ହେଡଲାଇନସ୍:

ବିରଜା ମହୋତ୍ସବ ୨୦୧୮ : ଗବେଷକ ଶାରଙ୍ଗଧର ରାୟଗୁରୁଙ୍କୁ “ବିରଜା ଶ୍ରୀ ସମ୍ମାନ”

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁର(ଜୟଶଙ୍କର ଦାଶ): ବିରଜା ରଥଦାଣ୍ଡରେ ମା’ ଟିଭି ଦ୍ୱାରା ଆୟୋଜିତ ବିରଜା ମହୋତ୍ସବ ନବମୀ ଅବସରରେ ଅବସରପ୍ରାପ୍ତ ଆ.ଜି ତଥା ଗବେଷକ ଶାରଙ୍ଗଧର ରାୟଗୁରୁଙ୍କୁ “ବିରଜାଶ୍ରୀ ସମ୍ମାନ” ରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ରାଷ୍ଟ୍ରପ୍ରତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତିଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ବିରଜା ମନ୍ଦିର ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ , ଯାଜପୁର ପ୍ରାପ୍ତନ ପୌରପାଳ ଭବପ୍ରସାଦ ଦାସ, ବ୍ୟାସନଗର ପ୍ରାକ୍ତନ ପୌରାଧ୍ୟକ୍ଷା ସବିତା ରାଉତ, ବିରଜା ମୁକ୍ତିମଣ୍ଡପ ସଭାପତି ଦେବିପ୍ରସାଦ ପାଣି, ପ୍ରଜାପିତା ବ୍ରହ୍ମାକୁମାରୀ ଐଶ୍ୱରୀୟ ବିଶ୍ୱବିଦ୍ୟାଳୟ ଏନ୍.ସି କଲେଜ୍ ରୋଡ ଶାଖାର ପରିଚାଳିକା ବି.କେ. ଲକ୍ଷ୍ମୀ, ଶ୍ରୀ ଜଗନ୍ନାଥ ଓ ବିରଜା ଦେବୀଙ୍କ ପ୍ରଚାର ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ ବୋଇତାଇ, ବୈତରଣୀ କୁମ୍ଭମେଳା ସମିତି ସଂପାଦକ ଆଇନ୍ଜୀବି ବିବେକାନନ୍ଦ ମହାନ୍ତି, ନାଟ୍ୟନିଦେ୍ର୍ଧଶକ ତଥା ଗିତିକାର ସନ୍ତୋଷ କୁମାର ମଲ୍ଳିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିରଜା ମା’ଙ୍କ ପୌରାଣିକ, ଐତିହାସିକ ଓ ଜନମତ ସଂପର୍କରେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ୩ ଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସପ୍ତମୀ ଦିବସରେ ମା’ଙ୍କ ଦର୍ଶନ ସାରି ବିରଜା ମହୋତ୍ସବର କର୍ମକର୍ତ୍ତା ଗହଣରେ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ ।

ସେହିପରି ୨ୟ ଦିନ ୮ମ ଅବସରରେ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ମୁଖ୍ୟବକ୍ତା ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ବିରଜା ସେବାସମିତିର ସଭାପତି ବିଶ୍ୱମ୍ବର ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ଯାଜପୁର ଜିଲ୍ଲା ପ୍ରତିନିଧି ସଂଯୁକ୍ତା ମହାପାତ୍ର , ୟୁନିୟନ ବ୍ୟାଙ୍କ ଶାଖା ପରିଚାଳକ ମଧୁସୁଦନ ସାମଲ, ମା’ ବିରଜା ପୂଜକମଣ୍ଡଳି ସଭାପତି ପଣ୍ଡିତ ସୁବାଷ ଚନ୍ଦ୍ର ପାଣି, ବୈତରଣୀ ୬୮ ତୀର୍ଥ ପଣ୍ଡାସମିତିର ବରିଷ୍ଠ ପଣ୍ଡା ଅକ୍ଷୟ ମିଶ୍ର, ବିରଜା ମନ୍ଦିର ସେବାୟତ ଜଗନ୍ନାଥ ପାଣି, ସୁକାନ୍ତ ପାଣି, ଧନଞ୍ଜୟ ପାଣି, ବିକାଶ ପାଣି, ଜଗନ୍ନାଥ ମନ୍ଦିର ପୂଜକ ବାସୁଦେବ ପାଣି, ଜଗନ୍ନାଥ ପାଣି, ପ୍ରବଚକ ନବକିଶୋର ଅଧିକାରୀ, ପଣ୍ଡିତ କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ଯାଜପୁର ପୌରପାଳିକାର ବରିଷ୍ଠ ପାରିଷଦ ତଥା ମା’ ଟିଭିର ଉପଦେଷ୍ଟା ସନ୍ତୋଷ ମଲ୍ଲିକ ସଭାପରିଚାଳନା କରିଥିଲେ । ଏହି ଉପଲକ୍ଷେ ପ୍ରଫେସର ସୁବାଷ ଚନ୍ଦ୍ର ରାଉତ, ଜିଲ୍ଳା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ବରିଷ୍ଠ ଆଇନଜୀବି ଗଣେଶ୍ୱର ରଥ, ସମାଜସେବୀ ପଦ୍ମଲୋଚନ ଉପାଧ୍ୟାୟ, ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା, ଶିକ୍ଷକ ଦେବଦତ୍ତ ସ୍ୱାଇଁ, ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ଜେନା, ସ୍ୱାସ୍ଥ୍ୟସେବାକାରୀ ରଜତ କୁମାର ମିଶ୍ର ବିରଜା ସେବକ ବାବାଜୀ ଚରଣ ସାହୁ, ଭଗବତ ପ୍ରେମୀ କୃଷ୍ଣଚନ୍ଦ୍ର ମହାଳିକ ପ୍ରମୁଖଙ୍କୁ ଯଥାକ୍ରମେ ବିରଜା ସେବାଶ୍ରୀ, ଜୟ ମା ବିରଜା ଓ ଯାଜପୁର ଗୌରବ ସମ୍ମାନରେ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବ ୩ ଦିନ ଧରି ଚାଲିଥିବାବେଳେ ଏଥିରେ ଚିତ୍ରାଙ୍କନ, କ୍ୱିଜ୍, ବକ୍ତୃତା, ଭଜନ, ନୃତ୍ୟ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତିଭା ପ୍ରଦର୍ଶନ କରାଯାଇଥିଲା । ସମ୍ବାଦ ପାଠକ ମିନ କେତନ ସାହୁ, ବିରଜା ଷ୍ଟାର୍ ଟି.ଭି ଅଧ୍ୟକ୍ଷ କେଶବ ଚନ୍ଦ୍ର ରାଉତ, ଶିକ୍ଷକ ଭରତ ବେହେରା, ନୃତ୍ୟଗୁରୁ ମାନସ ସାହୁ, ବ୍ରହ୍ମାକୁମାର ବିଜୟ ଭାଇ, ଭାଷ୍କର ଜେନା, ଯୁଧିଷ୍ଠିର ମହାପାତ୍ର, ବସନ୍ତ କୁମାର ସ୍ୱାଇଁ , ରମେଶ ରାଉତ ପ୍ରମୁଖ ମଞ୍ଚ ପରି·ଳନା କରିଥିଲେ । ମା’ ଟିଭିର ଅଧ୍ୟକ୍ଷ ତଥା ସାମ୍ବାଦିକ ପ୍ରଭାତ କୁମାର ରାଉତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଯାଜପୁର ଜିଲ୍ଲା ସଂସ୍କୃତି ବିଭାଗ , ବିରଜା ମନ୍ଦିର ଟ୍ରଷ୍ଟବୋର୍ଡ, ବିରଜା ମନ୍ଦିର ମୁକ୍ତିମଣ୍ଡପ, ମା’ ବିରଜା ପୂଜକ ମଣ୍ଡଳି, ବିରଜା ସେବାସମିତି ଏବଂ ବିରଜା ସଂସ୍କୃତି ପ୍ରଚାର ସମିତିର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଶେଷରେ ସଂପାଦକ ଅର୍ପଣ କୁମାର ରାଉତରାୟ ଧନ୍ୟବାଦ ପ୍ରଦାନ କରିଥିଲେ ।

0
0
0
s2sdefault