"ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଭଞ୍ଜନଗର" ତରଫରୁ ପ୍ରେସ୍ ବିଜ୍ଞପ୍ତି।
ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଆଜି ଅର୍ଥାତ୍ ଫେବୃଆରୀ ମାସ ୯ ତାରିଖ ବୁଧବାର ୨୦୨୪ ସଂଧ୍ୟା ୫ ଘଣ୍ଟିକା ସମୟରେ " ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ" ଓଡ଼ିଶା ପ୍ରଦେଶ ର ଆହ୍ୱାନ କ୍ରମେ ଘୁମୁସରଜିଲ୍ଲା ଭଞ୍ଜନଗର ତରଫରୁ ଏକ ପ୍ରେସ କାର୍ଯ୍ୟକ୍ରମ ଲୋହରାଖଣ୍ଡି ନଦୀ ନିକଟସ୍ଥ ରଘୁନାଥ ମନ୍ଦିର କଲ୍ୟାଣୀ ମଣ୍ଡପ ଠାରେ ଆୟୋଜିତ ହୋଇଥିଲା।
ଆଜିର ଏହି ପ୍ରେସ୍ ଇସ୍ତାହାରରେ ଘୁମୁସରଜିଲ୍ଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ର ସଂଯୋଜକ ତଥା ବିଶ୍ଵହିନ୍ଦୁ ପରିଷଦ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ମୁରଲୀଧର ପଣ୍ଡା ଦୀପ ପ୍ରଜ୍ଜ୍ୱଳନ କରି ସମ୍ମିଳନୀ କୁ ଶୁଭାରମ୍ଭ କରିଥଲେ। ଆଜିର ଦିନରେ ସମଗ୍ର ଓଡ଼ିଶା ପ୍ରଦେଶ ରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ମଞ୍ଚ ତରଫରୁ କୋଟି ଓଡିଆଙ୍କ ଆସ୍ତା ବିଶ୍ଵାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ତଥା ଏ ଜାତିର ପରିଚୟ ଶ୍ରୀ ଜଗନ୍ନାଥ ମନ୍ଦିର ସଂସ୍କୃତି, ସୌନ୍ଦର୍ଯ୍ୟ ଓ ପରମ୍ପରାର ସୁରକ୍ଷା ପାଇଁ ଅଭିଯାନ ଆରମ୍ଭ ହୋଇଛି । କୋଟି ଓଡିଆଙ୍କ ଭାବର ଠାକୁର ହେଉଛନ୍ତି ଶ୍ରୀଜଗନ୍ନାଥ କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ର କ୍ଷମତାସୀନ ସରକାରରେ ଶ୍ରୀମନ୍ଦିରର ବିଭିନ୍ନ ପ୍ରକାରର ବିଶୃଙ୍ଖଳା ତଥା ଅଣ ପାରମ୍ପରିକ ଭାବରେ ବିଭିନ୍ନ ନୀତି କାନ୍ତି ଠାରୁ ଆରମ୍ଭ କରି ଦର୍ଶନ ପର୍ଯ୍ୟନ୍ତ ସବୁଥିରେ ଅବ୍ୟବସ୍ଥା କରାଯାଉଛି, ତାହା ଅତ୍ୟନ୍ତ ବ୍ୟଥା ଓ ବେଦନା ର ବିଷୟ ବୋଲି ଉକ୍ତ ସମିତି ପ୍ରକାଶ କରିଛନ୍ତି। ଆହୁରି ମଧ୍ଯ ସମିତି ପ୍ରକାଶ କରିଛନ୍ତି ଯେ, ଶ୍ରୀଜଗନ୍ନାଥ ସଂସ୍କୃତି ସଂଲଗ୍ନ ମଠ ଗୁଡିକୁ ଧୂଳିସାତ ତଥା ସୌନ୍ଦର୍ଯ୍ୟ କରଣ ନାମରେ ପୁରାତନ ଐତିହ୍ୟ କୀର୍ତ୍ତି ରାଜିକୁ ଭୁଲୁଣ୍ଠିତ କରାଯାଇଛି ଏବଂ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କୁ ଶୃଙ୍ଖଳିତ କରିବାକୁ ଯାଇ ତିନି ଦ୍ଵାର ବନ୍ଦ୍ କରି ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଦଣ୍ଡାୟମାନ କରାଯାଉଛି ଓ ତିନି ଦ୍ଵାର ପ୍ରବେଶ ର ଧାର୍ମିକ ଭାବନାକୁ କୁଠାରାଘାତ କରାଯାଉଛି।
ଆଜିର ଏହି ପ୍ରେସ୍ ବିଜ୍ଞପ୍ତି କାର୍ଯ୍ୟକ୍ରମ ରେ ବିଶ୍ଵହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଶ୍ରୀ ସୁଧିର ନାୟକ, ସଂପାଦକ ଶ୍ରୀ ବଟକୃଷ୍ଣ ପଣ୍ଡା ଏବଂ ବଜରଙ୍ଗ ଦଳର ଭଞ୍ଜନଗର ପ୍ରଖଣ୍ଡ ସଂଯୋଜକ ଶ୍ରୀ ଶିବାନନ୍ଦ ମହାପାତ୍ର, ଜିଲ୍ଲା ସହ ସମ୍ପାଦକ ଶ୍ରୀ ଅଜୟ ମହାପାତ୍ର, ସଦସ୍ୟ ଶ୍ରୀ ଗୁପ୍ତେଶ୍ୱର ସୁବୁଦ୍ଧି ଙ୍କ ସହିତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।
* ଅପ ମିଶ୍ରିତ ଚାଉଳରେ ମହାପ୍ରସାଦ ପ୍ରସ୍ତୁତି ପଛରେ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
* ଖୁବ୍ ଶିଘ୍ର ଶ୍ରୀମନ୍ଦିର ଚାରିଦ୍ଵାର ଖୋଲାଯାଇ ଦର୍ଶନ ବ୍ୟବସ୍ଥା କୁ ସହଜ ଓ ଶୃଙ୍ଖଳିତ କରାଯାଉ।
* ପୂଜ୍ୟ ଶଙ୍କରାଚାର୍ଯ୍ୟ ଏବଂ ଅନ୍ୟ ଅଧିକୃତ ଧର୍ମାଚାର୍ଯ୍ୟ ମାନଙ୍କ ପରାମର୍ଶ କ୍ରମେ ନିତିକାନ୍ତିର ପରିଚାଳନା କରାଯାଉ
* ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଇ ଉଭୟ ରତ୍ନଭଣ୍ଡାରର ସ୍ଥିତି କୁ ସାର୍ବଜନୀନ କରାଯାଉ ବୋଲି ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଭଞ୍ଜନଗର ତରଫରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି।







