥିଲେ। ମହାରାଜା ଶୟଜିରାଓ ବିଶ୍ଵବିଦ୍ୟାଳୟ ବରୋଦା ର ପ୍ରଫେସର ସୁଦର୍ଶନ ଚକ୍ର ପାଣିଗ୍ରାହୀ ମଧ୍ୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଶିକ୍ଷଣରେ ଫଳାଫଳ ଉପରେ ଗୁରୁତ୍ବ ଦେଇ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଉପରେ ଆଲୋକପାତ କରିଥିଲେ। NCERT ର ଅବସରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ହୃଷୀକେଶ ସେନାପତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଫଳାଫଳ ଉପରେ ଆଧାରିତ ଶିକ୍ଷା ଉପରେ ପ୍ରାଧାନ୍ୟ ଦେଇ ଏହାକୁ ଜାତୀୟ ଶିକ୍ଷା ନୀତି-୨୦୨୦ ସହ ସଂଯୋଗ କରି ଶିକ୍ଷା ର ଗୁଣବତ୍ତା କୁ ବଜାୟ ରଖିବା ପାଇଁ ଏହାକୁ ଏକ ଉତ୍ତମ ମାଧ୍ୟମ ବୋଲି ମନ୍ତବ୍ୟ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ମହାବିଦ୍ୟାଳୟ ର ଶିକ୍ଷା ବିଭାଗର ମୁଖ୍ୟ ଡ଼ଃ ତୁଷାରକାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ଼ଃ ଭେଙ୍କଟେଶ୍ୱର ମେହେର ଆଲୋଚନା ଚକ୍ର ର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରେ ଦେଶର ବିଭିନ୍ନ ରାଜ୍ୟ ରୁ ଗବେଷକ, ଶିକ୍ଷକ, ଅଧ୍ୟାପକ, ଅଧ୍ୟାପିକା ଏବଂ ଶିକ୍ଷାବିତ୍ ବୃନ୍ଦ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ ପ୍ରଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।
ରାଜ୍ୟ
ଅଞ୍ଚଳ ମହାବିଦ୍ୟାଳୟ ରେ ଜାତୀୟ ଆଲୋଚନା ଚକ୍ର ର ଉଦଘାଟନି ଉତ୍ସବ ଅନୁଷ୍ଠିତ l
- Hits: 170







