ହେଡଲାଇନସ୍:

ଆଦିତ୍ୟ ଆଲୁମିନିୟମ ଲପଙ୍ଗା ପ୍ରୋଜେକ୍ଟ ‘ସୁପୋଷଣ’ ଜରିଆରେ ଜୀବନଗୁଡିକର ପରିପୋଷଣ କରୁଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଓଡ଼ିଶାରେ ଅପପୁଷ୍ଟି ଏକ ଗୁରୁତର ଜନସ୍ୱାସ୍ଥ୍ୟ ଚାଲେଞ୍ଜ ହୋଇ ରହିଛି । ରାଜ୍ୟର ଜଟିଳ ପୁଷ୍ଟିଗତ ଦୃଶ୍ୟପଟ୍ଟରେ ନିମ୍ନ ପୁଷ୍ଟିସାଧନ, ଅଣୁପୋଷକ ଅଭାବ ଏବଂ ମାତ୍ରାଧିକ ପରିପୋଷଣ ସମେତ ବିଭିନ୍ନ ପ୍ରକାର ଅପପୁଷ୍ଟି ଆଦି ରହିଛି ।
ସିଏଫ୍‍ଏନଏସ୍‍ (କୋଆଲିସନ୍‍ ଫର ଫୁଡ ଆଣ୍ଡ ନୁ୍ୟଟ୍ରିସନ ସିକୁ୍ୟରିଟି) ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୫ ବର୍ଷରୁ କମ୍‍ ବୟସର ପିଲାଙ୍କ କ୍ଷେତ୍ରରେ ଅବରୁଦ୍ଧ ଏବଂ ଖାଦ୍ୟ ନଷ୍ଟ ସ୍ଥିତି ଯଥାକ୍ରମେ ୩୧.୦% ଓ ୧୮.୧% ରହିଛି । ୮ ପ୍ରତିଶତ ପିଲା ଗୁରୁତର ଭାବରେ ଅପପୁଷ୍ଟି (ଏସ୍‍ଏଏମ୍‍)ର ଶିକାର ହେଉଥିବାବେଳେ ୩୦% ଗ୍ରେଡ ୧-୪ ଅପପୁଷ୍ଟିର ଶିକାର ବର୍ଗରେ ଆସୁଛନ୍ତି ।
ଅପପୁଷ୍ଟି ଜନିତ ମୃତ୍ୟୁ ବିଭୀଷିକା ଖଣିଜ-ସମୃଦ୍ଧ ସମ୍ବଲପୁର ଜିଲାରେ ଅବିଚାରିତ ଭାବରେ ଲାଗି ରହିଛି । ସେଠାରେ ଜନସାଧାରଣ ଅଧା-ଭୋକିଲା ଏବଂ ଲୁକ୍କାୟିତ କ୍ଷୁଧା ମଧ୍ୟରେ କାଳାତିପାତ କରୁଛନ୍ତି ଯେଉଁଠି ସେମାନେ ନିଜର ଅଧିକାର, ସୁଯୋଗ ହାସଲର ସାଧନ ଏବଂ ସରକାରଙ୍କ ନିକଟରୁ ବିଭିନ୍ନ ସୁବିଧା ଓ ସେବା ନିମନ୍ତେ ଦାବି କରିବା ସମ୍ପର୍କରେ ଖୁବ୍‍ କମ ଜାଣନ୍ତି ।
ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବାକୁ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଜିଲ୍ଲାର ରେଙ୍ଗାଳି ବ୍ଲକ ଜନସାଧାରଣଙ୍କ ସହିତ ସକ୍ରିୟ ଭାବରେ ନିୟୋଜିତ ରହିଛି ଏବଂ ସରକାରଙ୍କ ସହିତ ଘନିଷ୍ଠ ଭାବରେ ମିଶି କାର୍ଯ୍ୟ କରୁଛି । ପୋଷଣ ବଗିଚା ପ୍ରୟାସ ସହିତ ଆଦିତ୍ୟ ଆଲୁମିନିୟମ ୨୦୧୯ରେ ସୁପୋଷଣ ପ୍ରକଳ୍ପ ଆରମ୍ଭ କରିଥିଲା । ସେମାନେ ରାଜ୍ୟ ସରକାରଙ୍କ ‘ସୁପୋଷଣ’ ପ୍ରକଳ୍ପରେ ଶପଥକାରୀ ସହଭାଗୀ ଭାବରେ ଯୋଗ ଦେଇଥିଲେ ।
ସମୀର ନାୟକ, ୟୁନିଟ ହେଡ୍‍, ଆଦିତ୍ୟ ଆଲୁମିନିୟମ କହିଛନ୍ତି, “ରେଙ୍ଗାଳି ବ୍ଲକର ୬ଟି ଗ୍ରାମପଞ୍ଚାୟତର ଅଧିବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର ଖାଦ୍ୟ ପସନ୍ଦ କରିବା ଏବଂ ସେଗୁଡିକର ସକରାତ୍ମକ ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଆମର ସାମଗ୍ରିକ ଲକ୍ଷ୍ୟ ହୋଇଛି । ଏ ଦିଗରେ ପରିବାରଗୁଡିକର, ବିଶେଷକରି ବହୁବିଧ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ସୁଯୋଗ ସୀମିତ ଥିବା ଅଞ୍ଚଳରେ ପରିବାରଗୁଡିକର ଖାଦ୍ୟଗତ ଆବଶ୍ୟକତା ସହିତ ପରିପୂରକ କରିବା ନିମନ୍ତେ ଆମର ପୋଷଣ ବଗିଚା ପ୍ରୟାସକୁ ଡିଜାଇନ କରାଯାଇଛି । ସୁପୋଷଣ ଅଭିଯାନ ଜରିଆରେ ଆଜି ପର୍ଯ୍ୟନ୍ତ ଆମେ ଆମର ନାଏକପଡା ଏବଂ ନାରୁପଡା ଆଦର୍ଶ ଗ୍ରାମରେ ୧୫୦୦ରୁ ଅଧିକ ଲୋକଙ୍କ ଉପରେ ପ୍ରତ୍ୟକ୍ଷ ଭାବରେ ସକାରାତ୍ମକ ପ୍ରଭାବ ପକାଇବାରେ ସମର୍ଥ ହୋଇଛୁ ।”
ଏ ସମ୍ପର୍କରେ ଅଧିକ ବ୍ୟାଖ୍ୟା କରି ସମୀର ନାୟକ କହିଥିଲେ, “ଆମେ ସମସ୍ତ ବୟସ ବର୍ଗରେ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’, କିଶୋରୀ ବାଳିକା ଏବଂ ପିଲାଙ୍କ ନିକଟରେ ପହଞ୍ଚୁଛୁ । ଆମେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ପୋଷଣ କିଟ୍‍ ଆବଣ୍ଟନ କରିଛୁ, ପୋଷଣ ମିଶନ ଅଧୀନରେ ସରକାରଙ୍କ ପ୍ରୟାସର ଅଂଶସ୍ୱରୂପ ମୋ ବଗିଚା ଅଭିଯାନ ଅଧୀନରେ ଓଏଲ୍‍ଏମ (ଓଡ଼ିଶା ଲାଇଭଲିହୁଡ୍‍ ମିଶନ)ରୁ ପୋଷଣ ବଗିଚା ସମର୍ଥନ ଲାଭ କରିଛୁ ଏବଂ ଘର ପଛପଟେ ଫଳ ବଗିଚା ବିକାଶ ନିମନ୍ତେ ଫଳ ଚାରା ବଣ୍ଟନ କରିଛୁ ।”
ଏଥିସହିତ ଆଦିତ୍ୟ ଆଲୁମିନିୟମ ଶିଶୁ ରୋଗ ଚିକିତ୍ସକଙ୍କ ସୁପାରିଶ ମୁତାବକ ପିଲାଙ୍କ ପାଇଁ ମଲ୍‍ଟିଭିଟାମିନ୍‍ ଯୋଗାଇ ଦେଉଛି । ହର୍ଲିକ୍ସ, ଗୁଡ ଏବଂ ସୋୟା ବଡି ଥିବା ପୋଷଣକିଟ୍‍ ଯୋଗାଇ ଦିଆଯାଉଛି । କମ୍ପାନୀ ମା’ମାନଙ୍‍କ ନିକଟରେ ପହଞ୍ଚି ସରଳ ଉପାଦାନକୁ ନେଇ କିଭଳି ପୁଷ୍ଟିକର ଭୋଜନ ପ୍ରସ୍ତୁତ କରାଯାଇପାରିବ ଏବଂ ତାହା ଘରେ ପରଷାଯାଇପାରିବ ସେ ସମ୍ପର୍କରେ ବୁଝାଯାଉଛି । ପ୍ରତ୍ୟେକ ପରିବାରକୁ ସେମାନଙ୍କ ନିମନ୍ତେ ପ୍ରକ୍ରିୟା ସହଜ କରିବାକୁ ରନ୍ଧା ଖାଦ୍ୟଗୁଡିକର ଏକ ସାରଣୀ ପ୍ରଦାନ କରାଯାଉଛି ।
ଲୀଳାବତୀ ନାଗ, ଶିଶୁ ବିକାଶ କାର୍ଯ୍ୟକ୍ରମ ଅଧିକାରୀ, ରେଙ୍ଗାଳି ଆଦିତ୍ୟ ଆଲୁମିନିୟମର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି । ତାଙ୍କ ମତରେ “କମ୍ପାନୀ ଏ ଦିଗରେ ସରକାରଙ୍କ ପ୍ରୟାସକୁ ଅଧିକ ପରିପୁଷ୍ଟ କରୁଛି । ଏହି ବିଷୟରେ ଜନସାଧାରଣଙ୍କ ମଧ୍ୟରେ ଅତ୍ୟନ୍ତ ନିମ୍ନ ସଚେତନତା କାରଣରୁ ଅପପୁଷ୍ଟି ଏବଂ ରକ୍ତହୀନତା ଭଳି ସମସ୍ୟା ରହିଛି । ପରିବାରର କଲ୍ୟାଣ ଦାୟିତ୍ୱ ନିଭାଉଥିବା ମହିଳାମାନେ ହୁଏତ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଛନ୍ତି ଅଥବା ସେମାନଙ୍କ ଶରୀରରେ ରକ୍ତହୀନତା ସ୍ଥିତିରେ ଉନ୍ନତି ଆଣିବା ଏବଂ ଅପପୁଷ୍ଟି ବିରୁଦ୍ଧରେ ଲଢେଇ କରିବା ନିମନ୍ତେ କିଭଳି ପଦକ୍ଷେପ ଗ୍ରହଣ କରାଯିବା କଥା, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞ ଅଛନ୍ତି ।”
ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ଯେ ଓଡ଼ିଶାରେ ଆଦିତ୍ୟ ବିର୍ଲା ଗ୍ରୁପ ୧୨୮ଟି ଗ୍ରାମରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ୨ ଲକ୍ଷରୁ ଅଧିକ ଜୀବନକୁ ସ୍ପର୍ଶ କରୁଛି । ଆଦିତ୍ୟ ବିର୍ଲା ସେଣ୍ଟର ଫର କମୁ୍ୟନିଟି ଇନିସିଏଟିଭ୍‍ଓ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଅଧୀନରେ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଗ୍ରୁପ୍‍ର ସିଏସ୍‍ଆର କାର୍ଯ୍ୟକ୍ରମ ପରିଚାଳିତ ହେଉଛି । ଗ୍ରୁପ୍‍ର ଦୂରଦୃଷ୍ଟି ହେଉଛି ଏହା ନିଜର ବ୍ୟବସାୟ ପରିଚାଳନା କରୁଥିବା ସମୁଦାୟର ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ସକ୍ରିୟ ଭାବରେ ଅବଦାନ ରଖିବା । ସେଭଳି କରିବା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉନ୍ନତ, ଦୀର୍ଘସ୍ଥାୟୀ ଜୀବନଧାରଣ ପନ୍ଥା ନିର୍ମାଣ କରାଯାଇପାରିବ ଏବଂ ରାଷ୍ଟ୍ରର ମାନବ ସମ୍ବଳ ବିକାଶ ସୂଚକ ଉପର ସ୍ଥାନକୁ ଉଠାଇହେବ । ଗ୍ରୁପ୍‍ର ସିଏସ୍‍ଆର ଲକ୍ଷ୍ୟ ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବା ନିମନ୍ତେ ୟୁଏନ୍‍ଏସଡିଜି ଲକ୍ଷ୍ୟ ସମୂହ ମୁତାବକ ହୋଇଛି ।

 

0
0
0
s2sdefault