ଜୁଆ ଆଡ୍ଡା ଉପରେ ଚଢାଉ : ୩ ଗିରଫ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ମେଲଛାମୁଣ୍ଡା ଥାନା ଏ.ଏସ୍.ଆଇ. ଶ୍ରଦ୍ଧାକର କନ୍ଧ ଏବଂ ଷ୍ଟାଫ୍ ପେଟ୍ରୋଲିଂ କରୁଥିବା ସମୟରେ କୁଚିପାଳି ରେ ଜୁଆ ଆଡ୍ଡା ଉପରେ ଚଢାଉ କରି ତିନି ଜଣଙ୍କୁ ମେଲଛାମୁଣ୍ଡା ଥାନା କେସ୍ ନଂ - ୨୩/୨୦୨୪ U/S - 3 OPG ଆକ୍ଟ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l ଅଭିଯୁକ୍ତ ତିନି ଜଣ ହେଲେ ଖୋର୍ଦ୍ଧା ର ଏସ୍. କେ. ସଲମାନ, ବରପାଲିର ମୁକେଶ ମହାନନ୍ଦ ଓ ପଣ୍ଡକିଟାଲ ର ଆନନ୍ଦ ସାହୁ l ଅଭିଯୁକ୍ତ ଙ୍କ ଠାରୁ ନଗଦ ୨୯୦୦ ଟଙ୍କା ଗୋଟିଏ ବ୍ୟାନର, ଲକି ସେଭେନ ଡଟ ବୋର୍ଡ଼ ଏବଂ ତୀର ଜବତ କରାଯାଇଛି l

0
0
0
s2sdefault