ରାଉରକେଲା,(ବସନ୍ତ କୁମାର ଜେନା): ଗୋରଖପୁର – ହଟିଆ ୧୫୦୨୭ ଓ ୧୫୦୨୮ ମୌର୍ଯ୍ୟ ଏକ୍ସପ୍ରେସକୁ ରାଉରକେଲା ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଦୀର୍ଘ ଦିନରୁ ହୋଇଆସୁଥିବା ଦାବୀକୁ ବିଚାରକୁ ନେଇ ରେଳ ବିଭାଗ, ରାଉରକେଲା ଦେଇ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଥିବାରୁ ଉତ୍ତର ଭାରତୀୟ ସମନ୍ବୟ ସମିତି, ଛେଣ୍ଡ ପକ୍ଷରୁ ଆଜି ଏକ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଜୁଏଲ ଓରାମଙ୍କୁ ଧନ୍ୟବାଦ ଧନ୍ୟବାଦ ଅର୍ପଣ କରାଯାଇଛି। ମୌର୍ଯ୍ଯ ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇ ଥିବାରୁ ରାଉରକେଲା, ରାଜଗାଙ୍ଗପୁର ଏବଂ ଝାରସୁଗୁଡ଼ାର ବାସିନ୍ଦାମାନେ ଏହା ଦ୍ବାରା ଉପକୃତ ହୋଇପାରିବେ ବୋଲି ସଂଗଠନ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ଦୀର୍ଘଦିନ ଧରି ମୌର୍ଯ୍ୟ ଏକ୍ସପ୍ରେସକୁ ରାଉରକେଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବୀ ହୋଇଆସୁଥିଲା। ଆଗାମୀ ଦିନରେ ସଂଗଠନ ପକ୍ଷରୁ ରାଉରକେଲା ରେଳ ଡିଭିଜନ, ବିମଳାଗଡ ତାଳଚେର ରେଳ ଲାଇନ, ଦୂରନ୍ତ ଏକ୍ସପ୍ରେସର ଉରକେଲାରେ ରହଣି, ରାଉରକେଲାରୁ ବାଲେଶ୍ବର ସହିତ ରେଳ ସଂଯୋଗ, ପୁରୀରୁ ରାଉରକେଲା ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ରେଳ ଚଳାଚଳ ଇତ୍ଯାଦି ପାଇଁ ଦାବୀ ରହିବ ବୋଲି, ଉତ୍ତର ଭାରତୀୟ ସମନ୍ଵୟ ସମିତି ପକ୍ଷରୁ ପ୍ରକାଶ କରାଯାଇଛି। ସଂଗଠନ ପକ୍ଷରୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ରାଜ୍ଯ ସରକାରଙ୍କ ଶ୍ରମ ଓ ଇଏସ୍ଆଇ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ବିଧାୟକ ସୁବ୍ରତ ତରାଇ, ବିଧାୟକ ଶଙ୍କର ଓରାମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ବିଧାୟକ କୁସୁମ ଟେଟେଙ୍କ ସମେତ ଭବାନୀ ଶଙ୍କର ଭୋଇ, ସଞ୍ଜୟ ସେଠ୍, ସାହାନାବାଜ ହୁସେନ, ମନୋଜ ତିୱାରୀ, ଡକ୍ଟର ଶୁଭଙ୍କର ମହାପାତ୍ର, ଭି. କେ. ପାଣ୍ଡିଆନ୍, ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ଓଡିଶା ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖଙ୍କୁ ସାକ୍ଷାତ କରି ଦାବୀ ଉପସ୍ଥାପନ କରିଥିଲେ ବୋଲି ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି। ସ୍ବପ୍ନ ଆଜି ସାର୍ଥକ ହୋଇଥିବାରୁ ସମସ୍ତଙ୍କୁ ଧନ୍ଯବାଦ ଦେବା ସହିତ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଶେଷ ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ସମ୍ବାଦିକ ସମ୍ମିଳନୀରେ ଉତର ଭାରତୀୟ ସମବାୟ ସମିତିର ବେଦ ପ୍ରକାଶ ତିୱାରୀ,ଶିବ ସାଗର ରଣା,ମୁନିନ୍ଦର ସିଂହ,ହରିଶଙ୍କର ସାହା,ଅଶୋକ ପାଠକ,ଓପି.ସିଂହ,ଏସ୍.ଏସ୍ ଶର୍ମା ଉପସ୍ଥିତ ଥିଲେ ।
ରାଜ୍ୟ
ମୌର୍ଯ୍ୟ ଏକ୍ସପ୍ରେସର ସଂପ୍ରସାରଣ ପାଇଁ ଉତ୍ତର ଭାରତୀୟ ସମନ୍ବୟ ସମିତି ପକ୍ଷରୁ ଧନ୍ୟବାଦ ଅର୍ପଣ
- Hits: 320







