ହେଡଲାଇନସ୍:

ବାହ୍ୟ ଜଗତରୁ ବିଛିନ୍ନ ଫିରୋଜାବାଦ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କୋରାଇ/ଚକ୍ରଧରଦାସ: ଫିରୋଜାବାଦ ଗ୍ରାମର ୧୭ ପରିବାର ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ବାହ୍ୟ ଜଗତରୁ ବିଛିନ୍ନ l ଗ୍ରାମ କୁ ସୁଗମ ରାସ୍ତା ନ ଥିବାରୁ ରାତ୍ର କାଳୀନ ଆପାତ ପରିସ୍ଥିତି ପାଇଁ ସବୁବେଳେ ରହୁଛି ଭୟ l ଯାଜପୁର ଜିଲ୍ଲା କୋରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଣ୍ଡରା ଗ୍ରାମପଞ୍ଚାୟତ ଖରସ୍ରୋତା ନଦୀ କୂଳରେ ଅବସ୍ଥିତ ଏହି ଗାଁ l ସାଧାରଣତଃ ସମସ୍ତେ ଚାଷ ବାସ ଉପରେ ନିର୍ଭର କରନ୍ତି l ପଟୁ ମାଟି ର ଉର୍ବର ମୂର୍ତ୍ତିକା ଚାଷ ଜମିକୁ ଜଳର ସୁବନ୍ଦୋବସ୍ତ ରହିଥିବାରୁ ନିଜର ଭିଟା ମାଟି କୁ ଲୋକେ ଭୁଲି ପାରୁନାହାନ୍ତି l ନଦୀ ବଢ଼ି ହେଉ କି ବନ୍ୟା ବାତ୍ୟା ଏହି ସ୍ଥାନରେ ପଡ଼ିରହିଥାନ୍ତି l ପିଢ଼ି ପରେ ପିଢ଼ି ବିତିଯାଇଥିଲେ ହେଁ ଭଲ ରାସ୍ତା ଖଣ୍ଡେ ଦେଖି ନାହାଁନ୍ତି l ପାରିବା ଗଣ୍ଡାକ ତୋଳିଲେ ଚକ ଗଡେ ହାଟ ବଜାର କୁ ସେଥିରୁ ଯାହା ମିଳେ ଚଳେ ତେଲ ଲୁଣ ର ସଂସାର l ଜରୁରୀ କାଳୀନ ପରିସ୍ଥିତି ୧୦୮ ଆମ୍ବୁଲାନ୍ସ ଟେ ଆସିଲେ ଗ୍ରାମ ର ୨ କିମି ଦୂର ରେ ରୁହେ l ତାପରେ ଖଟିଆ ରେ ବୁହା ହୁଏ ରୋଗୀ l ଯଦି ଗାଁ ରେ କେହି ମହିଳା ଗର୍ଭବତୀ ହୁଅନ୍ତି ତେବେ ତାଙ୍କୁ ତାଙ୍କ ବାପ ଘର କି ଯାଜପୁର ରୋଡ ରେ ଥିବା କହି ବନ୍ଧୁ ପରିଜନ ଙ୍କ ପାଖରେ ରଖନ୍ତି l ପିଲାମାନେ ବନ୍ଧୁ ବାନ୍ଧବ ଘରେ ରହି ପାଠ ପଢନ୍ତି l ନଚେତ୍ ପାଠ ପଢା ଛାଡ଼ି ବିଲ ବାଡି ରେ ଲାଗନ୍ତି l ଆଉ କେତକ ଯୁବକ ଏବେ ରାସ୍ତା ନ ଥିବାରୁ ଚାଷ ଛାଡ଼ି ବାହାର ରାଜ୍ୟ ମୁହାଁ ହେଲେଣି l ଯେଉଁ ମାନେ ବି ଚାଷ କରୁଛନ୍ତି ରାସ୍ତା ରେ ଗାଡି ନେ଼ଇ ଯିବା ସେତେଟା ସମ୍ଭବ ପର ହୋଇ ପାରୁନାହିଁ l ବର୍ଷା ହେଲେ ପାଣି ଏଣ୍ଠୁଏ ପାଣି କାଦୁଅ ରେ ବୁଡି ରହେ ଗାଁ l ହାଟ ବଜାର କୁ ଆଉ ପାରିବା ଗଣ୍ଡା କ ନ ଯାଇ ପାରି ତାରାପୁର ହାଟ କି ସଂଖଚିଲା ହାଟରେ ବେପାରୀ ଙ୍କୁ ଅଳ୍ପ ଦର ରେ ବିକିଦେଇ ଆସନ୍ତି l ସଞ୍ଜ ନଇଁଲେ ଗାଁ ରେ ପଡେ ତାଟି କବାଟ l ନିର୍ଜନ ଅନ୍ଧକାର ସାଙ୍ଗକୁ ଯିବ ଜନ୍ତୁ ଙ୍କ ଭୟ l ଗ୍ରାମ ରେ ରହିଛି ଗୋଟିଏ ନଳକୂପ ସେଥିରେ ନିର୍ଭରଶିଳ ୧୭ ପରିବାର l ଶୁଦ୍ଧ ଜଳ ଗ୍ରାମ ପାଇଁ ସ୍ବପ୍ନ l କାରଣ ଗ୍ରାମ କୁ ଲାଗି ଦୀର୍ଘ ୨କିମି ରହିଛି ପଡୋଶୀ ଗ୍ରାମ ରାଉତରାୟ ପୁର ଓ ତଣ୍ଡରା ଲୋକ ଙ୍କ ଚାଷ ଜମି l ଗ୍ରାମକୁ ରାସ୍ତା ନିମନ୍ତେ ଲୋକ ମାନେ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ l ଜମି ଅଧିଗ୍ରହଣ କରିବା ଲାଗି ଜନ ପ୍ରତିନିଧି ଓ ସରକାରୀ ଅଧିକାରୀ ଙ୍କ ସଦିଚ୍ଛା ଅଭାବ ରୁ ଲୋକ ମାନେ କଷ୍ଟ ସହି ଆସୁଛନ୍ତି l ନିର୍ବାଚନ ପରେ ନିର୍ବାଚନ ଆସିଛି ନେତା ଭୂଲିଛନ୍ତି ପ୍ରତିଶ୍ରୁତି l ତେଣୁ ଚଳିତ ବର୍ଷ ନିର୍ବାଚନ ପାଇଁ ଗ୍ରାମ ରେ ବସିଛି ବୈଠକ l ରାସ୍ତା ନ ହେଲେ ମିଳିବନି ଭୋଟ l ଏଥର ଗ୍ରାମକୁ ରାସ୍ତା ନ ହେଲେ ଭୋଟ ବର୍ଜନ କରିବା କୁ ଗ୍ରାମବାସୀ ନିଷ୍ପତି ନେଇଛନ୍ତି l ଗ୍ରାମ ବସୀଙ୍କୁ ସହୋଯୋଗ କରିବା ଦିଗରେ ଅଣ୍ଟା ଭିଡିଛନ୍ତି ଯୁବ ବିଜେପି ନେତା ତଥା ସମାଜ ସେବି ଆଲେକ୍ସ୍ ଯାଣ୍ଡର ଦାଶ l ଲୋକ ମାନଙ୍କ ଦୁର୍ଦ୍ଦଶା ଶୁଣି ପ୍ରଭାବିତ ହେଇଛନ୍ତି l ଗ୍ରାମ ରେ ପହଞ୍ଚି ଗ୍ରାମବାସୀ ଙ୍କ ଶହ ଆଲୋଚନା କରିବା ସହିତ ଗ୍ରାମ ର ରାସ୍ତାଘାଟ ଓ ମୌଳିକ ସମସ୍ୟା ର ସମାଧାନ ନିମନ୍ତେ ସ୍ଵର ଉଠାଇ ବୋଲି ପ୍ରତିଶୃତି ଦେଇଥିଲେ l

0
0
0
s2sdefault