ମିଳିତ କ୍ରିୟାନୁଷ୍ଠାନ କମିଟି ର ଆନ୍ଦୋଳନ ସାମିଲ ହେବେ ଅଞ୍ଚଳବାସୀ , ଆସନ୍ତା ୫ ରୁ ସରକାରୀ କାର୍ଯ୍ୟାଳୟରେ ଝୁଲିବ ତାଲା
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର କୁ ଜିଲ୍ଲା ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଦୃଢ଼ ପ୍ରତିଶ୍ରୁତି କୁ ପାଳନ କରିନଥିବାରୁ ଅଂଚଳର ଜନ ଅସନ୍ତୋଷ ବିସ୍ଫୋରକ ରୂପ ନେବାକୁ ଯାଉଛି। ଆଜି କଚେରି ପରିଷର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଗଣ ଧାରଣା ଆରମ୍ଭ ହୋଇଛି। ଆଜି ଦିନ ୧୦ ଘଣ୍ଟା ସମୟରୁ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ବସିବ ଓ ଆସନ୍ତା ୫ ଫେବୃୟାରୀରୁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ତାଲା ପଡିବ । ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ଓକିଲ ସଙ୍ଘ ସଭାପତି ସନ୍ତୋଷ କୁମାର ଶତପଥି ଓ ଓକିଲ ସଙ୍ଘ ସମ୍ପାଦକ ଚିନ୍ମୟ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କୋର କମିଟି ସହଯୋଗ ରେ ଆଜି ଆନ୍ଦୋଳନରେ ପଦ୍ମପୁର ର କୋର କମିଟି ରେ ଥିବା ସମସ୍ତ ଅନୁଷ୍ଠାନ , କ୍ଲବ ର ସଦସ୍ୟ ଙ୍କ ସମେତ ପଦ୍ମପୁର ଓକିଲ ସଙ୍ଘ ର ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତରହିଥିଲେ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ରେ ଅଂଚଳର ସମସ୍ତ ବ୍ଲକ୍ , ଗ୍ରାମପଞ୍ଚାୟତ ଗୁଡିକରେ ଆନ୍ଦୋଳନ ଚାଲିବ ବୋଲି ମିଲିତ କ୍ରିୟାନୁଷ୍ଠାନ କମିଟି ତରଫରୁ ନିଷ୍ପତ୍ତି ଗୃହିତ ହୋଇଛି ।







